ବିଦ୍ୟୁତତାର ସଂସ୍ପର୍ଶରେ ଆସି ମାଈ ହାତୀ ମୃତ
ମୟୁରଭଞ୍ଜ : ବିପଦରେ ଏବେ ଗଜରାଜ । ଦିନକୁ ଦିନ ହାତୀର ମୃତୁ୍ୟ ଖବର ସାମନାକୁ ଆସିଛି । ଏହାରି ଭିତରେ ପୁଣି ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ନାକୀଚୁଆ ପଞ୍ଚାୟତର ରାଇସୁଳ କିଆଖାଳି ଗାଁରେ ଆଜି ଭୋର ନାକୀଚୁଆ ଜଙ୍ଗଲରେ ଥିବା ନଅ ଟିକିଆ ଶିମିଳିପାଳ ହାତୀପଲରୁ ଗୋଟେ ମାଈ ହାତୀ ବିଦ୍ୟୁତତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂଙ୍କ ସୂଚନା ମୁତାବକ ମାଈହାତୀଟିର ବୟସ ଛଅରୁ ସାତ ବର୍ଷ ଥିବାବେଳେ ଆଜି ଭୋର ବିଦ୍ୟୁତତାରରେ ଝଟକା ଖାଇ ଜଣକ ବାଡ଼ିରେମରି ପଡିଥିଲା।
Powered by Froala Editor