ଆଶ୍ୱସ୍ତ କଲା ଆଇସିଏମଆର : ତୃତୀୟ ଲହର ସେତେଟା କ୍ଷତି ଘଟାଇବନି
ସାରା ଦେଶରେ ଆରମ୍ଭ ହୋଇଗଲାଣି ତୃତୀୟ ଲହର ଭୟ । ସବୁଠି ଡେଲଟା ପ୍ଲସ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏଭଳି ସ୍ଥିତିରେ ଆଶ୍ୱସ୍ତିକର ଖବର ଦେଇଛି ଆଇସିଏମଆର୍ । କରୋନାର ତୃତୀୟ ଲହରର ପ୍ରକୋପ କିପରି ରହିବ ସେନେଇ ଆକଳନ କରିସାରିଲେଣି ବିଶେଷଜ୍ଞ । ବିଶେଷଜ୍ଞ କହିଛନ୍ତି ୨ୟ ଲହର ଭଳି ତୃତୀୟ ଲହର ଏତେଟା ପ୍ରକୋପ ଦେଖାଇବନାହିଁ ।
ଗାଣିତିକ ମଡେଲ ବିଶ୍ଳେଷଣ ଉପରେ ଆଧାର କରି ଏହି ଅଧ୍ୟୟନ ପୂର୍ବାନୁମାନ କରିଛି ଯେ, ଟିକାକରଣ ଜୋରଦାର ହେଉଥିବାରୁ ତୃତୀୟ ଲହରର ପ୍ରଭାବ ଏତେଟା ରହିବ ନାହିଁ ବୋଲି ଆଶା କରାଯାଉଛି। ଦ୍ୱିତୀୟ ଲହର ବେଳେ ୪୦ ପ୍ରତିଶତ ଜନସଂଖ୍ୟା ତିନିମାସ ମଧ୍ୟରେ ଉଭୟ ଡୋଜ ନେଇଛନ୍ତି। ତେଣୁ ଟିକାକରଣର ପ୍ରଭାବ ସଂକ୍ରମଣର ପ୍ରଭାବକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବ। ତେଣୁ ଟିକାକରଣ ତୃତୀୟ ଲହର ଗମ୍ଭୀରତାକୁ ହ୍ରାସ କରିପାରେ। ଅର୍ଥାତ ପୂର୍ବ ତୁଳନାରେ ଏହାର ମାତ୍ରା କମ ରହିବ । ତେବେ ଆଶଙ୍କା କରାଯାଉଛି ଯେ, ଦେଶରେ ସୃଷ୍ଟି ହୋିଥିବା ଡେଲଟା ପ୍ଲସ ଭାରିଆଣ୍ଟ କରୋନାର ତୃତୀୟ ଲହର ଆଣିବାରେ ସହାୟକ ହେବ ।
ଆଇସିଏମଆର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଅନୁଧ୍ୟାନ କରିବା ବେଳେ ମୁଖ୍ୟତଃ ଚାରୋଟି ଆଧାରକୁ ବିଚାରକୁ ନେଇଛି। ଅଧ୍ୟୟନରେ ଦର୍ଶାଯାଇଛି ଯେ ସମୟ ସହିତ ସଂକ୍ରମଣ ଭିତ୍ତିକ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହୋଇପାରେ, ସଂକ୍ରମିତ ଲୋକମାନେ ପୁନର୍ବାର ସଂକ୍ରମିତ ହୋଇପାରିବେ ଯଦି ବର୍ତ୍ତମାନର ଭାଇରସ ଏହିଭଳି ଅପରିବର୍ତ୍ତି ରହିବ। ଏମ୍ସ ବିଶେଷଜ୍ଞଙ୍କ ସମେତ ଅନେକ ବିଶେଷଜ୍ଞ କହିଛନ୍ତି ଯେ, ସେପ୍ଟେମ୍ବର-ଅକ୍ଟୋବର ମାସରେ ଭାରତରେ କରୋନା ଭାଇରସର ତୃତୀୟ ଲହର ଆସିପାରେ। ଦେଶରେ କରୋନାର ଡେଲଟା ପ୍ଲସ୍ ଭାରିଆଣ୍ଟ ବୃଦ୍ଧି ପାଇବା ପରଠାରୁ ଏହା ତୃତୀୟ ଲହର ପାଇଁ ଦାନା ବାନ୍ଧୁଥାଇପାରେ ବୋଲି କୁହାଯାଉଛି।
Powered by Froala Editor