ଆଉ ବର୍ଷେ ବଢିଲା ଉଜ୍ଜଳା ସବ୍ସିଡି
ଲୋକସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କେନ୍ଦ୍ର ସରକାର ମହିଳା ମାନଙ୍କୁ ଏକ ବଡ ଉପହାର ଦେଇଛନ୍ତି । ଏଲପିଜି ସିଲିଣ୍ଡର ଉପରେ ଦିଆଯାଉଥିବା ସବସିଡି ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏଲପିଜି ସିଲିଣ୍ଡର ଉପରେ ସବସିଡି ଦେବାର ଅବଧିକୁ ଏକ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀମାନେ ୩୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡର ଉପରେ ସବସିଡି ପାଇବେ।
ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ଦିଆଯାଉଥିବା ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ଯୋଜନା ମାର୍ଚ୍ଚ ୩୧, ୨୦୨୫ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ଏହି ସବସିଡି ପ୍ରଦାନ ହେତୁ ସରକାରଙ୍କ ଉପରେ ୧୨୦୦୦ କୋଟି ଟଙ୍କା ହେବ ।
Powered by Froala Editor