ଯୁକ୍ତ ୨ ପ୍ରାକ୍ଟିକାଲ ପାଇଁ ଏସଓପି ଜାରି
ଭୁବନେଶ୍ୱର : ଯୁକ୍ତ ୨ ପରୀକ୍ଷାର୍ଥୀଙ୍କ ପାଇଁ ଆଡମିଟ କାର୍ଡ ଜାରି ସହ ପ୍ରାକ୍ଟିକାଲ ରେକର୍ଡ ଓ ପ୍ରୋଜେକ୍ଟ ରିପୋର୍ଟ ଦାଖଲ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଜାରି ହୋଇଛି । ସମସ୍ତ ଯୁକ୍ତ ୨ କଲେଜକୁ ସେମାନଙ୍କ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ପଟାଯାଇଛି । ଏଥିସହ ପରୀକ୍ଷାର୍ଥୀ ଆସନ୍ତା ୨୫ ତାରିଖରୁ ସାମସ ୱେବସାଇଟ ଷଗ୍ଧଗ୍ଧକ୍ଟ୍ରଗ୍ଦ://ଗ୍ଦବଜ୍ଞଗ୍ଦକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ଔଙ୍କଦ୍ଭସକ୍ଟକ୍ସଙ୍ଗରଭ.ବଗ୍ଦକ୍ଟ୍ରଙ୍ଘ ରୁ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଯେଉଁମାନେ ଡାଉନଲୋଡ କରିପାରିବେ ନାହିଁ ସେମାନେ କୋଭିଡ ଗାଇଡଲାଇନ ପାଳନ କରି କଲେଜରୁ ସଂଗ୍ରହ କରିପାରିବେ । ସେହିପରି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଆଡମିଟ କାର୍ଡ ସଂଗ୍ରହ ବେଳେ ନିଜର ପୂର୍ବବର୍ଷ ମାର୍କସିଟ ଓ ଆଡମିଟ କାର୍ଡ କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ । ଅନ୍ୟ ପକ୍ଷରେ ଜୁଲାଇ ୭ ସୁଦ୍ଧା ପରୀକ୍ଷାର୍ଥୀ ପ୍ରାକ୍ଟିକାଲ ଓ ପ୍ରୋଜକଟ ରିପୋର୍ଟ ଦାଖଲ କରିବେ । ସେଥିରେ ପରିଷଦ ପକ୍ଷରୁ ଦିଆଯାଇଥିବା ରୋଲ ନମ୍ବର ଓ ରେଜିଷ୍ଟ୍ରେସନ ନମ୍ବର ଲେଖିବା ବାଧ୍ୟତାମୂଳକ ।
Powered by Froala Editor