ନକଲି କରୋନା ଔଷଧ ବିକ୍ରି ଘଟଣାରେ ଶିବ ଜେନା ଗିରଫ
ଭୁବନେଶ୍ୱର : ନକଲି କରୋନା ଔଷଧ ବିକ୍ରି ଘଟଣାରେ ଏସଟିଏଫକୁ ବଡ ସଫଳତା ମିଳିଛି । ଏହି କାରବାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଶିବ ଜେନାକୁ ଗିରଫ କରାଯାଇଛି । ପୂର୍ବରୁ ଏହି ମାମଲାରେ ଏସଟିଏଫ ୩ ଜଣଙ୍କୁ ଗିରଫ କରିଥିଲା । ସେମାନେ ହେଉଛନ୍ତି ମେଡ଼ିକ୍ୟାମେଂଟ ପ୍ରାଇଭେଟ ଲିମିଟେଡ଼ର ନିଦେ୍ର୍ଧଶକ ଶୁଭଲକ୍ଷ୍ମୀ ଜେନା, ଗୋଦାମ ଇନଚାର୍ଜ ସତ୍ୟ ପ୍ରକାଶ ମହାନ୍ତି ଓ ଡିପୋ ମ୍ୟାନେଜର ପ୍ରୀତିରଂଜନ ପରିଡା । ଅପରପକ୍ଷରେ ଗତକାଲି ଗିରଫ ହୋଇଥିବା ତିନି ଅଭିଯୁକ୍ତଙ୍କୁ କଟକ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର କରାଯାଇ ଜେଲ ପଠାଇ ଦିଆଯାଇଥିବାବେଳେ ସେମାନଙ୍କ ଆକାଉଂଟରେ ଥିବା ଟଙ୍କାକୁ ଫ୍ରିଜ କରି ଦିଆଯାଇଛି । କିଛି ରାଜ୍ୟରେ ନକଲି ଔଷଧ ବିକ୍ରି ଚାଲିଛି ବୋଲି ଖବର ପ୍ରକାଶ ପାଇବା ପରେ ଓଡ଼ିଶାରେ ବି ଖୋଳତାଡ଼ ଆରମ୍ଭ ହୋଇଯାଇଥିଲା । ମୁମ୍ବାଇ ପୁଲିସ ଠାରୁ ଓଡ଼ିଶା ଲିଙ୍କ ଜାଣିବା ପରେ ଏସଟିଏଫ ଖୋଳତାଡ଼ କରିଥିଲା ।
Powered by Froala Editor