Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Friday, July 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ...

  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା ...

  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ...

  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ...

  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ...

  • ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ...

  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ...

  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ...

  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ ...

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ...

Home ›› ››ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଦ୍ୱିସୂତ୍ରୀ କୌଶଳ ଟ୍ରାଭଶିଲ୍ଡ ଆଣ୍ଡ ହଲିଡେ ଫାଷ୍ଟ ଏବଂ ପେ’ ହ୍ୱେନ୍‍ ୟୁ ରିଟର୍ଣ୍ଣ ଆରମ୍ଭ କରୁଛନ୍ତି

ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଦ୍ୱିସୂତ୍ରୀ କୌଶଳ ଟ୍ରାଭଶିଲ୍ଡ ଆଣ୍ଡ ହଲିଡେ ଫାଷ୍ଟ ଏବଂ ପେ’ ହ୍ୱେନ୍‍ ୟୁ ରିଟର୍ଣ୍ଣ ଆରମ୍ଭ କରୁଛନ୍ତି

2021-06-24 10:37:15
28751
Share:
Facebook
Twitter
E-Mail
WhatsApp
Telegram
ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଦ୍ୱିସୂତ୍ରୀ କୌଶଳ ଟ୍ରାଭଶିଲ୍ଡ ଆଣ୍ଡ ହଲିଡେ ଫାଷ୍ଟ ଏବଂ ପେ’ ହ୍ୱେନ୍‍ ୟୁ ରିଟର୍ଣ୍ଣ ଆରମ୍ଭ କରୁଛନ୍ତି

ଭୁବନେଶ୍ୱର : କୋଭିଡ-୧୯ର ଦ୍ୱିତୀୟ ଲହର ପ୍ରଭାବ ହ୍ରାସପାଇବା ସହିତ ଟିକାକରଣ ଅଭିଯାନ ତ୍ୱରାନ୍ୱିତ ହୋଇଥିବାବେଳେ ଭାରତୀୟମାନେ ଭ୍ରମଣ ଚିନ୍ତାଧାରାକୁ

ନେଇ ସକାରାତ୍ମକ ଭାବନା ପରିପ୍ରକାଶ କରୁଛନ୍ତି । ତେବେ ସ୍ୱାସ୍ଥ୍ୟ/ ଶରୀର ରକ୍ଷା ସମ୍ପର୍କିତ ଚିନ୍ତା ଏବଂ କୋଭିଡ ସମ୍ପର୍କିତ ନିର୍ଦ୍ଦେଶାବଳୀରେ ଲଗାତର ପରିବର୍ତ୍ତନ

କାରଣରୁ ବୁଝିହେଉଥିବା ଏକ ଅନିଶ୍ଚିତ ପରିବେଶ ସୃଷ୍ଟିହୋଇଛି । ଏ କ୍ଷେତ୍ରରେ ଉପଯୁକ୍ତ ମାର୍ଗଦର୍ଶନ କରିବା ଏବଂ ପୁଣିଥରେ ଭ୍ରମଣରେ ଯିବା ନିରାପଦ ବୋଲି

ଆସ୍ଥାଭାବ ସୃଷ୍ଟି କରିବାକୁ ଥୋମାସ କୁକ୍‍ ଇଣ୍ଡିଆ ଓ ଏସଓଟିସି ଟ୍ରାଭେଲ ଲିମିଟେଡ ଏକ ଦ୍ୱିସୂତ୍ରୀ କୌଶଳ ସମ୍ପର୍କରେ ଘୋଷଣା କରିଛନ୍ତି । ତାହା ହେଉଛି ଟ୍ରାଭଶିଲ୍ଡ ଆଣ୍ଡ

ହଲିଡେ ଫାଷ୍ଟ ଏବଂ ପେ ହ୍ୱେନ ୟୁ ରିଟଣ୍ଣ, ଯାହା ଶାରୀରିକ ଏବଂ ଆର୍ଥ ିକ ନିରାପତ୍ତାର ପ୍ରତ୍ୟେକଟି ଦିଗ ପ୍ରତି ଦୃଷ୍ଟିଦେବ । ଟ୍ରାଭଶିଲ୍ଡ ଏକ ପୂର୍ଣ୍ଣାଙ୍ଗ ନିରାପଦ ଭ୍ରମଣ

ପ୍ରତିବଦ୍ଧତା, ଯାହା ଗ୍ରାହକଙ୍କୁ ଅବସର ବିନୋଦନ, ଏମଆଇସିଇ ଏବଂ ବ୍ୟବସାୟିକ ଭ୍ରମଣ କ୍ଷେତ୍ରରେ ନିରାପତ୍ତା ଯୋଗାଇବାକୁ ଅତ୍ୟନ୍ତ ନିଖୁଣ ସ୍ୱାସ୍ଥ୍ୟ ଓ ସୁରକ୍ଷା

ସର୍ତ୍ତାବଳୀ ଆଧାରରେ ଡିଜାଇନ କରାଯାଇଛି ଏବଂ କମ୍ପାନୀସମୂହର ସଂପ୍ରତି ରହିଥିବା ଆଶ୍ୱସ୍ତି ପ୍ରଦାନକାରୀ ବୀମାକୃତ ସୁରକ୍ଷିତ ଭ୍ରମଣ କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ ଓ

ପରିବର୍ଦ୍ଧିତ କରୁଛି ।


ଗ୍ରାହକମାନଙ୍କର ଆଚରଣ ଏବଂ ଭ୍ରମଣ ଆବଶ୍ୟକତାକୁ ଅଧିକ ଭଲ ଭାବରେ ବୁଝିବା ପାଇଁ ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ୨୦୨୧ ଜୁନ୍‍ ମାସରେ

୪ହଜାରରୁ ଅଧିକ ଗ୍ରାହକଙ୍କୁ ନେଇ ସର୍ଭେ କରିଥିଲେ । ଉକ୍ତ ତଥ୍ୟ ବିଶ୍ଳେଷଣରୁ ଜଣାଯାଇଛି ଯେ ଜନସାଧାରଣଙ୍କ ମଧ୍ୟରେ ଭ୍ରମଣକୁ ନେଇ ଦୃଢ ଚାହିଦା/ଆଗ୍ରହ

ରହିଛି ଏବଂ ତାହାସହିତ କୋଭିଡ ସମୟରେ ଭ୍ରମଣ କରିବାବେଳେ ବିଭିନ୍ନ ମୁଖ୍ୟ ବିଷୟ/ଆବଶ୍ୟକତା ପ୍ରତି ଦୃଷ୍ଟି ଦିଆଯିବା ମଧ୍ୟ ସେମାନେ ଚାହାନ୍ତି । ସର୍ଭେ

ସମୟରେ ଉଲ୍ଲେଖନୀୟ ୬୯% ଲୋକ ୨୦୨୧ରେ କଟକଣା କୋହଳ ହେବା ପରବର୍ତ୍ତୀ ସମୟରେ ଭ୍ରମଣ କରିବାକୁ ଅଧିକ ଆଗ୍ରହ ଦେଖାଇଥିବାବେଳେ ୧୮%

ଲୋକ ତାଲାବନ୍ଦ ଉଠିବା ପରେ ତୁରନ୍ତ ଭ୍ରମଣରେ ଯିବା ଏବଂ ୫୧% ତିନିରୁ ଛଅମାସ ମଧ୍ୟରେ ଭ୍ରମଣ କରିବାକୁ ଇଛା ବ୍ୟକ୍ତ କରିଥିଲେ । ସେହିଭଳି ପ୍ରାୟ ୮୧%

ଲୋକ ଫେରସ୍ତଯୋଗ୍ୟ / ବାତିଲ କ୍ଷେତ୍ରରେ ଶୂନ୍ୟ ଅର୍ଥ କାଟ କରାଯିବା ଭଳି ଉତ୍ପାଦ ସେମାନେ ଆବଶ୍ୟକ କରୁଥିବା ଦୋହରାଇଥିଲେ । ୫୨% ଲୋକ ବଛାବଛା

ପୂର୍ଣ୍ଣାଙ୍ଗ ଭାବରେ ପ୍ରକୋଷ୍ଠଗୁଡିକର ପୁନଃ ବିଶୋଧନ ଏକ ମୁଖ୍ୟ ଆବଶ୍ୟକତା ବୋଲି ଦର୍ଶାଇଥିଲେ । ତାହାସହିତ ହୋଟେଲ କର୍ମଚାରୀ ଓ ଡ୍ରାଇଭରମାନେ ସଂପୂର୍ଣ୍ଣ

ଭାବରେ ଟିକାକରଣ କରାଯିବା ଯଥାକ୍ରମେ ୪୮% ଓ ୩୪% ଲୋକ ଚାହିଁଥିଲେ ।


ଗ୍ରାହକଙ୍କ ମନ ଭିତରେ ଥିବା ଦ୍ୱନ୍ଦ୍ୱ ଦୂରକରି ସେମାନଙ୍କ ମଧ୍ୟରେ ଆସ୍ଥାଭାବ ସୃଷ୍ଟି କରିବାକୁ ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ପକ୍ଷରୁ ଟ୍ରାଭଶିଲ୍ଡର ପରିକଳ୍ପନା

କରାଯାଇଛି ଯାହା ଶାରୀରିକ ନିରାପତ୍ତା ସହିତ ମାନସିକ ଓ ଆର୍ଥିକ ସୁରକ୍ଷାର ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବ । ଆପୋଲୋ କ୍ଲିନିକ୍ସ ସହଯୋଗରେ ପ୍ରସ୍ତୁତ ଏହି ପୂର୍ଣ୍ଣାଙ୍ଗ

ଏବଂ ଅତ୍ୟନ୍ତ ଯତ୍ନଶୀଳ ସ୍ୱାସ୍ଥ୍ୟ ଓ ନିରାପତ୍ତା ଭରସା ପ୍ରଦାନକାରୀ କାର୍ଯ୍ୟକ୍ରମକୁ ଟ୍ରାଭଶିଲ୍ଡରେ ଅନ୍ତର୍ନିବେଶ କରାଯାଇଛି । ଗ୍ରାହକଙ୍କ ଯାତ୍ରାର ପ୍ରତଟି ପର୍ଯ୍ୟାୟରେ ସମସ୍ତ

ବୟସ ବର୍ଗର ଜନସାଧାରଣଙ୍କୁ ଏକ ଚାପମୁକ୍ତ ଏବଂ ନିରାପଦ ଅନୁଭୂତି ସୁନିଶ୍ଚିତ କରିବା ଲକ୍ଷ୍ୟରେ ଟ୍ରାଭଶିଲ୍ଡ ବହୁବିଧ ଗ୍ରାହକ ଫାଇଦା ଯୋଗାଇ ଦେଉଛି ।

ସେଥିମଧ୍ୟରେ ଭ୍ରମଣ ପୂର୍ବରୁ ବିକ୍ରୟ ଓ ସେବା ସମୟରେ ସଂସର୍ଗ ବିହୀନ ବିନିମୟ, ନିରାପତ୍ତା ସର୍ତ୍ତାବଳୀ ସହିତ ବିଶୋଧନ କରାଯାଇଥିବା ଶାଖାସମୂହ, ଟିକାକରଣ

କରାଯାଇଥିବା ଭ୍ରମଣ ପରାମର୍ଶଦାତା ଏବଂ ସଂସର୍ଗ ବିହୀନ ଅର୍ଥ ପୈଠ ବିକଳ୍ପ ଆଦି ଅନ୍ତର୍ଭୁକ୍ତ ।


ଗ୍ରାହକମାନେ ନିରାପଦରେ ବୁକିଂ କରିବା କ୍ଷେତ୍ରରେ ମାଗଣାରେ ତାରିଖ ପରିବର୍ତ୍ତନ ଓ ବାତିଲ କରିବାର ସୁବିଧା, କୋଭିଡ-୧୯ ବୀମା ସୁବିଧା, ୨୪ ଘଣ୍ଟିଆ ଦ୍ୱାରପାଳ ଓ ଜରୁରୀ ଯୋଗାଯୋଗ ସହାୟତା, ଆପୋଲୋ କ୍ଲିନିକ୍ସ ସହଭାଗିତାରେ ଫୋନ୍‍ କଲରେ ଡାକ୍ତରର ଆସି ପହଞ୍ଚିବାର ଚବିଶ ଘଣ୍ଟିଆ ବ୍ୟବସ୍ଥା, ବିମାନରେ ଟିକାକରଣ କରାଯାଇଥିବା/କୋଭିଡ-୧୯ ନେଗେଟିଭ ହୋଇଥିବା ବିମାନ କର୍ମଚାରୀ, ଏଚଇପିଏ ବାୟୁ ପରିଶୋଷଣ ବ୍ୟବସ୍ଥା, ଟିକାକରଣ କରାଯାଇଥିବା/ କୋଭିଡ-୧୯ ନେଗେଟିଭ ଥିବା ଡ୍ରାଇଭର, ଗୁଣାତ୍ମକ ମାନର ହୋଟେଲ ସହଭାଗୀ, ବିଶୋଧନ କରାଯାଇଥିବା ଏବଂ ନିରାପଦ ପ୍ରକୋଷ୍ଠ, ଟିକାକରଣ କରାଯାଇଥିବା/କୋଭିଡ-୧୯ ନେଗେଟିଭ ହୋଇଥିବା କର୍ମଚାରୀ ଆଦି ମଧ୍ୟ ସୁନିଶ୍ଚିତ କରାଯିବ । 


ବହୁ ଆବଶ୍ୟକ ଆର୍ଥିକ ସମର୍ଥନ ଯୋଗାଇଦେବାକୁ କମ୍ପାନୀଗୁଡିକ ଏକ ଅନନ୍ୟ ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ୍‍ ୟୁ ରିଟଣ୍ଣ ଯୋଜନା ପ୍ରଚଳନ କରିଛନ୍ତି, ଯାହା ଗ୍ରାହକଙ୍କୁ ନମନୀୟତା ପ୍ରଦାନ କରିବା ସହିତ ସେମାନେ ଛୁଟି କଟାଇ ଫେରିବା ପରେ ସେମାନଙ୍କୁ ଅର୍ଥ ପୈଠ କରିବାର ଫାଇଦା ଯୋଗାଇଦେବ ।


ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ ୟୁ ରିଟଣ୍ଣ ସହିତ ମିଶି ଟ୍ରାଭଶିଲ୍ଡ କମ୍ପାନୀଗୁଡିକର ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ପ୍ରତିବଦ୍ଧତାକୁ ସୂଚାଉଛି, ଭ୍ରମଣକାଳୀନ ଅନୁଭୂତିକୁ ସରଳ କରୁଛି ଏବଂ ଉଲ୍ଲେଖନୀୟ ସଂଚୟ ସୁବିଧା ପ୍ରଦାନ କରୁଛି, ଏବଂ ଏହାଦ୍ୱାରା ଭ୍ରମଣକୁ ନିରାପଦ, ନମନୀୟ, ସମସ୍ୟା ରହିତ ଏବଂ ୱାଲେଟ କ୍ଷେତ୍ରରେ ସହଜ କରି ଗଢିଚୋଳୁଛି ।


ଥୋମାସ କୁକ୍‍ (ଇଣ୍ଡିଅ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ମାଧବନ ମେନନ କହିଛନ୍ତି, “ଥୋମାସ କୁକ୍‍ ଏବଂ ଏସଓଟିସିରେ ଆମେ ଆମ ଗ୍ରାହକଙ୍କ ନିରାପତ୍ତାକୁ

ଅତ୍ୟନ୍ତ ପ୍ରାଧାନ୍ୟ ଦେଉଛୁ ଏବଂ ଆମର ଭ୍ରମଣ ସେବା ବିଶ୍ୱସ୍ତରୀୟ ନିରାପତ୍ତା ମାନ ଯେଭଳି ପୂରଣ କରିବ ସେଥିପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେଉଛୁ । ୨୦୨୦ରେ

ଆମେ ଆପୋଲୋ କ୍ଲିନିକ୍ସ ସହିତ ମିଶି ଥୋମାସ କୁକ୍‍ ଓ ଏସଓଟିସି ଆସ୍ୟୋର୍‍ଡ କାର୍ଯ୍ୟକ୍ରମ ପ୍ରଚଳନ କରିଥିଲୁ, ଯାହା ଭାରତରେ ନିରାପଦ ଭ୍ରମଣ ନିମନ୍ତେ ଏକ

ଗ୍ରହଣୀୟ ମାନକ ହୋଇପାରିଛି ।


ଭ୍ରମଣ ପୁନଃ ଉନ୍ମୁକ୍ତ ହେଉଥିବାବେଳେ ଆମ ଗ୍ରାହକଙ୍କୁ ବିବିଧ ଛୁଟି କଟାଇବା, ବ୍ୟବସାୟିକ ଭ୍ରମଣ ଏବଂ ଏମଆଇସିଇ ଆଦି ନିମନ୍ତେ ନିରାପଦରେ ଭ୍ରମଣ

କରିବାକୁ ମୁଁ ସଗର୍ବେ ଥୋମାସ କୁକ୍‍ ଓ ଏସଓଟିସିର ଏକ ନିଶ୍ଚିତ ଭ୍ରମଣ ନିରାପତ୍ତା ପ୍ରତିବଦ୍ଧତା ଯୋଜନା ଟ୍ରାଭଶିଲ୍ଡ ଉପସ୍ଥାପନ କରୁଛି । ଟ୍ରାଭଶିଲ୍ଡ ଆମର ସଂପ୍ରତି

ରହିଥିବା ଭରସାଯୋଗ୍ୟ ଭ୍ରମଣ କାର୍ଯ୍ୟକ୍ରମକୁ ଅଧିକ ଦୃଢିଭୂତ ଓ ପରିବର୍ଦ୍ଧିତ କରିବା ସହିତ ଗ୍ରାହକଙ୍କ ଯାତ୍ରାର ପ୍ରତ୍ୟେକ ପର୍ଯ୍ୟାୟରେ ସୂକ୍ଷ୍ମା୍‍ତିସୂକ୍ଷ୍ମ ସ୍ୱାସ୍ଥ୍ୟ ଓ ନିରାପତ୍ତା

ଦିଗକୁ ସୁନିଶ୍ଚିତ କରୁଛି । ଆମ ଗ୍ରାହକଙ୍କୁ ଫାଇଦା ପହଞ୍ଚାଇବା ଏବଂ ସେମାନଙ୍କ ମନରେ ଥିବା ଆଶଙ୍କା ଦୂର କରିବାକୁ ଟ୍ରାଭଶିଲ୍ଡ ପୁନଃବୁକିଂ/ବାତିଲ, ଆମ ସେଫ

ହଲିଡେ ହେଲ୍‍ପଲାଇନ ଜରିଆରେ ଭ୍ରମଣ ସମ୍ପର୍କିତ ନିର୍ଦ୍ଦେଶାବଳୀ ଉପରେ ମାର୍ଗଦର୍ଶନ କ୍ଷେତ୍ରରେ ଉଲ୍ଲେଖନୀୟ ନମନୀୟତା ଯୋଗାଇ ଦେଉଛି ଏବଂ ଭ୍ରମଣ ସମୟରେ

ଜରୁରୀ ଆବଶ୍ୟକତା ସମୟରେ ଡାକ୍ତର ପହଞ୍ଚାଇବା ଦାୟିତ୍ୱ ମଧ୍ୟ ନେଉଛି ।


ଆମ ଗ୍ରାହକଙ୍କ ଆର୍ଥିକ ବୋଝ ଲାଘବ କରିବାକୁ ଆମେ ମଧ୍ୟ ଆମର ଅନନ୍ୟ ଏବଂ ଅର୍ଥପୂର୍ଣ୍ଣ ହଲିଡେ ଫାଷ୍ଟ ଆଣ୍ଡ ପେ ହ୍ୱେନ ୟୁ ରିଟଣ୍ଣ ଯୋଜନା ପ୍ରଚଳନ କରିଛୁ ।

ଆମର ପ୍ରୟାସ ହେଉଛି ଆମ ଗ୍ରାହକମାନେ ଯେଭଳି ଥୋମାସ କୁକ୍‍ ଇଣ୍ଡିଆ ଏବଂ ଏସଓଟିସି ଜରିଆରେ ଛୁଟି କଟାଇବା ସମୟରେ ପୂର୍ଣ୍ଣ ମାନସିକ ଶାନ୍ତି ପାଇପାରିବେ

ତାହା ସୁନିଶ୍ଚିତ କରିବାକୁ ଶାରୀରିକ ଏବଂ ଆର୍ଥିକ ନିରାପତ୍ତାର ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟିଦେବା ।” 


Powered by Froala Editor

Tags thomas cook

Related articles Odisha News Lens 4.1

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର
    ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14707
    Jul 08, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ
    ଦେଶ-ଦେଶାନ୍ତର

    ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14167
    Jul 10, 2026
  • ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି
    ଦେଶ-ଦେଶାନ୍ତର

    ମହାମହିମ, ମୁଁ ଜଣେ ଭାଙ୍ଗିପଡ଼ିଥିବା ପିତା : ପୁଅ ପାଇଁ ନ୍ୟାୟ ଚାହୁଁଛି

    13972
    Jul 10, 2026
  • କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ
    ଅପରାଧ

    କ୍ଲର୍କ ଚାକିରି ପାଇଁ ମା’କୁ ଟ୍ରକ୍ ଚଢ଼ାଇ ମାରିଦେଲା ଝିଅ

    13689
    Jul 10, 2026
  • ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି
    ଦେଶ-ଦେଶାନ୍ତର

    ହାତୀ ଦାନ୍ତ ରଖିବା ମାମଲା : ମୋହନଲାଲ କହିଲେ ମୋତେ ଉତ୍ତରାଧିକାରୀ ଭାବେ ମିଳିଛି

    15794
    Jul 08, 2026
  • ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆର ପ୍ରମ୍ବାନନ ହିନ୍ଦୁ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୋଦୀ

    15404
    Jul 09, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...
    ଦେଶ-ଦେଶାନ୍ତର

    ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ...

    14359
    Jul 08, 2026
  • ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ  ‘ଚୋର, ଚୋର’ ...
    ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ...

    15629
    Jul 09, 2026
  • ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା
    ଦେଶ-ଦେଶାନ୍ତର

    ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ଭୂୟସୀ ପ୍ରଶଂସା

    13739
    Jul 08, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ମମତାଙ୍କ ଶୋଭାଯାତ୍ରା ସମୟରେ ପ୍ରବଳ ଉତ୍ତେଜନା: ଅଣ୍ଡାମାଡ଼ ସହ ଦେଲେ ‘ଚୋର, ଚୋର’ ସ୍ଲୋଗାନ

    15629
    Jul 09, 2026
  • ଅପରାଧ

    ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14707
    Jul 08, 2026
  • ଦେଶ-ଦେଶାନ୍ତର

    ଜୁଲାଇ ମାସର ପ୍ରଥମ ସପ୍ତାହରେ ସ୍ୱାଭାବିକ ଠୁ ହୋଇଛି ଅଧିକ ମୌସୁମୀ ବର୍ଷା

    15495
    Jul 08, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16971
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17582
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17637
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18036
    Sep 06, 2023

ବିଶେଷ

  • ଥଣ୍ଡାପାଗରେ କମ୍ ମାତ୍ରାରେ ସେବନ କରନ୍ତୁ ଲୁଣ ଓ ଚିନି

    15470
    Jul 07, 2026
  • ଷ୍ଟିକର୍‌ ଛଡ଼ାଇ ଖାଆନ୍ତୁ ଫଳ, ନହେଲେ ଭୋଗିବେ ଏହି ସମସ୍ୟା

    15596
    Jul 06, 2026
  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    15401
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15267
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14691
    Jun 30, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15839
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15709
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13815
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14929
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନାବାଳିକା ଦୁଷ୍କର୍ମ-ହତ୍ୟା ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର

    14707
    Jul 08, 2026
  • ବଦ୍ରୀନାଥ ମନ୍ଦିର ଦାନ ଚୋରି ମାମଲା : ମନ୍ଦିର ସମିତି ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ

    14359
    Jul 08, 2026
  • ମଧୁମେହରେ ପୀଡ଼ିତ ଲୋକଙ୍କ ପାଇଁ ଖୁସି ଖବର, ସପ୍ତାହକୁ ଥରେ ଇନ୍‌ସୁନିଲ୍‌ ନେବେ

    14167
    Jul 10, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In