ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ଉଠିବ ମହାଦୀପ
ଭୁବନେଶ୍ୱର: ଆଜି ମହାଶିବରାତ୍ରୀ। ଦେବ ଦେବ ମହାଦେବଙ୍କ ଉପାସନା ଲାଗି ଜାଗର ପାଳିବେ ଶ୍ରଦ୍ଧାଳୁ। କିମ୍ବଦନ୍ତୀ ରହିଛି ଯେ, ସାରା ସଂସାରର ରକ୍ଷା ଲାଗି ବିଷପାନ କରିଥିଲେ ମହାଦେବ। ଭଗବାନଙ୍କ ଜୀବନ ରକ୍ଷା ଲାଗି ସାରା ବିଶ୍ୱ ଦୀପ ଜାଳି ଜାଗର ରହିଥିଲେ।
ଆଜିର ଦିନରେ ନିଜ ପରିବାରର ଶୁଭ ମନାସି ଶ୍ରଦ୍ଧାଳୁ, ଉପବାସ ରହିବା ସହ ଶୈବାଳୟ ଯାଇ ଦୀପ ଜାଳିଥାନ୍ତି। ରାତିରେ ମହାଦୀପ ଉଠିବା ପରେ ଉପବାସ ଭାଙ୍ଗିଥାନ୍ତି। ଏହି ଅବସରରେ ଆଜି ରାଜଧାନୀର ଲିଙ୍ଗରାଜ ମନ୍ଦିର, କଟକର ଧବଳେଶ୍ବର, ପୁରୀର ଲୋକନାଥ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି। ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବା ନେଇ ସ୍ଥିର ହୋଇଛି।
Powered by Froala Editor