ରାଜ୍ୟରେ ବଢୁଛନ୍ତି ଡେଙ୍ଗୁ ରୋଗୀ : ୧୦୦୦ ଡେଇଁଗଲାଣି ସଂକ୍ରମିତଙ୍କ ସଂଖ୍ୟା
ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୦୦୦ ପାର କରିଛି। ଗତବର୍ଷ ଏହି ସମୟ ସୁଦ୍ଧା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୬୦୦ ଥିଲା । ଏହି ବର୍ଷ ଏହା ବଢ଼ି ୧୦୭୬ ରେ ପହଞ୍ଚିଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧାରେ ସର୍ବାଧିକ ୨୯୦ ଜଣ ଓ ୨୧୦ ସୁନ୍ଦରଗଡରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨୦୦ ଟପିଛି । ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ୧୧୫ ଥିଲାବେଳେ ଚଳିତ ମାସ ୨୭ ତାରିଖ ସୁଦ୍ଧା ୨୧୧ରେ ପହଞ୍ଚିଛି ।
ରାଜଧାନୀରେ ଟିକେ ବର୍ଷାରେ ଚାରିଆଡେ ପାଣି ହୋଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନଗୁଡିକ ସଫା ନହେବାରୁ ସେଥିରେ ମଶା ବଂଶ ବିସ୍ତାର କରିବାରେ ଲାଗିଛନ୍ତି । ପୂର୍ବବର୍ଷ ବିଏମ୍ସି ପକ୍ଷରୁ ଯେଉଁଭଳି ଭାବେ ଡ୍ରାଏ ଡେ’ ପାଳନ କରାଯାଉଥିଲା ତାହା ଚଳିତ ବର୍ଷ ଦେଖିବାକୁ ମିଳୁନାହିଁ। ଯାହା ଫଳରେ ସଂକ୍ରମଣ ବଢ଼ୁଥିବା ଅଭିଯୋଗ କରୁଛନ୍ତି ।
ସେପଟେ ଲଗାଣ ବର୍ଷାରେ ଜଳବାହିତ ରୋଗ ପାଇଁ ସଜାଗ ରହିଛି ସ୍ଵାସ୍ଥ୍ୟ ବିଭାଗ। ବନ୍ୟା ପ୍ରବଣ ଅଞ୍ଚଳରେ ଜଳ ବିଷୋଧନ ପାଇଁ ବାରମ୍ବାର କୁହାଯାଇଛି।
Powered by Froala Editor