ମାଷ୍ଟରକ୍ୟାଂଟିନ ଛକ ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ
ଭୁବନେଶ୍ୱର: ରାଜଧାନୀର ମାଷ୍ଟରକ୍ୟାଂଟିନ ଛକ ଘୋଡା ପ୍ରତିମୂର୍ତ୍ତି ସ୍ଥାନାନ୍ତରକୁ ବିରୋଧ। ଲଗାତାର ଦୁଇଦିନ ଧରି ଏହି ବିବାଦ ଲାଗିରହିଛି। ସ୍ମାର୍ଟସିଟି ଯୋଜନାକୁ କାର୍ଯ୍ୟ କାରୀ କରିବା ପାଇଁ ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଥିବା ଘୋଡ଼ା ପ୍ରତିମୂର୍ତ୍ତିକୁ ହଟାଇବା ପାଇଁ ଚାଲିଥିବା ଉଦ୍ୟମକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଛି। ଏହାର ପ୍ରତିବାଦରେ ଆଜି ମାଷ୍ଟର କ୍ୟାଣ୍ଟିନ ଛକରେ ଧାରଣା ଦେଇଛି କଂଗ୍ରେସ। ଗତକାଲି ବି ସେ ମାଷ୍ଟରକ୍ୟାଂଟିନ ଯାଇ ଘୋଡା କୁଆଡେ ଯିବ ନାହିଁ ବୋଲି କହିଥିଲେ । ବିଜେପି ବି ଘୋଡା ସ୍ଥାନାନ୍ତରଣକୁ ବିରୋଧ କରିଥିଲା ।କିଛି ସଙ୍ଗଠନ ମଧ୍ୟ ଏଭଳି ସ୍ଥାନାନ୍ତରଣକୁ ପୂର୍ବରୁ ବିରୋଧ କରିସାରିଛନ୍ତି ।
ସେହିପରି ଆନ୍ଦୋଳନର ଧମକ ଦେଇଛି ବିଜେପି।ମାଷ୍ଟରକ୍ୟାଂଟିନ ଛକରୁ ଯୋଦ୍ଧା ଘୋଡ଼ା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ଉଠାଇ ନେବା ପାଇଁ ବିଡ଼ିଏ ପକ୍ଷରୁ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଛି ତାହା କଦାପି କରାଇ ଦିଆଯିବ ନାହିଁ ବୋଲି କଂଗ୍ରେସ କହିଛି। ଏଠାରେ ଥିବା ଯୋଦ୍ଧା ଘୋଡ଼ା ଓଡ଼ିଶାର ସ୍ୱର୍ଣ୍ଣିମ ଇତିହାସ, ବୀରପୁରୁଷ ଓ ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ବୀରତ୍ୱର ଗାଥାର ଏକ ପ୍ରଦର୍ଶନ। ସଚିବାଳୟ ଓ ଭୁବନେଶ୍ୱର ରେଲୱେ ସମ୍ମୁଖରେ ଏହା ଅବସ୍ଥିତ।
୧୯୮୮ରେ ଭୁବନେଶ୍ୱରର ମାଷ୍ଟରକ୍ୟାଂଟିନରେ ଏହି ଘୋଡାକୁ ସ୍ଥାପନ କରାଯାଇଥିଲା । କୋଣାର୍କ ମନ୍ଦିରର ଶୋଭା ବଢାଉଥିବା ଯୁଦ୍ଧ ଘୋଡା ଢାଂଚାରେ ହୋଇଥିଲା ଏହାର ନିର୍ମାଣ । ସ୍ୱର୍ଗତ ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିଲେ । ତେବେ ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ଘୋଡାର ସ୍ଥାନାନ୍ତର ପ୍ରସ୍ତାବକୁ ବିରୋଧ ଏବେ ବଢିବାରେ ଲାଗିଛି ।ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ର ଏହାକୁ ନିର୍ମାଣ କରିଥିବାବେଳେ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥୀ, ସତ୍ୟପ୍ରିୟ ମହାନ୍ତି, ନୀଳମଣି ରାଉତରାୟ, ଚିନ୍ତାମଣି ପାଣିଗ୍ରାହୀଙ୍କ ଉଦ୍ୟମରେ ଏହି ଛକର ଶୋଭାବର୍ଦ୍ଧନ ହୋଇଛି। ତେଣୁ ଏଠାରୁ ପ୍ରତିମୂର୍ତ୍ତିକୁ ନ ହଟାଇ ସ୍ମାର୍ଟ ସିଟି ଯୋଜନା କାର୍ୟ୍ୟକାରୀ ହେଉ। ଯଦି ସରକାର ନିଷ୍ପତ୍ତିର ପୁନଃବିଚାର ନକରନ୍ତି ତେବେ ଜନଆନ୍ଦୋଳନ ହେବ ବୋଲି ଶ୍ରୀ ରାଉତରାୟ ଚେତାବନୀ ଦେଇଛନ୍ତି।
Powered by Froala Editor