କୋରାପୁଟ ଲୋକସଭା ଆସନ: ଏହି ତିନି ପ୍ରାର୍ଥୀ ହେବେ ସାମ୍ନାସାମ୍ନି
ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିବ । ରାଜ୍ୟର ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଆସନରେ ମତଦାନ ହେବ ।
କୋରାପୁଟର ୪ ଆସନ ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ଓ ପଡୋଶୀ ରାୟଗଡା ଜିଲ୍ଲାର ୩ ବିଧାନସଭା ଆସନ, ଗୁଣୁପୁର ବିଷମ-କଟକ, ରାୟଗଡାକୁ ନେଇ ଏହି ଲୋକସଭା ଆସନ ଗଠିତ । ଗତଥର (୨୦୧୯) କଂଗ୍ରେସ ରାଜ୍ୟରେ ମାତ୍ର ଗୋଟିଏ ଆସନ ଭାବେ ଏଠାରେ ହିଁ ଖାତା ଖୋଲିବାରେ ସଫଳ ହୋଇଥିଲା । ସପ୍ତଗିରି ଉଲ୍ଲାକା ଏକମାତ୍ର କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ମାତ୍ର ୩ ହଜାର ଭୋଟରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲା ହିକକାଙ୍କୁ ପରାସ୍ତ କରିଥିଲେ । ଏଥର ମଧ୍ୟ ତାଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି କଂଗ୍ରେସ । ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକ୍କକାଙ୍କୁ ସାମ୍ନାକୁ କରୁଛନ୍ତି । ବିଜେପି କାଳିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି । ଏଠାରେ ମଧ୍ୟ ଗତଥର ପରି ସପ୍ତଗିରି ଓ କୌଶଲ୍ୟାଙ୍କ ମଧ୍ୟରେ ହିଁ ଲଢେଇ ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି ।
Powered by Froala Editor