୨୧ରୁ ଆରମ୍ଭ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ମାଧ୍ୟମକି ଶିକ୍ଷା ପରିଷଦ ପକ୍ଷରୁ ପ୍ରେସ୍ ରିଲିଜ୍ ଜରିଆରେ ଏହି ସୂଚନା ଦିଆଯାଇଛି। ଜୁଲାଇ ୨୧ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଚଳିତବର୍ଷ ସପ୍ଲିମେଣ୍ଟାରୀ ପରୀକ୍ଷାରେ ମୋଟ ୮୩ଟି କେନ୍ଦ୍ରରେ ୯୭୨ ପିଲା ପରୀକ୍ଷା ଦେବେ । ଏସଓଏସସିରେ ୧୨୧ କେନ୍ଦ୍ରରେ ୨୪, ୫୨୦ ଜଣ ପରୀକ୍ଷାର୍ଥୀ ପରୀକ୍ଷାରେ ସାମିଲ ହେବେ ବୋଲି ଜାଣିବାକୁ ମିଳିଛି ।
ବୋର୍ଡ ୱେବସାଇଟ୍ରେ ଆଡ୍ମିଟ୍ କାର୍ଡ ଉପଲବ୍ଧ କରାଯାଇଛି। ଛାତ୍ରଛାତ୍ରୀମାନେ www.bseodisha.ac.inକୁ ଯାଇ ସେମାନଙ୍କ ଆଡ୍ମିଟ୍ କାର୍ଟ ଡାଉନ୍ଲୋଡ୍ କରିପାରିବେ। ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (SOSC) ଦେବାକୁ ଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରୁ ସେମାନଙ୍କ ଆଡ୍ମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ।
Powered by Froala Editor