Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, September 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

  • ଭାରତରେ ହେବାକୁ ଥିବା ବ୍ରିକ୍ସ ...

  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ...

  • ବିବାହ ପରେ ଏହି ଦୁଇ ରାଶିର ଲୋକ ...

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ...

  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ...

  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ...

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ...

  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ...

ବାଣିଜ୍ୟ
Home ›› ବାଣିଜ୍ୟ ››ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

2026-08-07 14:40:43
14673
Share:
Facebook
Twitter
E-Mail
WhatsApp
Telegram
ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ବାଉଁଶ ବିହୀନ କଠିନ ଧୂପ ଏବଂ ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ପ୍ରଦର୍ଶିତ କରୁଛି; ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଆଧ୍ୟାତ୍ମିକ ଅନୁଭୂତି ସହିତ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରୁଛି

ଭୁବନେଶ୍ୱର : ସୁଗନ୍ଧ କ୍ଷେତ୍ରରେ ଉତ୍କର୍ଷର ୭୭ ବର୍ଷ ପାଳନ କରି ବିଶ୍ୱର ସର୍ବବୃହତ ଅଗରବତୀ ନିର୍ମାତା ସାଇକଲ ପିୟୋର ଅଗରବତୀ ତାଜ ଭିଭାନ୍ତା, ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନୂତନ ପାର୍ବଣକାଳୀନ ଉତ୍ପାଦ ବର୍ଗମାଳା ଉନ୍ମୋଚନ କରିଛି । ନୂତନ ବର୍ଗମାଳାକୁ ଶ୍ରୀ ଅର୍ଜୁନ ରାଙ୍ଗା, ମ୍ୟାନେଜିଂ ଡାଇରେକ୍ଟର, ସାଇକଲ ପିୟୋର ଅଗରବତୀ ଉନ୍ମୋଚନ କରି ଓଡ଼ିଶାରେ ଗ୍ରାହକମାନଙ୍କୁ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାଗୁଡିକରେ ମୂଳ ରଖୁଥିବା ନବୋନ୍ମେଷୀ ଉତ୍ପାଦଗୁଡିକ ସହିତ ସେବା ଯୋଗାଇବାକୁ କମ୍ପାନୀର ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରିଛନ୍ତି ।

କମ୍ପାନୀ ବାଉଁଶ- ବିହୀନ କଠିନ ଧୂପକୁ ଦଶରା, ଯଜ୍ଞ ଏବଂ ଉଡ୍‌ସ୍‌ ପ୍ରକରଣରେ ଓ ଗୋଲାପ ଓ ମଲ୍ଲୀର ମନମୁଗ୍ଧକର ସୁଗନ୍ଧ ରହିଥିବା ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ସମେତ ଏହାର ଅଧୁନାତମ ପାର୍ବଣକାଳୀନ ନବସୃଜନଗୁଡିକୁ ପ୍ରଚଳନ କରିଛି । ଦୈନନ୍ଦିନ ପ୍ରାର୍ଥନା ଏବଂ ପାର୍ବଣ ପାଳନକୁ ଉଚ୍ଚ ସ୍ତରକୁ ନେଇଯିବା ନିମନ୍ତେ ଡିଜାଇନ କରାଯାଇଥିବା ନୂତନ ଉତ୍ପାଦଗୁଡିକରେ ଆଧୁନିକ ସୁଗନ୍ଧର ନବସୃଜନ ସହିତ ଶୁଦ୍ଧ ପାରମ୍ପରିକତାର ସମ୍ମିଶ୍ରଣ ଘଟିଛି ।

ଏହାର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ଶ୍ରୀ ଅର୍ଜୁନ ରାଙ୍ଗା, ମ୍ୟାନେଜିଂ ଡାଇରେକ୍ଟର, ସାଇକଲ ପିୟୋର ଅଗରବତୀ କହିଥିଲେ, “୭୭ ବର୍ଷ ଧରି ଆମର ଯାତ୍ରା ପରମ୍ପରାକୁ ସମ୍ମାନ ଜଣାଇବା ନିମନ୍ତେ ଏକ ସରଳ ଦର୍ଶନ ଦ୍ୱାରା ମାର୍ଗଦର୍ଶିତ ହୋଇଆସିଛି ଏବଂ ସେହି ସମୟରେ ଆମେ ଗ୍ରାହକମାନଙ୍କର ପରିବର୍ତ୍ତନଶୀଳ ଆବଶ୍ୟକତାଗୁଡିକ ନିମନ୍ତେ ନିରନ୍ତର ଭାବରେ ନବସୃଜନ କରିଚାଲିଛୁ । ଆମ ପରିଚୟର କେନ୍ଦ୍ରସ୍ଥଳରେ ସର୍ବଦା ସୁଗନ୍ଧ ରହିଆସିଛି ଏବଂ ଆମର ଆଭ୍ୟନ୍ତରୀଣ ସୁଗନ୍ଧ ବିଦ୍ୱତା ଆମକୁ ପିଢି ପରେ ପିଢି ଗ୍ରାହକମାନଙ୍କ ସହିତ ଗଭୀର ଭାବରେ ସଂଯୁକ୍ତ ରହିବା ନିମନ୍ତେ ସେହିଭଳି ଉତ୍ପାଦଗୁଡିକ ସୃଷ୍ଟି କରିବାକୁ ସମର୍ଥ କରାଉଛି । ଓଡ଼ିଶା ଆମ ପାଇଁ କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ନୁହେଁ, ତାହାସହିତ ଉତ୍ପାଦନ ଓ ସମ୍ବଳ ସଂଗ୍ରହ ପରିବ୍ୟବସ୍ଥା ନିମନ୍ତେ ଏକ ମୁଖ୍ୟ ଅଂଶ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ । ଆମର ବାଲେଶ୍ୱର ଓ ସୋରୋରେ ଉତ୍ପାଦନ ୟୁନିଟ ରହିଛି ଏବଂ ଆମେ ପୂର୍ଣ୍ଣାଙ୍ଗ ହୋଇନଥିବା ଅଗରବତୀ, ପୂଜା ସମ୍ପର୍କିତ ଉତ୍ପାଦସମୂହ ଏବଂ ନଡିଆ କତା ଆଦି ସଂଗ୍ରହ କରିବାକୁ ସ୍ଥାନୀୟ ଯୋଗାଣକାରୀଙ୍କ ସହିତ ନିବିଡ ଭାବରେ କାର୍ଯ୍ୟ କରୁଛୁ । ଏହି ସହଭାଗୀତା ଆମର ଯୋଗାଣ ଶୃଙ୍ଖଳକୁ ମଜଭୁତ କରୁଥିବାବେଳେ ସ୍ଥାନୀୟ ଜୀବିକା ଉପାର୍ଜନ ଓ ଗୋଷ୍ଠୀଗୁଡିକୁ ସମର୍ଥନ କରୁଛି ।”

କମ୍ପାନୀର ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ରାଙ୍ଗା କହିଥିଲେ ଯେ, ସାଇକଲ ପିୟୋର ଅଗରବତୀ ସମଗ୍ର ଓଡ଼ିଶାରେ ଏକ ପ୍ରଶସ୍ତ ଉତ୍ପାଦ ବର୍ଗମାଳା, ଗଭୀର ବଜାର ପ୍ରବେଶ ଏବଂ ସମୁଦାୟ ବାଣିଜ୍ୟ ବ୍ୟବସ୍ଥା, ଆଧୁନିକ ରିଟେଲ, ଇ-କମର୍ସ ଏବଂ କ୍ୱିକ୍‌- କମର୍ସ ପ୍ଲାଟଫର୍ମଗୁଡିକ ଜରିଆରେ ଏହାର ଉପସ୍ଥିତି ସୁଦୃଢ କରିବାକୁ ଦୃଷ୍ଟିନିବଦ୍ଧ କରିଆସୁଛି ।

ବାର୍ଷିକ ୧୨ ବିଲିଅନ ସୁଗନ୍ଧିତ ଧୂପକାଠି ଉତ୍ପାଦନ ସହିତ ସାଇକଲ ପିୟୋର ଅଗରବତୀ ନିୟୁତ ନିୟୁତ ଘରକୁ ଆସ୍ଥାର ସୁଗନ୍ଧ ବହନ କରୁଛି, ପ୍ରତିବର୍ଷ ପ୍ରାୟ ୬ ବିଲିଅନ ପ୍ରାର୍ଥନାର ଅଂଶବିଶେଷ ହେଉଛି । ସମଗ୍ର ଭାରତରେ ୫୦୦୦ରୁ ଅଧିକ ବିତରକ ଏବଂ ୫ ଲକ୍ଷରୁ ଅଧିକ ଖୁଚୁରା ବିକ୍ରୟକେନ୍ଦ୍ର ନେଟୱର୍କ ସହାୟତାରେ କମ୍ପାନୀ ଦେଶର ଅନ୍ୟତମ ସର୍ବାଧିକ ମଜଭୁତ ପରିବଣ୍ଟନ ନେଟୱର୍କ ନିର୍ମାଣ କରିଛି ଏବଂ ସମ୍ପ୍ରତି ବିଶ୍ୱବ୍ୟାପୀ ୭୫ରୁ ଅଧକ ରାଷ୍ଟ୍ରକୁ ରପ୍ତାନି କରୁଛି ।

ସାଇକଲ ପିୟୋର ଅଗରବତୀର ଅନ୍ୟତମ ସର୍ବବୃହତ୍‌ ସାମର୍ଥ୍ୟ ହେଉଛି ଏହାର ଆଭ୍ୟନ୍ତରୀଣ ସୁଗନ୍ଧି ଗବେଷଣା ଏବଂ ବିକାଶ ସାମର୍ଥ୍ୟ । ପ୍ରତ୍ୟେକ ସୁଗନ୍ଧ ସମ୍ପର୍କରେ ଚିନ୍ତନ ସୃଷ୍ଟି, ଗବେଷଣା ଏବଂ ମିଶ୍ରଣ କାର୍ଯ୍ୟ କମ୍ପାନୀର ପରିବାର ସଦସ୍ୟ ଓ ବିଶେଷଜ୍ଞ ଅତର ପ୍ରସ୍ତୁତକାରୀଙ୍କ ଦ୍ୱାରା କରାଯାଉଛି, ଯାହା ଆମକୁ ନିରନ୍ତର ଭାବରେ ସ୍ୱତନ୍ତ୍ର, ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ସୁଗନ୍ଧ ସୃଷ୍ଟି କରିବାକୁ ସମର୍ଥ କରାଉଛି ଏବଂ ସେଗୁଡିକ ସାତ ଦଶନ୍ଧି ଧରି ଗ୍ରାହକମାନଙ୍କର ବିଶ୍ୱାସ ଭାଜନ ହୋଇ ରହିଆସିଛି ।

କମ୍ପାନୀର ଅଧୁନାତମ ପାର୍ବଣକାଳୀନ ବର୍ଗମାଳା ମଧ୍ୟରେ ରହିଛି:

-    ବାଉଁଶ- ବିହୀନ କଠିନ ଧୂପ- ଏହା ଦଶରା, ଯଜ୍ଞ ଓ ଉଡ୍‌ସ୍‌ ପ୍ରକରଣରେ ଉପଲବ୍ଧ ହେଉଛି, ପ୍ରତ୍ୟେକ ସୁଗନ୍ଧ ଭାରତୀୟ ସଂସ୍କୃତି ଓ ପ୍ରକୃତିରୁ ପ୍ରେରଣା ଲାଭ କରି ଏକ ଅନନ୍ୟ ଇନ୍ଦ୍ରିୟଗତ ଅନୁଭୂତି ପ୍ରଦାନ କରୁଛି । ଦଶରା ମନମୁଗ୍ଧକର ଚନ୍ଦନକାଠ ଓ ସମୃଦ୍ଧ ମସଲାର ବାସ୍ନା ଜରିଆରେ ମହୀଶୂର ଦଶରାର ଭବ୍ୟ ଭାବଧାରାକୁ ଧରି ରଖିଛି । ଯଜ୍ଞ ପ୍ରାଚୀନ ବୈଦିକ ରୀତିନୀତି ସହିତ ସଂଯୁକ୍ତ ପବିତ୍ର ସୁଗନ୍ଧ ପୁନଃସୃଷ୍ଟି କରୁଥିବାବେଳେ ଉଡ୍‌ସ୍‌ରେ ଚନ୍ଦନକାଠ, ଅମ୍ବର, ଏଲାନ୍ଥସ୍‌ ମାଲାବାରିକା ଏବଂ ପ୍ରାକୃତିକ ତୈଳର ସମ୍ମିଶ୍ରଣ ରହିଛି ଯାହା ଏକ ଜଙ୍ଗଲର ଶାନ୍ତ ଭାବକୁ ଉଦ୍ରେକ କରୁଛି ।

-    ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି- ଭୂଦେବୀଙ୍କ ଠାରୁ ପ୍ରେରଣା ଲାଭକରି ଟ୍ୱିନ୍‌-କପ୍‌ ପ୍ୟାକ୍‌ରେ ଗୋଲାପ ଓ ମଲ୍ଲୀର ମନମୁଗ୍ଧକର ସୁଗନ୍ଧର ସମ୍ମିଶ୍ରଣରେ ଉପଲବ୍ଧ ହେଉଛି, ଯାହା ପ୍ରାର୍ଥନା ଓ ଦୈନନ୍ଦିନ ରୀତି ନୀତିଗୁଡିକ ନିମନ୍ତେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉତ୍‌ଥାନକାରୀ ପରିବେଶ ସୃଷ୍ଟି କରୁଛି ।

ଭାରତର ଆଧ୍ୟାତ୍ମିକ ଉତ୍ପାଦଗୁଡିକର ପରିବ୍ୟବସ୍ଥାରେ ନିଜର ସ୍ଥାନ ପୁନଃ ସୁଦୃଢ କରିବାକୁ ସାଇକଲ ପିୟୋର ଅଗରବତୀ ନିକଟରେ ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ପୂଜା ସାମଗ୍ରୀ ଉତ୍ପାଦନକାରୀ ବ୍ରାଣ୍ଡ୍‌ ସାତ୍ୱିକକୁ ଅଧିଗ୍ରହଣ କରିବା ସମ୍ପର୍କରେ ଘୋଷଣା କରିଥିଲା । ଏହି ରଣନୈତିକ ଅଧିଗ୍ରହଣ କମ୍ପାନୀର ଆଧ୍ୟାତ୍ମିକ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରିତ କରୁଛି ଏବଂ ସମଗ୍ର ଦେଶରେ ଗ୍ରାହକମାନଙ୍କ ନିମନ୍ତେ ଆଧ୍ୟାତ୍ମିକ ଏବଂ ଭକ୍ତିସମ୍ବଳିତ ସମାଧାନଗୁଡିକର ପୂର୍ଣ୍ଣାଙ୍ଗ ଯୋଗାଣକାରୀ ହେବା ସକାଶେ ଏହାର ଲକ୍ଷ୍ୟକୁ ପୁନଃ ମଜଭୁତ କରୁଛି । 

ବ୍ୟବସାୟ ଊଦ୍ଧ୍ୱର୍ରେ ଏନ୍‌ଆର ଗ୍ରୁପ୍‌ , ଏନ୍‌ଆର ଫାଉଣ୍ଡେସନ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ, ପରିବେଶ ଦୀର୍ଘସ୍ଥାୟିତା ଏବଂ ଗୋଷ୍ଠୀ କଲ୍ୟଶଣ ନିମନ୍ତେ ୩୭ ବର୍ଷରୁ ଅଧିକ କାଳ ଧରି ଅର୍ଥପୂର୍ଣ୍ଣ ଓ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଆସିଛି ।

ମହିଳା ସଶକ୍ତିକରଣ କମ୍ପାନୀର ଉଦ୍ଦେଶ୍ୟଭିତ୍ତିକ ଯାତ୍ରାରେ ନିରନ୍ତର ଭାବରେ କେନ୍ଦ୍ର ସ୍ଥାନ ନେଇଆସିଛି । ଗଡଚିରୋଲି, ମହାରାଷ୍ଟ୍ରରେ ଏହାର ଅଗ୍ରଣୀ ପ୍ରୟାସ ଜରିଆରେ ସାଇକଲ ପିୟୋର ଅଗରବତୀ, ହଜାର ହଜାର ଆଦିବାସୀ ମହିଳାଙ୍କ ନିମନ୍ତେ ଅଗରବତୀ ବଳିବା ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ସମର୍ଥ କରାଉଛି ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକୁ ସୁଦୃଢ କରୁଛି ।

କମ୍ପାନୀର ବ୍ୟବସାୟ ପରିଚାଳନାରେ ଦୀର୍ଘସ୍ଥାୟିତା ଗଭୀର ଭାବରେ ଅନ୍ତର୍ନିବିଷ୍ଟ ହୋଇ ରହିଆସିଛି । ସାଇକଲ ପିୟୋର ଅଗରବତୀ ବିଗତ ୧୨ ବର୍ଷ ଧରି କାର୍ବନ ନ୍ୟୁଟ୍ରାଲ ରହିଆସିଛି ଏବଂ ସମ୍ପ୍ରତି ପ୍ଲାଷ୍ଟିକ ନ୍ୟୁଟ୍ରାଲିଟି ହାସଲ କରିଛି, ଯାହା ଦାୟିତ୍ୱସମ୍ପନ୍ନ ଉତ୍ପାଦନ, ଦୀର୍ଘସ୍ଥାୟୀ ସମ୍ବଳ ସଂଗ୍ରହ ଏବଂ ପରିବେଶଗତ ସଚେତନ ନବସୃଜନ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରୁଛି ।

Powered by Froala Editor

Tags Cycle Pure Agarbathi

Related articles Odisha News Lens 4.1

  • ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା
    ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15141
    Sep 10, 2026
  • ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...
    ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ...

    14028
    Sep 11, 2026
  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି
    ବିଶେଷ

    ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13851
    Sep 11, 2026
  • ଭାରତ ଗସ୍ତରେ ଆସିବେ ଜିନପିଙ୍ଗ
    ଦେଶ-ଦେଶାନ୍ତର

    ଭାରତ ଗସ୍ତରେ ଆସିବେ ଜିନପିଙ୍ଗ

    13769
    Sep 11, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ...

    13928
    Sep 09, 2026
  • ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍
    ଦେଶ-ଦେଶାନ୍ତର

    ଟ୍ରେଣ୍ଡ୍‌ରେ ରେଟ୍ରୋ ଲୁକ୍

    15011
    Sep 10, 2026
  • ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର
    ଦେଶ-ଦେଶାନ୍ତର

    ୧୦୦ ଡଲାର ପାର୍ କଲା ବ୍ରେଣ୍ଟ୍ କ୍ରୁଡ୍ ତୈଳ ଦର

    14510
    Sep 10, 2026
  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ
    ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15788
    Sep 10, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ
    ଦେଶ-ଦେଶାନ୍ତର

    ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15483
    Sep 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଭାରତରେ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ନାହିଁ ବାଂଲାଦେଶ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି?

    14028
    Sep 11, 2026
  • ଦେଶ-ଦେଶାନ୍ତର

    ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15788
    Sep 10, 2026
  • ଅପରାଧ

    ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ବ୍ୟବସାୟୀଙ୍କୁ ପିଟି ହତ୍ୟା

    15141
    Sep 10, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17088
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17758
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17756
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18161
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    13851
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    15942
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14585
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13896
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14702
    Aug 31, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

ଏହାର କୋଇଲା ଖନନ କାର୍ଯ୍ୟରେ ଡିଜିଟାଲାଇଜେସନ୍, ଏଆଇ-ଆଧରିତ ଖଣି ନିରୀକ୍ଷଣ ଏବଂ ଜ୍ଞାନକେୌଶଳ ପରିଚାଳିତ ପରିଚାଳନା ଦକ୍ଷତା ପ୍ରଦର୍ଶନ କରୁଛି

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେ ...

  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    13967
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14693
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15032
    Sep 06, 2026
  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14993
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ, ଅଶୋଧିତ ତୈଳ ଦର ଉପରେ ପଡ଼ିଛି ପ୍ରଭାବ

    15788
    Sep 10, 2026
  • ଫାର୍ମାସିଷ୍ଟଙ୍କୁ ସୀମିତ ଔଷଧ ଲେଖିବାର ଅଧିକାର ମିଳିବ

    13660
    Sep 10, 2026
  • ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଏତିକି ଦିନ ବନ୍ଦ ରହିବ ବ୍ଯାଙ୍କ

    15483
    Sep 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In