୬ ‘ରୁଚି ରଜ ରାଜକୁମାରୀ’ ବିଜୟିନୀଙ୍କୁ ମିଳିବ ସ୍ୱର୍ଣ୍ଣମୁଦ୍ରା
ଭୁବନେଶ୍ୱର : ରଜରେ ମଉଜ ଭରି ଦେବା ପାଇଁ ରେଡିଓ ଚକଲେଟ ୧୦୪ ଏଫଏମ ଘୋଷଣା କରିଥିଲା ‘ରୁଚି ରଜ ରାଜକୁମାରୀ’ ପ୍ରତିଯୋଗିତା । ଏଥିରେ ଭାଗନେବା ପାଇଁ ଓଡ଼ିଶାର ବିଭିନ୍ନ ଅଂଚଳର ଝିଅମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା । ନିଜକୁ ରାଜକୁମାରୀ ପରି ସଜେଇ ରେଡିଓ ଚକଲେଟର ଗୀତରେ ଗୋଟିଏ ମିନିଟର ଭିଡିଓ ପ୍ରସ୍ତୁତ କରି ଦିଆଯାଇଥିବା ହ୍ୱାଟ୍ସଆପ୍ ନମ୍ବରକୁ ପଠାଇଥିଲେ । ଶ୍ରେଷ୍ଠ ୬ଟି ଭିଡିଓ ପଠାଇଛନ୍ତି ଲିପସିତା ଦାସ (ଝାରସୁଗୁଡ଼ା), ଅନୁଶ୍ରୀ ରାୟ (ରାଉରକେଲା), ସୋନାଲିକା ମିଶ୍ର (ରାଉରକେଲା), ଏସ. ଜ୍ୟୋତିକା (ଖୋର୍ଦ୍ଧା) ସୁଦୀପ୍ତା କର (କେନ୍ଦ୍ରାପଡ଼ା) ଏବଂ ପ୍ରିୟଙ୍କା ସାହାଣୀ (ଭୁବନେଶ୍ୱର) । ଏହି ଶ୍ରେଷ୍ଠ ୬ ଜଣ ବିଜୟିନୀଙ୍କୁ ରୁଚି ତରଫରୁ ମିଳିବ ସ୍ୱର୍ଣ୍ଣମୁଦ୍ରା । ଏତଦବ୍ୟତୀତ ଭୁବନେଶ୍ୱର ଓ ରାଉରକେଲା ଜୋନରେ ଅନ୍ୟ ଶହେ ଜଣ ପ୍ରତିଯୋଗୀଙ୍କୁ ମିଳିବ ରୁଚି ତରଫରୁ ଅନେକ ଆକର୍ଷଣୀୟ ପୁରସ୍କାର । ଏହି ସବୁ ପୁରସ୍କାର କେବେ ଏବଂ କେଉଁଠି ପ୍ରଦାନ କରାଯିବ ତାହା କୋଭିଡ୍ କଟକଣା ଓ ଲକଡାଉନ୍ ଗାଉଡଲାଇନ୍ସକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯିବା ପରେ ବିଜେତାମାନଙ୍କୁ ଜଣାଇ ଦିଆଯିବ ବୋଲି ରେଡିଓ ଚକଲେଟ ପକ୍ଷରୁ କୁହାଯାଇଛି ।
Powered by Froala Editor