ଆସାମ, ମେଘାଳୟ ଓ ମଣିପୁରରେ ଭୂକମ୍ପ
ଆସାମ : ଥରିଲା ଉତ୍ତରପୂର୍ବ ଭାରତର ୩ ରାଜ୍ୟ । ଆଜି ସକାଳୁ ଆସାମ, ମେଘାଳୟ ଓ ମଣିପୁରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଆସାମର ସୋନିତପୁର ଜିଲ୍ଲାରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଥିବା ଜଣାପଡ଼ିଛି ।
ସେହିପରି ମଣିପୁରର ଚନ୍ଦେଲ ଓ ମେଘାଳୟାର ଓ୍ବେଷ୍ଟଖାସି ହିଲସରେ ମଧ୍ୟ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ମଣିପୁରରେ ୩.୦ ଓ ମେଘାଳୟରେ ୨.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଆସାମର ସୋନିତପୁର ଜିଲ୍ଲାରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏଥିପାଇଁ ସତର୍କ ରହିବାକୁ ନ୍ୟାସନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ଗାଇଡଲାଇନ ଜାରି କରିଛି ।
Powered by Froala Editor