କମ୍ବଳରେ ମୁଁହ ଢାଙ୍କି ଶୋଇଲେ ହୋଇଥାଏ ଏହି କ୍ଷତି
ପର୍ଯ୍ୟାପ୍ତ ନିଦ ଶରୀର ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ଏହା ଦିନର ପରିଶ୍ରମକୁ ଲାଘବ କରିବା ସହ ଶରୀରକୁ ମଧ୍ୟ କିଛି ସମୟ ପାଇଁ ଆରାମ ମିଳିଥାଏ। ଶୋଇବା ସମୟରେ ନିଜର କର୍ମ୍ଫଟ ଅନୁସାରେ ଆପଣ ଶୋଇଥାନ୍ତି। ତେବେ ଶୀତଦିନେ ଅନେକ ଜଣ କମ୍ବଳରେ ମୁଁହ ଢାଙ୍କି ଶୋଇବାକୁ ପସନ୍ଦ କରିଥାନ୍ତି। ଏହିପରି ଶୋଇବା ଅଭ୍ୟାସ ଦ୍ୱାରା ଶରୀରରେ କ୍ଷତିକାରକ ପ୍ରଭାବ ପଡିଥାଏ। ମୁହଁ ଢାଙ୍କି ଶୋଇବା ଦ୍ୱାରା ଅମ୍ଲଜାନ ଅଭାବରେ ମୁଣ୍ଡବ୍ୟଥା, ବାନ୍ତି କିମ୍ବା ସଫୋକେସନ୍ ପରି ସମସ୍ୟା ଉପୁଜି ଥାଏ।
-ମୁହଁ ଢାଙ୍କି ଶୋଇବା ଦ୍ୱାରା ସ୍ଲିପ୍ ଆପ୍ନିଆ ହେବାର ଆଶଙ୍କା ରହିଛି। ସ୍ଲିପ୍ ଆପ୍ନିଆ ହେବା ଦ୍ୱାରା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ। ଏଥିସହ ଶୋଇବାରେ ଅସୁବିଧା ହୋଇଥାଏ ଖାସ୍ କରି ଅନିଦ୍ରା ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଏହା କ୍ଷତିକାରକ ହୋଇଥାଏ।
-ଅମ୍ଲଜାନ ଅଭାବରୁ ମାଂସପେଶୀ ଏବଂ ରକ୍ତ ସଞ୍ଚାଳନରେ ପ୍ରଭାବ ପଡିଥାଏ।
– ଏକ ଗବେଷଣାରୁ ଜଣାପଡିଛି କି ୨୩ ଶତକଡା ଲୋକ ଶୋଇବା ବେଳେ ମୁହଁ ଢାଙ୍କି ଶୋଇଥାନ୍ତି। ତେଣୁ ଅଧିକାଂଶ ସେମାନେ ଡେମେନସିଆର ଶିକାର ହୋଇଥାନ୍ତି।
-ଅଣନିଶ୍ୱାସୀ ଲାଗିବା ଯୋଗୁଁ ବ୍ରେନ୍ ଡ୍ୟାମେଜ୍, ଆଲଜାଇମର୍, ଡେମେନସିଆ ଏବଂ ହୃଦଘାତ ହେବାର ଆଶଙ୍କା ଅଛି।
-ଅଧ୍ୟୟନରୁ ଜଣାପଡିଛି ୪୨ନିୟୁତ ଆମେରିକୀୟ ସ୍ଲିପ୍ ଡିଜଅର୍ଡରରେ ପୀଡିତ। ଏବଂ ୫ଜଣରୁ ୧ଜଣଙ୍କୁ ସ୍ଲିପ୍ ଆପ୍ନିଆ ହୋଇଛି। ଏହି ଗମ୍ଭୀର ସମସ୍ୟା ଶ୍ୱାସକ୍ରିୟାରେ ବାଧା ସୃଷ୍ଟି ହେଲେ ଦେଖାଯାଏ ଯାହା ମୁହଁ ଢାଙ୍କି ଶୋଇବା ଦ୍ୱାରା ହୋଇଥାଏ।
-ସ୍ଲିପ୍ ଆପ୍ନିଆ, ଆସ୍ଥମା ଏବଂ ହୃଦରୋଗରେ ପୀଡିତ ବ୍ୟକ୍ତି ମୁହଁ ଢାଙ୍କି ଶୋଇବାରୁ ନିବୃତ୍ତ ରୁହନ୍ତୁ। ମସ୍ତିଷ୍କରେ ଅମ୍ଲଜାନ ନପହଁଚି ପାରି ମାନସିକ ସମସ୍ୟା ଯଥା ମୁଣ୍ଡବିନ୍ଧା ଏବଂ ମାଇଗ୍ରେନ୍ ସମସ୍ୟା ମଧ୍ୟ ଦେଖାଯାଏ।
-ଶୀତଦିନେ ଅତ୍ୟଧିକ ଥଣ୍ଡା ଯୋଗୁଁ ବନ୍ଦ ଘରେ ହିଟର୍ କିମ୍ବା ବ୍ଲୋଅର ବ୍ୟବହାର କରନ୍ତୁ ନାହିଁ। ରୁମ୍ରେ ଯେପରି ଭେଣ୍ଟିଲେସନର ବ୍ୟବସ୍ଥା ହୋଇପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।
-କୌଣସି ମାନସିକ କିମ୍ବା ଶାରୀରିକ ସମସ୍ୟା ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
-ଯଦି ମୁହଁ ଢାଙ୍କି ଶୋଇପାରୁ ନାହାନ୍ତି ତେବେ ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ କମ୍ବଳକୁ ଅଧା ଢାଙ୍କି ରଖନ୍ତୁ। ନିଜକୁ କମ୍ବଳ ଭିତରେ ପୁରା ନିବୁଜ କରନ୍ତୁ ନାହିଁ। ପତଳା କିମ୍ବା ଛିଦ୍ର ଥିବା ରେଶମ ବ୍ଲାଙ୍କେଟ୍ କିମ୍ବା ସାଲ୍ ବ୍ୟବହାର କରନ୍ତୁ।
-ଶୋଇବା ସମୟରେ ପିଠି ପଟ ଦେଇ ଶୁଅନ୍ତୁ। ଏହାଦ୍ୱାରା ମୁହଁ ଢାଙ୍କି ହୋଇ ରହିବ ନାହିଁ। ପିଠି ପଟ ଦେଇ ଶୋଇବା ସମୟରେ ଅଧିକ ଶୀତ ଲାଗିଲେ କମ୍ବଳରେ କେବଳ କାନ ଢାଙ୍କି ରଖନ୍ତୁ।
Powered by Froala Editor