ଏହି ଆପ୍ ଦେବ ସବୁଠୁ ଶସ୍ତା, ଉତ୍ତମ ଗୁଣବତ୍ତାଯୁକ୍ତ ଔଷଧ
ସରକାରୀ ସ୍ତରରେ ପ୍ରସ୍ତୁତ ଏକ ବିଶେଷ ମୋବାଇଲ୍ ଆପ୍ ଜରିଆରେ ବର୍ତ୍ତମାନ ଖୁବ୍ କମ୍ ଖର୍ଚ୍ଚରେ ଜେନେରିକ୍ ଔଷଧ ପାଇପାରିବେ । ମହଙ୍ଗା ଔଷଧ କିଣିବାକୁ ପଡ଼ିବ ନାହିଁ, ବରଂ ଘରେ ବସି ସହଜରେ ସଞ୍ଚୟ କରିପାରିବେ । ଏହି ସରକାରୀ ଆପ୍ ଜିପିଏସ୍ ଏବଂ ଗୁଗଲ୍ ମ୍ୟାପ୍ର ବ୍ୟବହାର କରି ନିକଟବର୍ତ୍ତୀ ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର’ ର ସଠିକ୍ ଠିକଣା ଏବଂ ବାଟ ଦେଖାଇବ ।
ଏହି ଆପ୍ ଜରିଆରେ ମିଳୁଥିବା ଔଷଧଗୁଡ଼ିକ ବଜାରର ସାଧାରଣ ଔଷଧ ତୁଳନାରେ ୫୦% ରୁ ୯୦% ପର୍ଯ୍ୟନ୍ତ ଶସ୍ତା ହୋଇଥାଏ । ଏହାଦ୍ୱାରା ପରିବାରର ମାସିକ ଔଷଧ ଖର୍ଚ୍ଚ ପ୍ରାୟତଃ ଅଧାରୁ ଅଧିକ କମିଯିବ । ଶସ୍ତା ହେଲେ ମଧ୍ୟ ଏହାର ଗୁଣବତ୍ତା ନେଇ ଆଶଙ୍କା କରିବାର କୌଣସି କାରଣ ନାହିଁ । ଆପ୍ ଭିତରେ ଔଷଧଗୁଡ଼ିକର ଲାବୋରେଟୋରୀ ଟେଷ୍ଟିଂ ଏବଂ ଗୁଣବତ୍ତା (WHO-GMP Certified) ସମ୍ବନ୍ଧୀୟ ସମସ୍ତ ସୂଚନା ଉପଲବ୍ଧ ଥାଏ ।
ଆପ୍କୁ ସିଧାସଳଖ ଗୁଗୁଲ୍ ପ୍ଲେ ଷ୍ଟୋର୍ କିମ୍ବା ଆପଲ୍ ଆପ୍ ଷ୍ଟୋର୍ରୁ ଡାଉନଲୋଡ୍ କରିପାରିବେ । ଏହା ବ୍ୟତୀତ ଆପଣ ଚାହିଁଲେ କେନ୍ଦ୍ର ସରକାରଙ୍କ ଅଫିସିଆଲ୍ ଉମଙ୍ଗ ଆପ୍ ଜରିଆ ମଧ୍ୟ ଏହାକୁ ସହଜରେ ବ୍ୟବହାର କରିପାରିବେ । ଏହି ଆପ୍ରେ ଆଉ ଏକ ଆକର୍ଷକ ଫିଚର୍ ରହିଛି, ଯାହା ଜରିଆରେ ଆପଣ ଜାଣିପାରିବେ ଯେ ବଜାରରେ ମିଳୁଥିବା ମହଙ୍ଗା ବ୍ରାଣ୍ଡେଡ୍ ଔଷଧ ତୁଳନାରେ ଜନଔଷଧିର ଜେନେରିକ୍ ଔଷଧ କେତେ ଶସ୍ତା ଏବଂ ଆପଣ କେତେ ଟଙ୍କା ସଞ୍ଚୟ କରୁଛନ୍ତି ।
Powered by Froala Editor