ଏହି ଲୋକପ୍ରିୟ ଗାୟକଙ୍କୁ କରୋନା, ଜାଣନ୍ତୁ କିଏ?

ମୁମ୍ବାଇ : କରୋନାର ଦ୍ୱିତୀୟ ଲହର ରିଏଲିଟି ସୋ ଇଣ୍ଡିଆନ ଆଇଡଲ ନିର୍ମାତାଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ହୋଷ୍ଟ ଆଦିନ୍ୟ ନାରାୟଣଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଇଣ୍ଡିଆନ ଆଇଡଲ ୧୨ର ପ୍ରତିଯୋଗୀ ତଥା ଲୋକପ୍ରିୟ ଗାୟକ ପଓ୍ବନଦୀପ ରାଜନ କରୋନା ଆକ୍ରାନ୍ତ ହୋଇଛନ୍ତି।
ପଓ୍ବନଦୀପ କରୋନା ପଜିଟିଭ ଚିହ୍ନଟ ହେବା ପରେ ନିର୍ମାତାମାନଙ୍କ ପାଇଁ ଗୋଟିଏ ବଡ଼ ଝଟକା। କାରଣ ଅନ୍ୟ ପ୍ରତିଯୋଗୀ ମଧ୍ୟ କରୋନା ସଂସ୍ପର୍ଶରେ ଆସିଥାଇପାରନ୍ତି। ତେବେ ପଓ୍ବନଦୀପ ଆଇସୋଲେସନରେ ଅଛନ୍ତି। ସେ ବର୍ତ୍ତମାନ ମୁମ୍ବାଇର ଏକ ହୋଟେଲରେ କ୍ବାରେଣ୍ଟାଇନରେ ରହିଛନ୍ତି । ଏହା ସହିତ ପ୍ରସାରଣ ହେବାକୁ ଥିବା ଆଗାମୀ ଏପିସୋଡରେ ପଓ୍ବନଦୀପ ଉକ୍ତ ହୋଟେଲ ରୁମ୍ରୁ ହିଁ ସଙ୍ଗୀତ ପରିବେଷଣ କରିବେ ବୋଲି ଏକ ଭିଡିଓ ଜାରି କରି କହିଛନ୍ତି । ତଥାପି ଜଣେ ପ୍ରତିଯୋଗୀ ପଜିଟିଭ ଆସିବା ସମସ୍ତଙ୍କୁ ମୁସ୍କିଲରେ ପକାଇପାରେ।