ଦେଶବ୍ୟାପୀ ଦିନିିକିଆ ଡାକ୍ତରଙ୍କ ଧର୍ମଘଟ ଡକରା
ନୂଆଦିଲ୍ଲୀ,: କୋଲକାତା ଆର୍. ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶର ବିଭିନ୍ନ ଅଞ୍ଚଳରେ ଡାକ୍ତରମାନେ ହରତାଳକୁ ଓହ୍ଲାଇଛନ୍ତି। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସିବିଆଇ ତଦନ୍ତ ଆରମ୍ଭ କରିଛି। ମେଡିକାଲ କଲେଜର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟଙ୍କୁ ଜେରା ଆରମ୍ଭ ହୋଇଛି। ଏହି କ୍ରମରେ ଭାରତୀୟ ଭେଷଜ ପରିଷଦ (ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମ୍ଏ) ଦେଶବ୍ୟାପୀ ଦିନିିକିଆ ଧର୍ମଘଟ ଡକରା ଦେଇଛି। ଶନିବାର ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ୟ୍ୟନ୍ତ ଏହି ଧର୍ମଘଟ ଚାଲିବ ଧର୍ମଘଟ କାଳରେ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ବୋଲି କୁହାଯାଇଛିି।
ଅନ୍ୟପକ୍ଷରେ ବୁଧବାର ବିଳମ୍ବିତ ରାତିରେ ଆର୍.ଜି. କର ହସ୍ପିଟାଲରେ ହୋଇଥିବା ହିଂସା ଘଟଣା ପରେ ଫେଡେରେସନ ଅଫ୍ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ (ଏଫ୍ଓଆର୍ଡିଏ) ପୁଣି ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ଓହରିଥିବା ଏଫ୍ଓଆର୍ଡିଏ ପୁଣିଥରେ ଆନ୍ଦୋଳନ ଘୋଷଣା କରିବା ଏବଂ ଆଇଏମ୍ଏର ଧର୍ମଘଟ ଡକରା ଫଳରେ ଆସନ୍ତାକାଲି ସମଗ୍ର ଦେଶରେ ରୋଗୀସେବା ଗୁରୁତର ଭାବେ ବ୍ୟାହତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
Powered by Froala Editor