ଆଇଆଇଟି ରୁରକୀରେ ୯୦ ଜଣ ଛାତ୍ର କରୋନା ସଂକ୍ରମିତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡ ହରିଦ୍ୱାର ଜିଲ୍ଲାର ପ୍ରତିଷ୍ଠିତ ଭାରତୀୟ ପ୍ରତ୍ୟୋଗିକ ସଂସ୍ଥାନ (ଆଇଆଇଟି) ରୁରକୀରେ ୯୦ ଜଣ ଛାତ୍ର କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ସଂସ୍ଥାନର ପ୍ରବକ୍ତା ମୌନିକା ଶ୍ରୀବାସ୍ତବ କହିଛନ୍ତି କି ସଂକ୍ରମିତ ଚିହ୍ନଟ ହୋଇଥିବା ସମସ୍ତ ୯୦ ଜଣ ଛାତ୍ରଙ୍କୁ ଆଇଆଇଟି ପରିସରରେ ଥିବା ଗଙ୍ଗା ହଷ୍ଟେଲରେ ରଖାଯାଇଛି । ଏହି ହଷ୍ଟେଲକୁ ଏକ ସ୍ୱତନ୍ତ୍ର କୋଭିଡ କେୟାର ସେଣ୍ଟର କରାଯାଇଛି । ଏହି ଛାତ୍ର ମାନଙ୍କୁ ହରିଦ୍ୱାର ଅଧିକାରୀଙ୍କ ଦାୟିତ୍ୱରେ ରଖାଯାଇଛି । ଏହାସହିତ ପାଖା ପାଖି ୫ ଟି ହଷ୍ଟେଲକୁ ସିଲ୍ କରାଯାଇଛି । ହେଲେ ଅନଲାଇନ୍ କ୍ଲାସ ଚାଲୁ ରହିଛି ।