Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, July 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ...

  • ମୋଦୀଙ୍କୁ ହତ୍ୟା ଧମକ

  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ...

  • ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ...

  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ...

  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ...

  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ...

  • ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ...

  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ...

ରାଜ୍ୟ
Home ›› ରାଜ୍ୟ ››ମାଲକାନଗିରିରେ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରି ଏହା କହିଲେ ନବୀନ

ମାଲକାନଗିରିରେ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରି ଏହା କହିଲେ ନବୀନ

2024-03-14 10:51:25
15062
Share:
Facebook
Twitter
E-Mail
WhatsApp
Telegram
ମାଲକାନଗିରିରେ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରି ଏହା କହିଲେ ନବୀନ

ଭୁବନେଶ୍ଵର: ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍‌ଘାଟନ କରିଛନ୍ତି।
ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ (ଦ୍ୱାଦଶ ଶ୍ରେଣୀ) ପର୍ୟ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ। ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ୧,୦୦୦ ରୁ ଅଧିକ ପିଲା ପାଠ ପଢିବେ। ଭବିଷ୍ୟତ ପାଇଁ ପିଲାଙ୍କୁ ପ୍ରସ୍ତୁତ କରିବାକୁ ଏଥିରେ ସମସ୍ତ ଆଧୁନିକ ସୁବିଧା ସୁଯୋଗ ରହିଛି। ସ୍ମାର୍ଟ କ୍ଲାସ ରୁମ, ୩ ହଜାର ପୁସ୍ତକ ବିଶିଷ୍ଟ ଇ-ଲାଇବ୍ରେରୀ, ଟ୍ରାଇବାଲ କର୍ଣ୍ଣର, କୁନି ପିଲାଙ୍କ ଆକ୍ଟିଭିଟି ରୁମ, ଏନ.ସି.ସି. ପ୍ରକୋଷ୍ଠ, କମ୍ପ୍ୟୁଟର ଲ୍ୟାବ, ବିଜ୍ଞାନ ପରୀକ୍ଷାଗାର, ୨୦୦ ଆସନ ବିଶିଷ୍ଟ ଛାତ୍ରାବାସ, ୫୦୦ ଆସନ ବିଶିଷ୍ଟ ଛାତ୍ରୀନିବାସ,  ସୁଦୃଶ୍ୟ ବଗିଚା, Sports Courts, Open Gym, Solar Lighting, Solar Water Supply, Water Harvesting System ଆହୁରି ଅନେକ ସୁବିଧା ରହିଛି। କାର୍ୟ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ମାଲକାନଗିରି ସବୁବେଳେ, ସବୁ କାମରେ ମୋର ପ୍ରଥମ ପସନ୍ଦ ହୋଇ ରହି ଆସିଛି। ଟଙ୍କିକିଆ ଚାଉଳ ହେଉ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଉ ବା ଲକ୍ଷ୍ମୀ ଯୋଜନା- ସବୁ କାର୍ୟ୍ୟକ୍ରମ ମୁଁ ପ୍ରଥମେ ଏହିଠାରୁ ହିଁ ଆରମ୍ଭ କରି ଆସିଛି।

ବଡପଡା ଶିକ୍ଷା ସୌଧ ପାଇଁ ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ପିଲାମାନଙ୍କ ପାଠ ପଢାର ସୁବିଧା ତଥା ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ପାଇଁ ଏହି ଅନୁଷ୍ଠାନ ଗଢା ଯାଇଛି। ଏହି ସବୁ ସୁବିଧା ସହରର କୌଣସି ଆଧୁନିକ ଶିକ୍ଷା ଅନୁଷ୍ଠାନର ସୁବିଧାଠାରୁ କମ୍‌ ନୁହେଁ ବୋଲି ସେ କହିଥିଲେ। ସ୍ୱାଭିମାନ ଅଞ୍ଚଳର ପିଲାମାନେ ଏହାର ସୁଯୋଗ ନେଇ ନିଜ ପାଇଁ ଏକ ସୁନ୍ଦର ଭବିଷ୍ୟତ ଗଢିବେ ବୋଲି ସେ ଆଶା ଓ ବିଶ୍ୱାସ ପ୍ରକଟ କରିଥିଲେ।

ଶୃଙ୍ଖଳା, ପ୍ରତିବଦ୍ଧତା ସହିତ କଠିନ ପରିଶ୍ରମ ଓ ନିଷ୍ଠାର ସହ କାମ କଲେ ସଫଳତାର ମାର୍ଗ ପ୍ରଶସ୍ତ ହୁଏ ବୋଲି ସେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଶିକ୍ଷା ସୌଧରେ ଥିବା ସମସ୍ତ ସୁବିଧାର ଉପଯୋଗ କରି ନିଜର ପ୍ରତିଭାର ବିକାଶ ପାଇଁ କାମ କରିବାକୁ ସେ କହିଥିଲେ ଏବଂ ନିଜ ପରିବାର, ନିଜ ସ୍କୁଲ ଓ ନିଜ ଗାଁ ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ।

ପିଲାଙ୍କୁ ଶୁଭେଚ୍ଛା ଜଣାଇ ମୁଖ୍ୟମନ୍ତ୍ରୀ କହିଲେ ଯେ ୫-ଟି  ଉପକ୍ରମରେ ହାଇସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମ ପିଲାମାନଙ୍କ ମନରେ ବଡ ହେବା ପାଇଁ ଆତ୍ମବିଶ୍ୱାସ ସୃଷ୍ଟି କରିଛି। ଅନୁସୂଚିତ ଜାତି ଓ ଜନଜାତି ପିଲାମାନେ ପାଠପଢାଠାରୁ ଖେଳ ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି ମତ ଦେଇ ସେ ଏଥିପାଇଁ ଖୁସି ପ୍ରକାଶ କରିଥିଲେ।
କାର୍ୟ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଯୋଗଦେଇ କହିଥିଲେ ଯେ ଆଗାମୀ ଦିନରେ ସ୍ୱାଭିମାନ ଅଞ୍ଚଳରେ ଏକ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରାଯିବ । ଏହା ମାଧ୍ୟମରେ ସ୍ୱାଭିମାନ ଅଞ୍ଚଳର ଯୁବଗୋଷ୍ଠୀ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ପାଇବେ। ସେ ଆହୁରି ମଧ୍ୟ କହିଥିଲେ ଯେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ ମାଲକାନଗିରିରୁ ହିଁ କରାଯାଇଛି। ସ୍ୱାଭିମାନ ଅଞ୍ଚଳର ବିକାଶ ନିମନ୍ତେ ସେତୁ ଯୋଜନାର ପରିକଳ୍ପନା ଜରିଆରେ ଅଞ୍ଚଳରେ ଗମନାଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମିର ବିକାଶ ହୋଇପାରିଛି।
କାର୍ୟ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପରିଷଦ ସଭାପତି  ସମାରୀ ଟାଙ୍ଗୁଲୁ ଏହି ଶିକ୍ଷା ସୌଧ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ୫-ଟି ଅଧ୍ୟକ୍ଷଙ୍କ ପ୍ରତ୍ୟକ୍ଷ ଉଦ୍ୟମର ଉଚ୍ଚପ୍ରଶଂସା କରିଥିଲେ। ମାଲକାନଗିରି ଜିଲ୍ଲାପାଳ ସ୍ୱାଗତ ଭାଷଣ ଦେଇଥିଲେ ।

Powered by Froala Editor

Tags Naveen pattanaik

Related articles Odisha News Lens 4.1

  • ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ
    ରାଜନୀତି

    ସମସ୍ତ ଦଳୀୟ ପଦ ଛାଡ଼ିଲେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

    14251
    Jul 05, 2026
  • ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ
    ଦେଶ-ଦେଶାନ୍ତର

    ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ୬ ରେ

    13984
    Jul 05, 2026
  • ମୋଦୀଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ମୋଦୀଙ୍କୁ ହତ୍ୟା ଧମକ

    15026
    Jul 05, 2026
  • ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ
    ଦେଶ-ଦେଶାନ୍ତର

    ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ

    13565
    Jul 05, 2026
  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି
    ଦେଶ-ଦେଶାନ୍ତର

    ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13511
    Jul 05, 2026
  • ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...
    ଦେଶ-ଦେଶାନ୍ତର

    ରାମ ମନ୍ଦିର ଦାନ ଅର୍ଥ ଆତ୍ମସାତ୍‌ ନେଇ ହିନ୍ଦୁ ସମାଜ ବିଜେପିକୁ କ୍ଷମା ଦେବେ ନାହିଁ: ...

    14954
    Jul 04, 2026
  • ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ
    ଦେଶ-ଦେଶାନ୍ତର

    ଗୌରୀ ସ୍ପ୍ରେଟଙ୍କୁ ବିବାହ କରି ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ଆମିର ଖାନ

    14784
    Jul 05, 2026
  • ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13523
    Jul 05, 2026
  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ
    ଦେଶ-ଦେଶାନ୍ତର

    ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

    14781
    Jul 05, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ପଦ୍ମ ବିଭୂଷଣ ପାଣ୍ଡବାଣୀ ଗାୟିକା ତୀଜନ ବାଈଙ୍କ ଦେହାନ୍ତ

    13523
    Jul 05, 2026
  • ଦେଶ-ଦେଶାନ୍ତର

    ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

    14781
    Jul 05, 2026
  • ଦେଶ-ଦେଶାନ୍ତର

    ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13511
    Jul 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16964
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17575
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17627
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18024
    Sep 06, 2023

ବିଶେଷ

  • ଦମ୍ପତିଙ୍କ ମଧ୍ୟରେ ବଢୁଛି ସ୍ଲିପ୍ ଡିଭୋର୍ସ, ଜାଣନ୍ତୁ କ'ଣ ?

    14971
    Jul 05, 2026
  • ଗାଜର ଜୁସ୍ ପିଇଲେ ମିଳିଥାଏ ଏହି ଫାଇଦା

    15041
    Jul 03, 2026
  • ଗର୍ଲଫ୍ରେଣ୍ଡଙ୍କ ସହ ସମ୍ପର୍କକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି କି, କରନ୍ତୁ ମନଛୁଆଁ କଥାବାର୍ତ୍ତା

    14569
    Jun 30, 2026
  • ଘରକୁ ଥଣ୍ଡା ରଖନ୍ତୁ ଏମିତି

    14335
    Jun 28, 2026
  • ଏହି ଖାଦ୍ୟ ଖାଇଲେ ହେବ ଭଲ ନିଦ

    15953
    Jun 26, 2026

ବାଣିଜ୍ୟ

ମାସକରେ ୧୫ ହଜାର ଖସିଲାଣି ସୁନା

ସୁନା ଓ ରୁପା ଦରରେ ଲଗାତାର ଉତ୍ଥାନ-ପତନ ଦେଖିବାକୁ ମିଳୁଛି। ଏଇ ମାସରେ ସୁନା ଭରି ପିଛା ଖସିଲାଣି ପ୍ରାୟ ୧୫ ହଜାର ଟଙ୍କା । ୨୨ କ୍ୟାରେଟ୍ ସୁନାର ଦାମ ୧୦ ଗ୍ରାମ ପିଛା ୧ ଲକ୍ଷ ୩୦ ହଜାର ଟଙ୍କା ତଳକୁ ଖସିଛି।  ଏହା ଗ୍ରାହକଙ୍କ ପାଇଁ କିଛିଟା ଆଶ୍ୱସ୍ତିର ଖବର ହୋଇଥିବା ବେଳେ, ନିବେଶକଙ୍କ ମଧ୍ୟରେ ଏହାକୁ ନେଇ ଚର ...

  • ସ୍ମୃତି କ୍ୟାଣ୍ଡିୟର୍‌ ବ୍ରାଣ୍ଡ୍‌ ଆମ୍ବାସଡର୍‌ ନିଯୁକ୍ତ

    15828
    Jun 30, 2026
  • ଜେରାଇ ଫିଟ୍‌ନେସ୍‌ ଲିମିଟେଡ (“ଜେରାଇ ଫିଟ୍‌ନେସ୍‌”) ରିବକ୍‌ର ଭାରତର ଶକ୍ତି, ଧୈର୍ଯ୍ୟ ଓ ମାନସିକ ଦୃଢତାର ପରୀକ୍ଷା ଦ୍ୱାରା ସଶକ୍ତ ‘ଲାଷ୍ଟ ୱାନ୍‌ ଷ୍ଟାଣ୍ଡିଂ’ ଶୁଭାରମ୍ଭ କଲା

    15697
    Jun 17, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ମହା ଆଡ଼ମ୍ବରରେ ସହ ସାରା ଓଡ଼ିଶାରେ “ରଜ ମଉଜ’ ପାଳନ

    13801
    Jun 16, 2026
  • ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

    14910
    Apr 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରାମ ମନ୍ଦିର ପରେ ବଦ୍ରିନାଥ ଓ କେଦାରନାଥରୁ ଦାନ ଟଙ୍କା ଚୋରି

    13511
    Jul 05, 2026
  • ୧୫୧ କିଲୋ ଓଜନର ସୁନାଖଚିତ ରାମଚରିତ ମାନସ ଗାଏବ

    14781
    Jul 05, 2026
  • ମୋଦୀଙ୍କୁ ହତ୍ୟା ଧମକ

    15026
    Jul 05, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In