ଚାଉଳ ପାଣି ଦୂର କରେ କେଶ ସମସ୍ୟା
ଆଜିକାଲି କେଶ ଝଡ଼ିବା ଏବଂ ରୂପି ସମସ୍ୟା ଅନେକଙ୍କ ସହ ଘଟୁଛି। ବିଶେଷ କରି ଖରାଦିନରେ ରୁପି ସମସ୍ୟା ମଧ୍ୟ ବଢ଼ିଯାଇଥାଏ। ଯାହା ଚନ୍ଦାପଣ ଏବଂ ରୂପି ସମସ୍ୟା ଦୂର କରିବାରେ ସାହାର୍ଯ୍ୟ କରିବ।
। ଚାଉଳ ପାଣି ଆମ ଶରୀର ପାଇଁ ବେଶ୍ ଲାଭଦାୟକ। ଏଥିପାଇଁ ଅନେକ ଲୋକ ଧଳା ଚାଉଳ ପାଣି ସେବନ କରିଥାନ୍ତି। କିନ୍ତୁ ଧଳା ଚାଉଳ ଅପେକ୍ଷା ନାଲି ଚାଉଳରେ ଅଧିକ ପୋଷଣ ଥାଏ। ଏଥିରେ ପ୍ରୋଟିନ୍, ଫାଇବର୍, ଜିଙ୍କ୍, କ୍ୟାଲସିୟମ, ଆଇରନ୍, ପୋଟାସିୟମ୍ ଆଦି ପୋଷଣ ଭରପୂର ମାତ୍ରାରେ ରହିଥାଏ ।
ଚାଉଳର ପାଣି ବା ଚାଉଳ ମଣ୍ଡରେ ପ୍ରଚୁର ପରିମାଣର କାର୍ବୋହାଇଡ୍ରେଟ୍ସ ରହିଛି। ଚାଉଳ ପାଣିକୁ ସେବନ କରିବା ଦ୍ୱାରା ଏହା କେଶକୁ ପୋଷଣ ଯୋଗାଇଥାଏ। ଯାହା କେଶକୁ ମଜବୁତ କରିବା ସହ କେଶ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ପିଇବା ବ୍ୟତୀତ ଆପଣ ଏହାକୁ କେଶରେ ମଧ୍ୟ ଲଗାଇପାରିବେ ।
ଏହି ପାଣିରେ ମୁଣ୍ଡ ସଫା କଲେ ଚୁଟି ବହୁତ ଚିକ୍କଣ ହୋଇଥାଏ। ଏହା କଣ୍ଡିସନର ଭଳି କାମ କରିଥାଏ। ସାମ୍ପୁ କରିବା ପରେ ଏହି ପାଣିରେ ଚୁଟି ଧୋଇବେ। ଚୁଟିର ମୂଳରେ ମସାଜ କରିବେ ଏବଂ ପରେ ସଫା ପାଣିରେ ଧୋଇବେ। ଏହି ପ୍ରକ୍ରିୟା ସପ୍ତାହକୁ ଥରେ କିମ୍ବା ଦୁଇଥର କରିବା ଫଳରେ ଚୁଟି ସୁନ୍ଦର ହୋଇଥାଏ।
ଚୁଟି ନୁହେଁ ଆମ ତ୍ୱଚା ଓ ପାଇଁ ମଧ୍ୟ ବହୁତ ଲାଭଦାୟକ ଚାଉଲ ପାଣି ହୋଇଥାଏ। ଏହି ପାଣିର ବ୍ୟବହାରରେ ତ୍ୱଚାରେ ଚମକ ଆସିଥାଏ।
Powered by Froala Editor