ବିଦେଶିନୀଙ୍କୁ ଅସଦାଚରଣ ମାମଲା : ୨୮ ଦିନରେ ରାୟ ଶୁଶାଇଲେ କୋର୍ଟ
ଜଣେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି କୋର୍ଟ । ମାତ୍ର ୪ ଦିନରେ ଚାର୍ଜସିଟ୍ ଦାଖଲ ହୋଇଥିବାବେଳେ ୨୮ ଦିନରେ ରାୟ ଆସିଛି । ଅଭିଯୁକ୍ତ କୁଣ୍ଡୁ ମହାପାତ୍ରକୁ ଦଣ୍ଡ ଦେଇଛନ୍ତି କୋର୍ଟ ।
ସୂଚନାଯୋଗ୍ୟ, ପୀଡିତା ସ୍ବିଡେନ୍ର ୨୮ ବର୍ଷୀୟା ଯୁବତୀ ଭୁବନେଶ୍ୱରରେ ପହଞ୍ଚିଥିଲେ। ଫେବୃଆରୀ ୧୯ରେ ସେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଚାହିଁଥିଲେ ମଧ୍ୟ ବାରଣ ଥିବାରୁ ସମ୍ଭବ ହୋଇପାରି ନ ଥିଲା। ତେଣୁ ଅଭିଯୁକ୍ତ ସେବାୟତ କୁଣ୍ଡୁ ତାଙ୍କୁ ପାର୍ଶ୍ୱ ମନ୍ଦିର ବୁଲାଇ ଦେବାକୁ କହି ଅପରାହ୍ନ ପ୍ରାୟ ୨ଟାରେ ଉତ୍ତରଦ୍ୱାର ନିକଟ ଟାୱାର ପାଖକୁ ନେଇ ଅସଦାଚରଣ କରିଥିଲେ।
ବିଦେଶିନୀ ଜଣକ ପ୍ରତିବାଦ କରିବାରୁ କୁଣ୍ଡୁ ଏହା ଆମ ସଂସ୍କୃତି ଓ ପରମ୍ପରା ବୋଲି କହିବା ସହ ଧମକ ଦେଇଥିଲେ। ସେଠାରୁ ଖସି ଆସବା ପରେ ସେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା (ନଂ.୩୫/୨୪) ରୁଜୁ କରି ୨୦ ତାରିଖରେ କୁଣ୍ଡୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ମାତ୍ର ୨୮ ଦିନରେ ଦୋଷୀ କୁଣ୍ଡୁକୁ ସଜା ଦେଇଛନ୍ତି କୋର୍ଟ। ଅଭିଯୋଗର ମାତ୍ର ୪ ଦିନ ଭିତରେ ଚାର୍ଜସିଟ୍ ଦାଖଲ ହୋଇଥିଲା ବେଳେ ମାତ୍ର ୨୮ ଦିନରେ JMFC କୋର୍ଟ ଦଣ୍ଡାଦେଶ ଶୁଣାଇ ଇତିହାସ ସୃଷ୍ଟି କରିଛନ୍ତି।
Powered by Froala Editor