ଏକାକୀ ସରକାର କରିବ ବିଜେପି:ମନମୋହନ ସାମଲ
ଭୁବନେଶ୍ୱର: ବିଜେପି ଓ ବିଜେପି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏକ ବଡ଼ ସୂଚନା ଦେଇଛନ୍ତି । ଓଡ଼ିଶାରେ ବିଜେପି ସରକାର ହେବ ବୋଲି ସେ କହିଛନ୍ତି । ବିଜେପି ଏକାକୀ ସରକାର କରିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ବିଜେପି ଓଡ଼ିଶାର ଅସ୍ମିତା ନେଇ ଆଗାମୀ ନିର୍ବାଚନ ଲଢିବ । ଲୋକମାନଙ୍କର ଆଶୀର୍ବାଦ ଓ ଶୁଭେଚ୍ଛା ନେଇ ନିର୍ବାଚନ ଲଢିବୁ । ଆଉ ସରକାର କରିବୁ ।
ତେବେ ‘ଓଡ଼ିଶାରେ ବିଜେପି ଏକାକୀ ସରକାର କରିବ’ ବୋଲି ମନମୋହନଙ୍କ ମନ୍ତବ୍ୟରୁ ଏହା ସ୍ପଷ୍ଟ ହେଉଛି ଆଗାମୀ ଦିନରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।
ମେଣ୍ଟହେବ କି ନାହିଁ ପ୍ରଶ୍ନର ଉତ୍ତରରେ ମନମୋହନ କହିଛନ୍ତି ଯେ ମୁଁ ବାରମ୍ବାର କହୁଛି ଓଡ଼ିଶାରେ ବିଜେପି ସରକାର ହେବ । ନହେଲେ ମୁଁ କହିଥାନ୍ତି ଆଉ କାହା ସହ ମିଶି ସରକାର କରିବୁ । ବିଜେପି ଏକାକୀ ସରକାର କରିବ ବୋଲି ମନମୋହନ ସ୍ପଷ୍ଟଭାବେ କହିଛନ୍ତି । ତେଣୁ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଓଡ଼ିଶାରେ ମେଣ୍ଟ ହେଉନାହିଁ ।
Powered by Froala Editor