ଜମ୍ମୁ କାଶ୍ମୀରରେ ଭୂସ୍ଖଳନ, ୟୁନିର୍ଭସିଟି ପରୀକ୍ଷା ବାତିଲ
କୁପୱାଡା ଅଂଚଳରେ ପ୍ରବଳ ବର୍ଷାରୁ ଜମ୍ମୁ କାଶ୍ମୀରରେ ବର୍ଷାରୁ ବନ୍ୟା ସ୍ଥିତି ହୋଇଛି। ବାଦଲ ଫଟା ବର୍ଷାରୁ ଉତ୍ତର କାଶ୍ମୀର ଅଂଚଳରେ ଅଚାନକ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ବନ୍ୟାପାଣିରେ ୧୦ରୁ ଅଧିକ ଘର ଭାଂଗିଯାଇଛି। ଅନେକ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି।
ଡୋଡା, ରିଆସି, କିଶତ୍ୱାର, ରାମବାନ ଏବଂ ବାରମୁଳା ସମେତ ଅନେକ ପାହାଡ଼ିଆ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି। ରାସ୍ତାରେ ଏକାଧିକ ସ୍ଥାନରେ ଭୂସ୍ଖଳନ କାରଣରୁ ଶ୍ରୀନଗର-ଜାମ୍ମୁ ଜାତୀୟ ରାଜପଥ ତିନି ଦିନ ହେବ ବନ୍ଦ ରହିଛି।
ବନ୍ୟା ସ୍ଥିତି ଦେଖା ଦେଇଥିବାରୁ ଜିଲ୍ଲା ପ୍ରଶାସନ ଆଲର୍ଟରେ ରହିଛି। ସ୍କୁଲ ଓ କଲେଜ ସବୁ ବନ୍ଦ କରି ଦିଆଯାଇଛି। ବନ୍ୟା ଅଂଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତଥାପି ପରିସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିପାରି ନାହି।ବିଭିନ୍ନ ଜିଲ୍ଲାରେ ସ୍କୁଲ୍-କଲେଜ ଛୁଟି ଘୋଷଣା କରାଯାଇଛି। କଶ୍ମୀର ୟୁନିର୍ଭସିଟିରେ ୩୦ ଏପ୍ରିଲରେ ହେବାକୁ ଥିବା ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି।
Powered by Froala Editor