ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ:ପ୍ରସ୍ତୁତି ଆରମ୍ଭ କରିଛି ବିଜେପି
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ବିଜେପି ତାହାର ପ୍ରସ୍ତୁତି ପୂରାଦମରେ ଆରମ୍ଭ କରିଦେଇଛି । ସରକାରଙ୍କ ଭାବମୂର୍ତ୍ତିକୁ ବଦଳାଇବା ଏବଂ ଦଳକୁ ମଜଭୁତ କରିବା ପାଇଁ ଉଦ୍ୟମ ଚାଲିଛି । ମାସକ ମଧ୍ୟରେ ବିଜେପି ସାଧାରଣ ସଂପାଦକ ବି ଏଲ ସନ୍ତୋଷ ଦୁଇ ଦୁଇ ଥର ଲକ୍ଷ୍ନୌ ଗସ୍ତରେ ଯିବା ୟୁପି ରାଜନୀତିକୁ ଚଳଚଞ୍ଚଳ କରିଦେଇଛି । ପୂର୍ବରୁ ଗତ ମାସ ୩୧ ତାରିଖରୁ ଚଳିତମାସ ୨ ତାରିଖ ପର୍ଯ୍ୟନ୍ତ ସନ୍ତୋଷ ଲକ୍ଷ୍ନୌ ଯାଇ ସମୀକ୍ଷା କରି ସାରିଥିବାବେଳେ ଆସନ୍ତା ୨୧ ତାରିଖରେ ପୁଣି ଦୁଇଦିନିଆ ଗସ୍ତରେ ଲକ୍ଷ୍ନୌରେ ପହଞ୍ଚିବେ । ତେବେ କମଦିନ ଭିତରେ ବିଜେପି ସାଧାରଣ ସଂପାଦକ ଦ୍ୱିତୀୟ ଥର ପାଇଁ ଲକ୍ଷ୍ନୌ ଗସ୍ତରେ ଯାଉଥିବାରୁ ୟୁପିର ବିଜେପି ରାଜନୀତିରେ କିଛି ବଡ଼ ଧରଣର ପରିବର୍ତ୍ତନ ହୋଇପାରେ ବୋଲି ଅନୁମାନ କରାଯାଉଛି ।
Powered by Froala Editor