୫-ଟି ସ୍କୁଲ ଦୁର୍ନୀତିର ତଦନ୍ତ କରିବ ବିଜେପି
ଭୁବନେଶ୍ୱର: ବିଜେଡି ସରକାର ସମୟରେ ୫-ଟି ସ୍କୁଲ କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ସେତେବେଳେ ବିରୋଧୀ ବିଜେପି ଓ କଂଗ୍ରେସ ବାରମ୍ବାର ଦାବି କରିଆସୁଥିଲେ । ଏବେ ବିଜେପି ସରକାର ଗଠନ କରିଛି । ଆଉ ୫-ଟି ସ୍କୁଲ ଦୁର୍ନୀତିର ତଦନ୍ତ କରିବାକୁ ଯାଉଛି । ତେବେ ଯଦି ଦୁର୍ନୀତି ହୋଇଥିବା ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହାଛଡ଼ା ସେ କହିଛନ୍ତି ଯେ ରାଜ୍ୟରେ ଖାଲିପଡ଼ି୍ଥିବା ଶିକ୍ଷକ ପଦବୀ ଶୁବଶୀଘ୍ର ପୂରଣ ହେବ । ବିଗତ ଦିନରେ ଅନେକ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ଏନେଇ କାର୍ଯ୍ୟାନୁଷ୍ଠାନ ହେବ । ବଦଳି ପରେ ସ୍କୁଲ ଯାଉନଥିବା ଶିକ୍ଷକଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ହେବ । ଏଥିସହ ସ୍କୁଲ ଯାଇ ପିଲାଙ୍କୁ ପାଠ ପଢାଇବାକୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ।
Powered by Froala Editor