ଖୁବଶୀଘ୍ର ଦେଶବାସୀଙ୍କୁ ମିଳିବ ‘ଜାଇକୋଭ-ଡି’ ଟିକା
ନୂଆଦିଲ୍ଲୀ: ଅହମ୍ମଦାବାଦର ଫାର୍ମା କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ପ୍ରସ୍ତୁତ କୋଭିଡ ଟିକା ‘ଜାଇକୋଭ-ଡି’ ଖୁବଶୀଘ୍ର ଦେଶବାସୀଙ୍କୁ ମିଳିବା ଆଶା କରାଯାଉଛି । କମ୍ପାନୀ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଆସନ୍ତା ସପ୍ତାହରେ ଆବେଦନ କରିପାରେ । ଉକ୍ତ ଟିକାକୁ କର୍ତ୍ତୃପକ୍ଷ ମଞ୍ଜୁରି ଦେଲେ ଏହା ହେବ ବିଶ୍ୱର ପ୍ରଥମ ଡିଏନଏ ଟିକା । ଭାରତୀୟମାନଙ୍କୁ ଏବେ କୋଭିସିଲଡ, କୋଭାକ୍ସିନ ଏବଂ ସ୍ପୁଟନିକ-ଭି ଟିକା ମିଳିଥିବା ବେଳେ ଚତୁର୍ଥ ଟିକା ଭାବେ ଜାଇକୋଭ-ଡି ମିଳିଯିବ । ଉକ୍ତ ଟିକା ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ରିପୋର୍ଟ ପ୍ରାୟତଃ ପ୍ରସ୍ତୁତ ହୋଇସାରିଛି । ଏଥିସହିତ ଏହି ଟିକାକୁ ୧୨ ରୁ ୧୮ ବର୍ଷର ପିଲାଙ୍କ ଠାରେ ଏହି ଟିକାର ପରୀକ୍ଷଣ ମଧ୍ୟ କରାଯାଇଛି । ତେଣୁ ଜାଇଡସ କାଡିଲାର ଟିକା ୁକ୍ତ ବୟସ ବର୍ଗର ପିଲାଙ୍କୁ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି । ଡିଏନଏ ପ୍ଲାଜମିଡ ଭିତ୍ତିକ ଜାଇକୋଭ-ଡି ଟିକାର ତିନିଟି ମାତ୍ରା ନେବାକୁ ହେବ । ସେହିଭଳି ଏହି ଟିକାକୁ ୨ ରୁ ୪ ଡିଗ୍ରୀ ତାପମାତ୍ରାରେ ରଖାଯାଇପାରିବ ।
Powered by Froala Editor