ମା ର ଏହି ଭୁଲ ପାଇଁ ହୋଇଥାଏ ତୃତୀୟଲିଙ୍ଗୀ ସନ୍ତାନ

ମା’ ହେବା ଜଣେ ନାରୀ ପାଇଁ ସୌଭାଗ୍ୟର କଥା। ମା’ ହେବାକୁ ପ୍ରତ୍ୟେକ ନାରୀ ଚାହାଁନ୍ତି । ପିଲା କିପରି ସୁସ୍ଥ ସବଳ ହୋଇ ଜନ୍ମ ହେବ ସେଥିପାଇଁ ଗର୍ଭାବସ୍ଥାରେ ମହିଳାମାନେ ନିଜର ଖୁବ୍ ଯତ୍ନ ନେଇଥାଆନ୍ତି । କିନ୍ତୁ ତୃତୀୟ ଲିଙ୍ଗୀ ଜନ୍ମ ହେବାକୁ ନେଇ ପ୍ରତି ବାପା ମା’ଙ୍କ ମନରେ ପ୍ରଶ୍ନ ଥାଏ। କେଉଁ କାରଣରୁ ତୃତୀୟ ଲିଙ୍ଗୀ ସନ୍ତାନ ଜନ୍ମ ହୋଇଥାଏ। ତାକୁ ନେଇ ସେମାନଙ୍କ ମନରେ ସବୁବେଳେ ପ୍ରଶ୍ନ ଉଙ୍କି ମାରିଥାଏ। ହେଲେ ଏ ବିଷୟରେ କଣ କୁହନ୍ତି ଡାକ୍ତର ଆସନ୍ତୁ ଜାଣିବା। ଗର୍ଭାବସ୍ଥାର ୩ ମାସରେ ଶିଶୁର ଲିଙ୍ଗ ସୃଷ୍ଟି ହୋଇଥାଏ ।
ଏହି ସମୟରେ ମା’ମାନେ ଖୁବ ଯତ୍ନବାନ ହେବା ଦରକାର। ନଚେତ ସାମାନ୍ୟ ଅସାବଧାନତା ଯୋଗୁଁ ଶିଶୁଟିର ଲିଙ୍ଗ ସୃଷ୍ଟିରେ ବାଧା ସୃଷ୍ଟି ହୋଇପାରେ। ଫଳରେ ଗର୍ଭସ୍ଥ ଶିଶୁଟି ପୁଅ କିମ୍ବା ଝିଅ ଅବା ତୃତୀୟ ଲିଙ୍ଗ ହୋଇପାରେ। ଗର୍ଭାବସ୍ଥାର ଆରମ୍ଭରୁ ମା’କୁ ଜ୍ୱର ହେବା , ଅଧିକ ମାତ୍ରାରେ ଔଷଧ ସେବନ କିମ୍ବା ହାଇ ଡୋଜ୍ ଔଷଧ ଖାଇବା ଦ୍ୱାରା ଗର୍ଭସ୍ଥ ଶିଶୁଟିର ଶରୀର ଉପରେ କୁ ପ୍ରଭାବ ପଡ଼ିଥାଏ । ଯଦି ଏହି ସମୟରେ ମହିଳା ଟକ୍ସିକ୍ ଫୁଡ ଖାଆନ୍ତି କିମ୍ବା କୌଣସି ସଡ଼କ ଦୁର୍ଘଟଣାରେ ଶିକାର ହୁଅନ୍ତି ତା’ହେଲେ ମଧ୍ୟ ଶିଶୁର ଶାରୀରିକ ଓ ମାନସିକ ସ୍ଥିତି ଉପରେ ପ୍ରଭାବ ପଡ଼ିଥାଏ। ୧୦ରୁ ୧୫ଟି କେସ୍ରେ ଜେନେଟିକ ଡିଜଅର୍ଡର ପାଇଁ ଶିଶୁର ଲିଙ୍ଗ ସୃଷ୍ଟି ଉପରେ ପ୍ରଭାବ ପଡ଼ିଥାଏ।
Powered by Froala Editor