ପାହାଡ଼ ଗୁମ୍ଫାରେ ୫ ଦିନ : ଭୂସ୍ଖଳନ ପରେ ଉଦ୍ଧାର ହେଲେ ୪ କଅଁଳ ଶିଶୁ
ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଛି ୱାୟନାଡ। ୩୫୦ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ନିଖୋଜ ଅଛନ୍ତି। କେରଳ ୱାୟନାଡ ଭୟଙ୍କର ଭୂସ୍ଖଳନର ୫ ଦିନ ପରେ ସେଠାରୁ ଆସିଛି ହୃଦୟବିଦାରକ ଦୃଶ୍ୟ । ଜଙ୍ଗଲ ଅଧିକାରୀମାନେ ଢୁଢୁ ବର୍ଷା ସତ୍ତ୍ୱେ ଦୀର୍ଘ ୮ ଘଣ୍ଟା କାଳ ଅପରେସନ କରି ଗୋଟିଏ ଆଦିବାସୀ ସଂପ୍ରଦାୟର ୪ ଜଣ ଶିଶୁ ଓ ସେମାନଙ୍କ ବାପା ମା’ଙ୍କ ଜୀବନ ବଞ୍ଚାଇଛନ୍ତି। ଜଙ୍ଗଲ ଅଧିକାରୀମାନଙ୍କ ଏପରି ଅପରେସନକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ପ୍ରଶଂସା କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ରେଞ୍ଜ ପରେଷ୍ଟ ଅଫିସର କେ ହାଶିସଙ୍କ ନେତୃତ୍ୱରେ ୪ ଜଣିଆ ଟିମ ଦୀର୍ଘ ୪ ଘଣ୍ଟା କାଳ ଚାଲିଚାଲି ଫସି ରହିଥିବା ଆଦିବାସୀ ପରିବାର ନିକଟରେ ପହଞ୍ଚିଥିଲେ। ଏହାପରେ ସେମାନଙ୍କର ୪ ଛୋଟ ଛୁଆଙ୍କ ସମେତ ସମସ୍ତଙ୍କୁ ଉଦ୍ଧାର କରି ତଳକୁ ଆଣିଥିଲେ। ଉଦ୍ଧାର ହୋଇଥିବା ଛୋଟ ପିଲାଙ୍କ ବୟସ ୧ରୁ ୪ ବର୍ଷ ମଧ୍ୟରେ ହେବ।
ଟିମର ମୁଖ୍ୟଙ୍କ କହିବା ଅନୁସାରେ, ଗୁରୁବାର ୪ ବର୍ଷର ଶିଶୁକୁ ବନାଞ୍ଚଳ ଆଖାପାଖରେ ବୁଲୁଥିବାର ଦୂରରୁ ଦେଖିବାକୁ ମିଳିଥିଲା । ଜାଣିବାକୁ ମିଳିଥିଲା ଯେ ପାହାଡ ଉପରେ ଥିବା ଗୁମ୍ଫାରେ ଆଉ କିଛି ଶିଶୁ ଓ ତାଙ୍କ ବାପା ଫଶିରହିଛନ୍ତି । ତଥାପି ନିଜ ଜୀବନକୁ ଗୁରୁତ୍ୱ ନଦେଇ ବରଂ ଏହି ଶୁଶୁ ଓ ବ୍ୟକ୍ତିିଙ୍କୁ ଉଦ୍ଧାର କରିବାକୁ ପାହାଡ ଉପରକୁ ଯାଇଥିଲେ , ସେମାନଙ୍କ ପାଇଁ ସାଙ୍ଗରେ ଖାଦ୍ୟ ନେଇ ଯାଇଥିଲେ । ପ୍ରଥମେ ଶିଶୁଙ୍କୁ ଖୁଆଇଥିଲେ, ପରେ ସେମାନଙ୍କୁ ନିଜ ଦେହରେ କପଡାରେ ବାନ୍ଧି ତଳକୁ ଆଣିଥିଲେ ।
ଏହି ସମ୍ପ୍ରଦାୟ ସହର ଠାରୁ ଭିନ୍ନ ଜଙ୍ଗଲ ଅଞ୍ଚଳରେ ରୁହନ୍ତି । ମୁଖ୍ୟତଃ ବନଜାତ ଖାଦ୍ୟ ଉପରେ ନିର୍ଭର କରିଥାନ୍ତି । ସେଗୁଡିକୁ ପାଖ ବଜାରରେ ବିକ୍ରି କରି ଅନ୍ୟ ସାମଗ୍ରୀ କିଣିଥାନ୍ତି । ଏବେ ଭୂସ୍ଖଳନ ପରେ ଏମାନଙ୍କ ଅବସ୍ଥା ବର୍ଣ୍ଣନା କରିବା ଭାରି କଷ୍ଟକର ।
Powered by Froala Editor