ଅଧିକ ଦିନ ଗୋଟିଏ ବ୍ରଶ୍କୁ ବ୍ୟବହାର କଲେ କ’ଣ କ୍ଷତି ହୁଏ ଜାଣନ୍ତୁ....

ସକାଳେ ଶେଯ ତ୍ୟାଗ କରିବା ପରେ ସଭିଏଁ ପ୍ରଥମେ ଦାନ୍ତ ଘଷି ଥାଆନ୍ତି। ଦାନ୍ତ ଘଷିବା ଦ୍ୱାରା ଏହା ସଫା ହେବା ସହ ସ୍ୱାସ୍ଥ୍ୟକୁ ଅନେକ ରୋଗରୁ ରକ୍ଷା କରିଥାଏ। ଏଥିପାଇଁ ସାଧାରଣତଃ ବ୍ରଶ୍ର ବ୍ୟବହାର କରି ଥାଆନ୍ତି। ମାତ୍ର ଦାନ୍ତ ସଫା କରିବା ପାଇଁ ବ୍ୟବହାର କରାଯାଉଥିବା ବ୍ରଶ୍ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ରହିଛି। ଯାହା ଜାଣିବା ନିତାନ୍ତ ଆବଶ୍ୟକ। ନଚେତ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।
ଦାନ୍ତ ସଫା କରିବା ପାଇଁ ବ୍ରଶ୍ ନିତାନ୍ତ ଜରୁରୀ। ମାତ୍ର ସଠିକ୍ ସମୟ ଅନୁଯାୟୀ ଏହାକୁ ବଦଳାଇବା ଆବଶ୍ୟକ। ଏହା ଦ୍ୱାରା ଦାନ୍ତ ଓ ମାଢିରେ ହେଉଥିବା ସଂକ୍ରମଣ ତଥା ଅନ୍ୟାନ୍ୟ ରୋଗରୁ ମୁକ୍ତି ମିଳିଥାଏ।
ଦାନ୍ତ ବିଶେଷଜ୍ଞ ଓ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପ୍ରତି ୨ ରୁ ୩ ମାସ ମଧ୍ୟରେ ବ୍ରଶ୍ ବଦଳାଇବା ଉଚିିତ୍।
ଅଧିକ ଦିନ ପର୍ୟ୍ୟନ୍ତ ଏହାର ବ୍ୟବହାର କରିବା ଉଚିତ୍ ନୁହେଁ। ଗୋଟିଏ ବ୍ରଶ୍କୁ ଅଧିକ ଦିନ ଯାଏଁ ବ୍ୟବହାର କଲେ ଦାନ୍ତରେ ବ୍ୟାକ୍ଟେରିଆ ବୃଦ୍ଧି ସହ ସଂକ୍ରମଣ ଓ ବିଭିନ୍ନ ରୋଗ ହେବାର ଅଧିକ ସମ୍ଭାବନା ଥାଏ।
ଅଧିକ ଦିନ ଯାଏଁ ଗୋଟିଏ ବ୍ରଶ୍କୁ ବ୍ୟବହାର କରିବା ଦ୍ୱାରା ମାଢି ଉପରେ କୁପ୍ରଭାବ ପଡିବା ସହ ବିଭିନ୍ନ ରୋଗର କାରଣ ପାଲଟିଥାଏ।
ବ୍ରଶ୍ ସର୍ବଦା ନରମ ଓ ଆକାରରେ ମଧ୍ୟମ ହେବା ଦାନ୍ତ ପାଇଁ ଉପକାରୀ।
Powered by Froala Editor