ମିଡ୍-ଡେ ମିଲ୍ରେ ଡିଟରଜେଣ୍ଟ, ୪୦ ଛାତ୍ରଛାତ୍ରୀ ଅସୁସ୍ଥ
ପିଲାଙ୍କ ମିଡ୍-ଡେ ମିଲ୍ ଖାଦ୍ୟରେ ଲୁଣ ବଦଳରେ ଡିଟରଜେଣ୍ଟ। ଡିଟରଜେଣ୍ଟ ମିଶା ଖାଦ୍ୟ ଖାଇ ପାଖାପାଖି ୪୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବିହାରର ନାଳନ୍ଦା ଜିଲ୍ଲାରେ।
ସ୍କୁଲର ଜଣେ ଶିକ୍ଷକଙ୍କ କହିବାନୁସାରେ, ଏହି ସ୍କୁଲକୁ ଅନ୍ୟ ଏକ ସ୍କୁଲରୁ ମିଡ୍-ଡେ ମିଲ୍ ଆସେ। ପିଲାମାନଙ୍କୁ ଦିଆଯାଇଥିବା ଖାଦ୍ୟ ଭିତରୁ ସୋୟାବିନରେ ଦରକାର ମୁତାବକ ଲୁଣ ନଥିଲା। ଯେତେବେଳେ ପିଲାମାନେ ଲୁଣ ମାଗିଲେ, ସେମାନଙ୍କୁ ଭୁଲବଶତଃ ଲୁଣ ବଦଳରେ ଡିଟରଜେଣ୍ଟ ଦିଆଯାଇଥିଲା। ପିଲାମାନେ ଖାଦ୍ୟ ଖାଇବା ପରେ ପିଲାମାନଙ୍କର ପେଟ କାଟିବା ସହ ବାନ୍ତି ହେଲା। ଏହା ପରେ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅସୁସ୍ଥ ପିଲାମାନଙ୍କୁ ଶରିଫ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଖବର ମିଳିବା ପରେ ଛାତ୍ରଛାତ୍ରୀମାନଙ୍କ ବାପାମାଆମାନେ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ।
ଅନ୍ୟପଟେ ବିହାରର ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ଶ୍ରାବଣ କୁମାର ହସ୍ପିଟାଲ ଯାଇ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସ୍ଥିତି ପରଖିଛନ୍ତି। ପିଲାମାନଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor