ବିଳମ୍ବରେ ରାତ୍ରି ଭୋଜନ କରୁଛନ୍ତି କି
ଆଜିକାଲି ଯୁବପିଢୀଙ୍କ ଠାରୁ ଆରମ୍ଭ କରି ବୟସ୍କ ପିଢୀଙ୍କ ପର୍ୟ୍ୟନ୍ତ, ସମସ୍ତେ ନିଜ ନିଜର ସ୍ୱାସ୍ଥ୍ୟବସ୍ଥାକୁ ନେଇ ବେଶ ସଚେତନ ରହୁଛନ୍ତି । ନିଜ ନିଜର ଖାଦ୍ୟ ପାନୀୟ ଉପରେ ବିଶେଷ ଗୁରୁତ୍ୱ ଦେବା ସହିତ, ଯୋଗ, ପ୍ରାଣାୟମ,କସ୍ରତ୍ ନିୟମିତ ଭାବେ ଅନେକ୍ ଲୋକ କରୁଛନ୍ତି । ଖାଦ୍ୟ ବିଶେଷଜ୍ଞଙ୍କ ମତରେ, ସବୁ କାମ କରିବାର ଏକ ନିର୍ଦ୍ଦିଷ୍ଟ ସମୟ ରଖିବା ଉଚିତ୍ । ଅନେକ୍ ସମୟରେ ଅନେକ୍ ଲୋକ କର୍ମବହୁଳ ଜୀବନ ଭିତରେ ରହି,ଖାଇବା ସମୟ ଠିକ୍ଠାକ୍ ରହିନଥାଏ । ଯାହା ଦ୍ୱାରା ଅନେକ୍ ସମସ୍ୟା ଦେଖାଦେବାର ସମ୍ଭାବନା ରହିଥାଏ । ତେବେ ଆସନ୍ତୁ ଜାଣିବା ବିଳମ୍ବରେ ରାତ୍ରି ଭୋଜନ କରିବା ଦ୍ୱାରା କେଉଁ ସମସ୍ୟା ଦେଖା ଦେଇଥାଏ ।
-ପ୍ରତିଦିନ ସଂଧ୍ୟା ୭ ରୁ ୮ଟା ମଧ୍ୟରେ ରାତ୍ରି ଭୋଜନ କରିବା ଭଲ । ଅତିବେଶୀରେ ରାତି ୯ଟା ପୂର୍ବରୁ ରାତ୍ରି ଭୋଜନ କରିବା ଉଚିତ୍ । ଏହା ସହିତ ରାତିରେ ଗରିଷ୍ଠ ଭୋଜନ କରିବା ଦ୍ୱାରା ବଦହଜମି ହୋଇଥାଏ ।
-ରାତି ୧୦ ଟା ପରେ ନିୟମିତ ଖାଇଲେ ପେଟ ବଢିଥାଏ ।
-ରାତିରେ ବିଳମ୍ବରେ ଭୋଜନ କରିବା ଦ୍ୱାରା, ଅନେକ୍ ଲୋକଙ୍କର ମଧୁମେହ, ରକ୍ତଚାପ, ମେଦବହୁଳ ଏବଂ ବୟସ ବଢିବା ସହିତ ହୃଦରୋଗ ସମସ୍ୟା ଦେଖାଦିଏ ।
Powered by Froala Editor