ଅନନ୍ତ-ରାଧିକାଙ୍କ ବିବାହରେ ଯୋଗ ଦେବେନି ଗାନ୍ଧୀ ପରିବାର
ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଏବଂ ଶିଳ୍ପପତି ବୀରେନ ମର୍ଚାଣ୍ଟଙ୍କ ଝିଅ ରାଧିକା ମର୍ଚାଣ୍ଟ ୧୨ ଜୁଲାଇ ୨୦୨୪ରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସମୟରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ବିବାହରେ ଯୋଗଦେବେ ନାହିଁ ବୋଲି କୁହାଯାଉଛି। ସୋନିଆ ଗାନ୍ଧୀ ଅମ୍ବାନୀ ପରିବାରକୁ ନିଜ ଶୁଭକାମନା ଜଣାଇବେ ।
ଏହା ପୂର୍ବରୁ ଶିଳ୍ପପତି ମୁକେଶ ଅମ୍ବାନୀ ୪ ଜୁଲାଇ ୨୦୨୪ରେ କଂଗ୍ରେସ ନେତା ସୋନିଆ ଗାନ୍ଧୀଙ୍କ ସହ ଭେଟି ତାଙ୍କ ଘରେ ଦଶ ଜନପଥରେ ପହଞ୍ଚଥିଲେ । ଏଠାରେ ସେ ଅନନ୍ତ ଏବଂ ରାଧିକାଙ୍କ ବିବାହ ପାଇଁ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରିଥିଲେ। ମୁକେଶ ଅମ୍ବାନୀ ନିଜେ ପୁଅର ବିବାହ ପାଇଁ ସ୍ବତନ୍ତ୍ର ଅତିଥିମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିଲେ।
ଅନନ୍ତ ଅମ୍ବାନୀ ଏବଂ ରାଧିକାଙ୍କ ବିବାହ ଜୁଲାଇ ୧୨ରେ ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ୱାଲର୍ଡ ଜିଓ ସେଣ୍ଟରରେ ଅନୁଷ୍ଠିତ ହେବ। ଏହି ବିବାହରେ ଭାରତ ତଥା ବିଦେଶର ଜଣାଶୁଣା ବ୍ୟକ୍ତିତ୍ୱମାନେ ଯୋଗଦେବେ। ଅନେକ କମ୍ପାନୀର ଗ୍ଲୋବାଲ ସିଇଓମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗଦେବାକୁ ଯାଉଛନ୍ତି। ଏହି ସମୟରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ଏହି ବିବାହରେ ଯୋଗଦେବେ ନାହିଁ ବୋଲି କୁହାଯାଉଛି।
Powered by Froala Editor