ମିଲ୍ଖା ସିଂଙ୍କ ପରଲୋକ

ନୂଆଦିଲ୍ଲୀ : ଭାରତର ଫ୍ଲାଇଂ ଶିଖ ମିଲ୍ଖା ସିଂଙ୍କ ପରଲୋକ । କୋଭିଡ ସଂକ୍ରମଣ ଯୋଗୁଁ ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଭାରତ ପାଇଁ ଅନେକ ପଦକ ଜିତିବା ସହ ଗୌରବ ଆଣିଦେଇଥିଲେ ମିଲଖା ସିଂହ ।
ଚଣ୍ଡୀଗଡ଼ର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବା ପରେ ବୁଧବାର ତାଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ କରୋନା ପରର ଅସୁସ୍ଥତା ଯୋଗୁଁ ଗୁରୁତର ହୋଇ ପ୍ରାଣ ହରାଇଛନ୍ତି ମିଲଖା ସିଂହ । ଏକ ସପ୍ତାହ ତଳେ ତାଙ୍କ ପତ୍ନୀ ନିର୍ମଲ କୌରଙ୍କର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିଲା ।
Powered by Froala Editor