ଓଡ଼ିଶା ହେବ ମଦମୁକ୍ତ !
ଓଡ଼ିଶାରେ କମିବ ନିଶା କାରବାର । ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର ବୋଲି କହିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ ହୋଇଛି। ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।
ତେବେ ଓଡ଼ିଶାକୁ ମଦ ଓ ନିଶା ମୁକ୍ତ କରିବାକୁ ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା ହେବ। ଆଲୋଚନା ହୋଇ ପର୍ଯ୍ୟାୟକ୍ରମେ ପଦକ୍ଷେପ ନିଆଯିବ। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି ।
ପୂର୍ବରୁ ମଧ୍ୟ ବିହାର, ଗୁଜୁରାଟ, ମିଜୋରାମ, ନାଗାଲାଣ୍ଡ, ଏବଂ ଲାକ୍ଷାଦୀପରେ ମଦ ବ୍ୟାନ କରାଯାଇଥିଲା। ଏହା ଦେଶର ମଦମୁକ୍ତ ରାଜ୍ୟ ପାଇଁ ପରିଚିତ। ଏଣିକି ଓଡ଼ିଶା ମଧ୍ୟ ଏହି ତାଲିକାରେ ସାମିଲ ହେବାକୁ ଯାଉଛି। ଡ୍ରଗ୍ଧ କାରବାର ବିରୋଧରେ ଏହି କାର୍ଯ୍ୟକ୍ରମ କରାଯିବ।
Powered by Froala Editor