‘ତାରକ ମେହତା କା ଉଲ୍ଟା ଚଷମା’ର ରୋଶନ ସିଂହ ନିଖୋଜ
ଧାରାବାହିକ ‘ତାରକ ମେହତାକା ଉଲ୍ଟା ଚଷମା’ ଖ୍ୟାତି ଗୁରୁଚରଣ ସିଂହ ନିଖୋଜ ଅଛନ୍ତି। ଧାରାବାହିକରେ ସେ ରୋଶନ ସିଂହ ସୋଢ଼ି ଭୂମିକାରେ ଅଭିନୟ କରିଥିଲେ। ଏନେଇ ତାଙ୍କ ବାପା ମା' ପୁଲିସରେ ଅଭିଯୋଗ କରିଛନ୍ତି। ତାଙ୍କ ପିତାଙ୍କ ଅଭିଯୋଗ ଆଧାରରେ ଦିଲ୍ଲୀ ପୁଲିସ୍ ବର୍ତ୍ତମାନ ଏକ ଅପହରଣ ମାମଲା ପଞ୍ଜିକରଣ କରିଛି। ସେ ଦୀର୍ଘ ୫ ଦିନ ହେବ ନିଖୋଜ ରହିଥିବା ବେଳେ ତାଙ୍କ ପ୍ରଶଂସକମାନେ ଚିନ୍ତାରେ ଅଛନ୍ତି।
ଅଭିଯୋଗ ମୁତାବକ, ଗୁରୁଚରଣ ସିଂହ ମୁମ୍ବାଇ ଯିବାର ଥିଲା। ଏଥିପାଇଁ ସେ ଗତ ୨୨ ଏପ୍ରିଲରେ ସାଢ଼େ ୮ଟାରେ ଦିଲ୍ଲୀ ବିମାନ ବନ୍ଦର ଅଭିମୁଖେ ବହାରିଥିଲେ। ହେଲେ ମୁମ୍ବାଇ ପହଞ୍ଚି ନଥିଲେ। ସେବେଠାରୁ ତାଙ୍କ ସହ ଟେଲିଫୋନ୍ରେ ଯୋଗାଯୋଗ ମଧ୍ୟ ହୋଇନାହିଁ। ଏନେଇ ୫୦ ବର୍ଷୀୟ ଅଭିନେତାଙ୍କ ବାପା ପୁଲିସରେ ତାଙ୍କ ପୁଅ ନିଖୋଜ ହୋଇଥିବା ଅଭିଯୋଗ କରିଛନ୍ତି।
ସୋମବାର ରାତିରେ ପାଲାମ ଅଞ୍ଚଳରେ ସୁରକ୍ଷା କ୍ୟାମେରା ଦ୍ୱାରା କଏଦ ହୋଇଥିବା ଫୁଟେଜରେ ଗୁରୁଚରଣ ସିଂହଙ୍କୁ ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଥିଲା। ପୁଲିସ କହିଛି ଯେ ସେମାନେ ସିସିଟିଭି ଫୁଟେଜ ସ୍କାନ କରୁଛନ୍ତି ଏବଂ ମାମଲାର ତଦନ୍ତ ଚାଲିଛି।
ସେ ମାନସିକ ସ୍ତରରେ ସଂପୂର୍ଣ୍ଣ ସୁସ୍ଥ। ପୁଅ ହଜିବା ପରେ ପ୍ରଥମେ ପରିବାର ଲୋକ ନିଜ ହିସାବରେ ଖୋଜାଖୋଜି ଆରମ୍ଭ କରିଥିଲେ। ମାତ୍ର ସେ ନମଳିବାରୁ ସେମାନେ ପୁଲିସ୍ର ସହାୟତା ଲୋଡ଼ିଥିଲେ।
Powered by Froala Editor