୫ ବର୍ଷର ପୁଅ ସହ ବାପାର ସନ୍ଦେହଜନକ ମୃତ୍ୟୁ
ବେଙ୍ଗାଲୁରୁରେ ଏକ ଘରୁ ଜଣେ ୩୫ ବର୍ଷୀୟ ଘରୋଇ କମ୍ପାନୀ କର୍ମଚାରୀ ଓ ତାଙ୍କ ୫ ବର୍ଷର ପୁଅଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ କୁନିଗଲ ନିବାସୀ ୩୫ ବର୍ଷୀୟ ଅଭିନନ୍ଦନ ଓ ତାଙ୍କ ୫ ବର୍ଷର ପୁଅ ଯଦୁବୀର। ପୋଲିସ ଅନୁସାରେ, ସୋମବାର ତାଙ୍କ ପତ୍ନୀ ହରିଣୀ ପୋଲିସ ହେଲ୍ପଲାଇନକୁ ଯୋଗାଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା।
ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଉଭୟ ମୃତଦେହରେ କୌଣସି ବଡ଼ ବାହ୍ୟ ଆଘାତ ଚିହ୍ନ ନଥିଲା, ତେବେ ସାମାନ୍ୟ ଆଘାତ ଚିହ୍ନ ଦେଖାଯାଇଥିଲା। ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।
ହରିଣୀ ପୋଲିସକୁ କହିଥିଲେ, ସୋମବାର ସକାଳେ ଉଠିବା ପରେ ମୁଁ ମୋ ସ୍ୱାମୀ ଓ ପୁଅଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବାର ଦେଖିଲି। ଫୋନ୍ ପାଇବା ପରେ ପୋଲିସ କର୍ମଚାରୀମାନେ ତୁରନ୍ତ ଘରେ ପହଞ୍ଚି ଉଭୟ ବାପା ଓ ପୁଅଙ୍କୁ ମୃତ ଅବସ୍ଥାରେ ଦେଖିଥିଲେ। ତଦନ୍ତର ପୋଲିସ ଉଭୟଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି। ମୃତ୍ୟୁ ପୂର୍ବରୁ ଘଟଣାକ୍ରମ ଜାଣିବା ପାଇଁ ଅଧିକାରୀମାନେ ଫୋନ୍ର କଲ୍ ରେକର୍ଡ, ମେସେଜ୍ ଏବଂ ଅନ୍ୟାନ୍ୟ ଉପଲବ୍ଧ ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛନ୍ତି।
Powered by Froala Editor