ବଲ୍ଲେ ବଲ୍ଲେ ଢ଼ାବା ହେଉଛି ଖାଲି
ଧର୍ମଶାଳା: ଧର୍ମଶାଳା ଭବନରେ ଥିବା ବଲେ ବଲେ ଢାବା ଓ ଲଜକୁ ସିଲ କରିବା ନିର୍ଦ୍ଦେଶ ପରେ ଖାଲି କରାଯାଉଛି। ବିଧାୟକଙ୍କ ନିର୍ଦ୍ଦେଶ ପରେ ଢାବା ସିଲ କରିବାକୁ ଗତକାଲି ଲଟକା ଲଗାଇଥିଲେ ବ୍ଲକ ପ୍ରଶାସନ। ଏହା ପରେ ଢାବାରେ ଥିବା ସାମଗ୍ରୀକୁ ଖାଲି କରାଯାଉଛି। ଅଭିଯୋଗ ହୋଇଛି ବିଧାୟକ ଓ ସାଂସଦ ପାଣ୍ଠିରେ ଢାବାକୁ ଆଧୁନିକ ଶୈଳୀରେ ସଜା ଯାଇଥିଲା। ବିବାହ ବତ୍ର ଆଦି ପାଇଁ ଆଦାୟ ହେଉଥିଲା କୋଟି କୋଟି ଟଙ୍କା। ବିନା କାଗଜପତ୍ରରେ ପୂର୍ବତନ ବିଧାୟକଙ୍କ ସହଯୋଗୀଙ୍କୁ ଢାବା ଖୋଲିବା ପାଇଁ ଦିଆଯାଇଥିଲା ଲିଜ୍। ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ଏହି ଲଜକୁ ଅନେକ ଆଗ ଧାଡିର ହିରୋଇନ୍ ଆସୁଥିଲେ। ଅନ୍ୟ କିଛି ସେଲିବ୍ରିଟି ମଧ୍ୟ ଏଠାରେ ଆସି ରହୁଥିଲେ। ଲଜରେ ଚାଲିଥିଲା କଣ ଏହାକୁ ନେଇ ଉଠିଛି ପ୍ରଶ୍ନ । ସାଧାରଣରେ ଅଭିଯୋଗ ପରେ ଲଜକୁ ସିଲ୍ କରାଯାଇଛି।
Powered by Froala Editor