ଯୋଗ ଦିବସରେ ୫୦ ଲକ୍ଷ ପାଇବେ ଟିକା
ନୂଆଦିଲ୍ଲୀ : କୋଭିଡ-୧୯ ଟିକାକରଣ ନେଇ କେନ୍ଦ୍ର ସରକାରଙ୍କ ନୂଆ ନୀତି (ଜୁନ୍ ୨୧ ତାରିଖ) ଠାରୁ ସାରା ଦେଶରେ ଲାଗୁ ହେବାକୁ ଯାଉଛି । ଏଣିକି ଟିକାକରଣ ଅଭିଯାନର ସଂପୂର୍ଣ୍ଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣରେ ରହିବ ଏବଂ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ମାଗଣା ଟିକା ଯୋଗାଇ ଦେବେ । ଆଜି ଅନ୍ତର୍ଜାତୀୟ ଯୋଗ ଦିବସରେ ୫୦ ଲକ୍ଷ ଲୋକଙ୍କୁ ଟିକା ପ୍ରଦାନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟ ପୂରଣ ହେଲେ ଏହା ପୂର୍ବରୁ ଦୈନିକ ଟିକାକରଣ କ୍ଷେତ୍ରରେ ରହିଥିବା ସମସ୍ତ ରେକର୍ଡ ଭାଙ୍ଗିବ । ରାଜ୍ୟମାନଙ୍କର ଟିକାକରଣ ଟାର୍ଗେଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଜାନୁଆରି ୧୬ରୁ ଟିକାକରଣ ଆରମ୍ଭ ହେବାଠାରୁ ପର୍ଯ୍ୟନ୍ତ ଦେଶରେ ୨୭ କୋଟି ୬୬ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ ଟିକା ଡୋଜ ଦିଆଗଲାଣି ।
Powered by Froala Editor