୧୬୦୦ ଟଙ୍କାର ଗୋବର ଚୋରି, ଥାନାରେ ମାମଲା

ଛତିଶଗଡ଼ ରାଜ୍ୟର ଦୀପକା ଥାନା ଅନ୍ତର୍ଗତ ଧୁରେନା ଗାଁରେ ଗୋବର ଚୋରି ପାଇଁ ମାମଲା ରୁଜୁ ହୋଇଛି। ଶୁଣିବା ପାଇଁ ଆଶ୍ଚର୍ଯ୍ୟ ଲାଗିଲେ ବି ଏ ଘଟଣା ସତ୍ୟ । ଏହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ଦାୟର କରାଯାଇଛି। ପୁଲିସ୍ ମାମଲାର ତଦନ୍ତ ଆରମ୍ଭ କରିଦେଇଛି।
ରବିବାର ହୋଇଥିବା ଏହି ମାମଲାର ସୂଚନା ଦେଇ ପୁଲିସ୍ କହିଛି ଯେ ଚୋରି ହୋଇଥିବା ୮୦୦ କିଲୋ ଗୋବରର ମୂଲ୍ୟ ହେଉଛି ୧୬୦୦ ଟଙ୍କା। ୮-୯ ଜୁନ୍ ରାତିରେ ଗୋବର ଚୋରି ହୋଇଥିବା ବେଳେ ଏହାକୁ ନେଇ ୧୫ ଜୁନ୍ରେ ଥାନାରେ ଏତଲା ଦେଇଥିଲେ କମହାନ ସିଂହ କମ୍ବର। କମହାନ ସିଂହ ଗାଁର ଗୋଧନ ନ୍ୟାୟ ଯୋଜନାର ମୁଖ୍ୟ। ତାଙ୍କଠୁ ଅଭିଯୋଗ ପାଇବା ପରେ ପୋଲିସ ମାମଲା ରୁଜୁ କରିଛି। ଏହା ପରେ ପୋଲିସ ଛାନଭିନ୍ କରୁଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗୋଧନ ନ୍ୟାୟ ଯୋଜନା ଅନ୍ତର୍ଗତ ଗୋବର ଖତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏହି ଗୋଷ୍ଠୀ ଏହି କାମ ପାଇଁ ଏକ ଟାଙ୍କି ଭିତରେ ଗୋବର ଭରି ରଖିଥିଲେ। ହେଲେ ବିଳମ୍ବିତ ରାତିରେ ଚୋରମାନେ ଏଠାରେ ରଖାଯାଇଥିବା ୧୬୦୦ ଟଙ୍କାର ଗୋବର ଚୋରି କରିନେଇଛନ୍ତି। ଚୋରମାନଙ୍କ ବିରୋଧରେ ଥାନାରେ ୩୭୯ ଧାରା ଅନ୍ତର୍ଗତ ମାମଲା ଦାୟର କରାଯାଇଛି। ଏହା ପୂର୍ବରୁ କୋରବାରୁ ପ୍ରଥମେ ଗୋବର ଚୋରି ଘଟଣା ସମ୍ନାକୁ ଆସିଥିଲା। କିନ୍ତୁ ଏହାକୁ ନେଇ କୌଣସି ଅଭିଯୋଗ ହୋଇନଥିଲା।
Powered by Froala Editor