ପୁଣି ଓଡ଼ିଶାରେ ପ୍ରଚାର କରିବେ ରାହୁଲ
ଭୁବନେଶ୍ୱର: ପୁଣି ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ମଧ୍ୟ ଓଡ଼ିଶା ଆସିବେ। ମେ ୨୬, ୨୭ ଓ ୨୮ରେ ଲଗାତର ତିନିଦିନ କ୍ୟାମ୍ପ କରି ରାହୁଲ ନିର୍ବାଚନୀ ପ୍ରଚାର କରିବେ। ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।
ପୂର୍ବରୁ ରାହୁଲ ଗାନ୍ଧୀ ସାଲେପୁର ଏବଂ ପରେ ବଲାଙ୍ଗିର ଆସି ଦଳ ପାଇଁ ପ୍ରଚାର କରିଛନ୍ତି। ସାଲେପୁର ସଭାରେ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲା ବେଳେ କଂଗ୍ରେସର ବିଭିନ୍ନ ଯୋଜନା ବିଷୟରେ ଘୋଷଣା କରିଥିଲେ। ଏହାପରେ ବଲାଙ୍ଗୀର ସଭାରେ ବିଜେପିଉପରେ ବର୍ଷିଥିଲେ ଏବଂ କହିଥିଲେ ଯେ, ପ୍ରଥମ ଥର ପାଇଁ କୌଣସି ଦଳ କହିଛି ଜିତିଲେ ସମ୍ବିଧାନ ବଦଳାଇବ ।
ଏହା ସହିତ ସେ କହିଥିଲେ ଦିଲ୍ଲୀରେ ସରକାରକୁ ୯୦ ଅଫିସର ଚଳାଉଛନ୍ତି, ସେଥିରୁ ୩ ଦଳିତ । ଆମେ ସରକାରକୁ ଆସିଲେ କୋଟିଏ ଲକ୍ଷପତି ସୃଷ୍ଟି କରିବୁ । ଜୁନ୍ ୪ରେ ଇଣ୍ଡିଆ ମେଣ୍ଟ ସରକାର ଗଠନ ହେବ ବୋଲି ରାହୁଲ ଗାନ୍ଧି ଦୃଢୋକ୍ତି ପ୍ରକାଶ କରିଥିଲେ।
Powered by Froala Editor