ବିହାରରେ ୭୫ ହଜାର ମୃତୁ୍ୟର ହିସାବ ନାହିଁ
ନୂଆଦିଲ୍ଲୀ: ବିହାରରେ ଚଳିତ ବର୍ଷର ପ୍ରଥମ ୫ ମାସରେ ହୋଇଥିବା ପ୍ରାୟ ୭୫ ହଜାର ମୃତୁ୍ୟର କିଛି ହିସାବ ନାହିଁ । ପ୍ରାୟ ୭୫ ହଜାର ମୃତୁ୍ୟ କିଭଳି ହୋଇଛି ସେନେଇ କିଛି ସ୍ପଷ୍ଟ କାରଣ ଦର୍ଶାଯାଉ ନାହିଁ । କିନ୍ତୁ ଦ୍ୱିତୀୟ ଲହର ମଧ୍ୟରେ ଏତେ ସଂଖ୍ୟକ ମୃତୁ୍ୟ ହୋଇଥିବାରୁ ଏହା କୋଭିଡ ମୃତୁ୍ୟ ବି ହୋଇଥାଇପାରେ ବୋଲି ପ୍ରଶ୍ନ ଉଠିଛି । ତେବେ ଏହି ମୃତୁ୍ୟ ବିହାରର ମୋଟ କୋଭିଡ ମୃତୁ୍ୟର ୧୦ ଗୁଣା ହେବ । ବିହାରରେ କୋଭିଡ ମୃତୁ୍ୟକୁ ସଠିକ ଭାବେ ଗଣନା କରାଯାଉନି ବୋଲି ଏବେ ପ୍ରଶ୍ନ ଉଠିଛି । ୨୦୧୯ ଜାନୁଆରିିରୁ ମେ’ ମଧ୍ୟରେ ବିହାରରେ ପ୍ରାୟ ୧.୩ ଲକ୍ଷ ମୃତୁ୍ୟ ହୋଇଥିଲା । ତେବେ ୨୦୨୧ରେ ଏହି ସମୟ ମଧ୍ୟରେ ପ୍ରାୟ ୨.୨ ଲକ୍ଷ ମୃତୁ୍ୟ ହୋଇଛି । ଏଥିରୁ ପ୍ରାୟ ୭୫ ହଜାର ମୃତୁ୍ୟର କିଛି ହିସାବ ନଥିବାରୁ ବିଭିନ୍ନ ମହଲ ଏ ନେଇ ପ୍ରଶ୍ନ ଉଠାଇଛନ୍ତି ।
Powered by Froala Editor