Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, October 19, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ...

  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ...

  • ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ...

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ...

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ...

  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ...

  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ...

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ...

  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ...

ବାଣିଜ୍ୟ
Home ›› ବାଣିଜ୍ୟ ››ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

2026-08-07 14:40:43
14710
Share:
Facebook
Twitter
E-Mail
WhatsApp
Telegram
ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

ବାଉଁଶ ବିହୀନ କଠିନ ଧୂପ ଏବଂ ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ପ୍ରଦର୍ଶିତ କରୁଛି; ନବସୃଜନ, ଦୀର୍ଘସ୍ଥାୟିତା ଏବଂ ଆଧ୍ୟାତ୍ମିକ ଅନୁଭୂତି ସହିତ ଓଡ଼ିଶା ପ୍ରତି ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରୁଛି

ଭୁବନେଶ୍ୱର : ସୁଗନ୍ଧ କ୍ଷେତ୍ରରେ ଉତ୍କର୍ଷର ୭୭ ବର୍ଷ ପାଳନ କରି ବିଶ୍ୱର ସର୍ବବୃହତ ଅଗରବତୀ ନିର୍ମାତା ସାଇକଲ ପିୟୋର ଅଗରବତୀ ତାଜ ଭିଭାନ୍ତା, ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ନୂତନ ପାର୍ବଣକାଳୀନ ଉତ୍ପାଦ ବର୍ଗମାଳା ଉନ୍ମୋଚନ କରିଛି । ନୂତନ ବର୍ଗମାଳାକୁ ଶ୍ରୀ ଅର୍ଜୁନ ରାଙ୍ଗା, ମ୍ୟାନେଜିଂ ଡାଇରେକ୍ଟର, ସାଇକଲ ପିୟୋର ଅଗରବତୀ ଉନ୍ମୋଚନ କରି ଓଡ଼ିଶାରେ ଗ୍ରାହକମାନଙ୍କୁ ଭାରତର ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରାଗୁଡିକରେ ମୂଳ ରଖୁଥିବା ନବୋନ୍ମେଷୀ ଉତ୍ପାଦଗୁଡିକ ସହିତ ସେବା ଯୋଗାଇବାକୁ କମ୍ପାନୀର ପ୍ରତିବଦ୍ଧତା ପୁନଃ ସୁଦୃଢୀକରଣ କରିଛନ୍ତି ।

କମ୍ପାନୀ ବାଉଁଶ- ବିହୀନ କଠିନ ଧୂପକୁ ଦଶରା, ଯଜ୍ଞ ଏବଂ ଉଡ୍‌ସ୍‌ ପ୍ରକରଣରେ ଓ ଗୋଲାପ ଓ ମଲ୍ଲୀର ମନମୁଗ୍ଧକର ସୁଗନ୍ଧ ରହିଥିବା ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି ସମେତ ଏହାର ଅଧୁନାତମ ପାର୍ବଣକାଳୀନ ନବସୃଜନଗୁଡିକୁ ପ୍ରଚଳନ କରିଛି । ଦୈନନ୍ଦିନ ପ୍ରାର୍ଥନା ଏବଂ ପାର୍ବଣ ପାଳନକୁ ଉଚ୍ଚ ସ୍ତରକୁ ନେଇଯିବା ନିମନ୍ତେ ଡିଜାଇନ କରାଯାଇଥିବା ନୂତନ ଉତ୍ପାଦଗୁଡିକରେ ଆଧୁନିକ ସୁଗନ୍ଧର ନବସୃଜନ ସହିତ ଶୁଦ୍ଧ ପାରମ୍ପରିକତାର ସମ୍ମିଶ୍ରଣ ଘଟିଛି ।

ଏହାର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ଶ୍ରୀ ଅର୍ଜୁନ ରାଙ୍ଗା, ମ୍ୟାନେଜିଂ ଡାଇରେକ୍ଟର, ସାଇକଲ ପିୟୋର ଅଗରବତୀ କହିଥିଲେ, “୭୭ ବର୍ଷ ଧରି ଆମର ଯାତ୍ରା ପରମ୍ପରାକୁ ସମ୍ମାନ ଜଣାଇବା ନିମନ୍ତେ ଏକ ସରଳ ଦର୍ଶନ ଦ୍ୱାରା ମାର୍ଗଦର୍ଶିତ ହୋଇଆସିଛି ଏବଂ ସେହି ସମୟରେ ଆମେ ଗ୍ରାହକମାନଙ୍କର ପରିବର୍ତ୍ତନଶୀଳ ଆବଶ୍ୟକତାଗୁଡିକ ନିମନ୍ତେ ନିରନ୍ତର ଭାବରେ ନବସୃଜନ କରିଚାଲିଛୁ । ଆମ ପରିଚୟର କେନ୍ଦ୍ରସ୍ଥଳରେ ସର୍ବଦା ସୁଗନ୍ଧ ରହିଆସିଛି ଏବଂ ଆମର ଆଭ୍ୟନ୍ତରୀଣ ସୁଗନ୍ଧ ବିଦ୍ୱତା ଆମକୁ ପିଢି ପରେ ପିଢି ଗ୍ରାହକମାନଙ୍କ ସହିତ ଗଭୀର ଭାବରେ ସଂଯୁକ୍ତ ରହିବା ନିମନ୍ତେ ସେହିଭଳି ଉତ୍ପାଦଗୁଡିକ ସୃଷ୍ଟି କରିବାକୁ ସମର୍ଥ କରାଉଛି । ଓଡ଼ିଶା ଆମ ପାଇଁ କେବଳ ବ୍ୟବସାୟିକ ଦୃଷ୍ଟିକୋଣରୁ ନୁହେଁ, ତାହାସହିତ ଉତ୍ପାଦନ ଓ ସମ୍ବଳ ସଂଗ୍ରହ ପରିବ୍ୟବସ୍ଥା ନିମନ୍ତେ ଏକ ମୁଖ୍ୟ ଅଂଶ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ବଜାର ଅଟେ । ଆମର ବାଲେଶ୍ୱର ଓ ସୋରୋରେ ଉତ୍ପାଦନ ୟୁନିଟ ରହିଛି ଏବଂ ଆମେ ପୂର୍ଣ୍ଣାଙ୍ଗ ହୋଇନଥିବା ଅଗରବତୀ, ପୂଜା ସମ୍ପର୍କିତ ଉତ୍ପାଦସମୂହ ଏବଂ ନଡିଆ କତା ଆଦି ସଂଗ୍ରହ କରିବାକୁ ସ୍ଥାନୀୟ ଯୋଗାଣକାରୀଙ୍କ ସହିତ ନିବିଡ ଭାବରେ କାର୍ଯ୍ୟ କରୁଛୁ । ଏହି ସହଭାଗୀତା ଆମର ଯୋଗାଣ ଶୃଙ୍ଖଳକୁ ମଜଭୁତ କରୁଥିବାବେଳେ ସ୍ଥାନୀୟ ଜୀବିକା ଉପାର୍ଜନ ଓ ଗୋଷ୍ଠୀଗୁଡିକୁ ସମର୍ଥନ କରୁଛି ।”

କମ୍ପାନୀର ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ରାଙ୍ଗା କହିଥିଲେ ଯେ, ସାଇକଲ ପିୟୋର ଅଗରବତୀ ସମଗ୍ର ଓଡ଼ିଶାରେ ଏକ ପ୍ରଶସ୍ତ ଉତ୍ପାଦ ବର୍ଗମାଳା, ଗଭୀର ବଜାର ପ୍ରବେଶ ଏବଂ ସମୁଦାୟ ବାଣିଜ୍ୟ ବ୍ୟବସ୍ଥା, ଆଧୁନିକ ରିଟେଲ, ଇ-କମର୍ସ ଏବଂ କ୍ୱିକ୍‌- କମର୍ସ ପ୍ଲାଟଫର୍ମଗୁଡିକ ଜରିଆରେ ଏହାର ଉପସ୍ଥିତି ସୁଦୃଢ କରିବାକୁ ଦୃଷ୍ଟିନିବଦ୍ଧ କରିଆସୁଛି ।

ବାର୍ଷିକ ୧୨ ବିଲିଅନ ସୁଗନ୍ଧିତ ଧୂପକାଠି ଉତ୍ପାଦନ ସହିତ ସାଇକଲ ପିୟୋର ଅଗରବତୀ ନିୟୁତ ନିୟୁତ ଘରକୁ ଆସ୍ଥାର ସୁଗନ୍ଧ ବହନ କରୁଛି, ପ୍ରତିବର୍ଷ ପ୍ରାୟ ୬ ବିଲିଅନ ପ୍ରାର୍ଥନାର ଅଂଶବିଶେଷ ହେଉଛି । ସମଗ୍ର ଭାରତରେ ୫୦୦୦ରୁ ଅଧିକ ବିତରକ ଏବଂ ୫ ଲକ୍ଷରୁ ଅଧିକ ଖୁଚୁରା ବିକ୍ରୟକେନ୍ଦ୍ର ନେଟୱର୍କ ସହାୟତାରେ କମ୍ପାନୀ ଦେଶର ଅନ୍ୟତମ ସର୍ବାଧିକ ମଜଭୁତ ପରିବଣ୍ଟନ ନେଟୱର୍କ ନିର୍ମାଣ କରିଛି ଏବଂ ସମ୍ପ୍ରତି ବିଶ୍ୱବ୍ୟାପୀ ୭୫ରୁ ଅଧକ ରାଷ୍ଟ୍ରକୁ ରପ୍ତାନି କରୁଛି ।

ସାଇକଲ ପିୟୋର ଅଗରବତୀର ଅନ୍ୟତମ ସର୍ବବୃହତ୍‌ ସାମର୍ଥ୍ୟ ହେଉଛି ଏହାର ଆଭ୍ୟନ୍ତରୀଣ ସୁଗନ୍ଧି ଗବେଷଣା ଏବଂ ବିକାଶ ସାମର୍ଥ୍ୟ । ପ୍ରତ୍ୟେକ ସୁଗନ୍ଧ ସମ୍ପର୍କରେ ଚିନ୍ତନ ସୃଷ୍ଟି, ଗବେଷଣା ଏବଂ ମିଶ୍ରଣ କାର୍ଯ୍ୟ କମ୍ପାନୀର ପରିବାର ସଦସ୍ୟ ଓ ବିଶେଷଜ୍ଞ ଅତର ପ୍ରସ୍ତୁତକାରୀଙ୍କ ଦ୍ୱାରା କରାଯାଉଛି, ଯାହା ଆମକୁ ନିରନ୍ତର ଭାବରେ ସ୍ୱତନ୍ତ୍ର, ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ସୁଗନ୍ଧ ସୃଷ୍ଟି କରିବାକୁ ସମର୍ଥ କରାଉଛି ଏବଂ ସେଗୁଡିକ ସାତ ଦଶନ୍ଧି ଧରି ଗ୍ରାହକମାନଙ୍କର ବିଶ୍ୱାସ ଭାଜନ ହୋଇ ରହିଆସିଛି ।

କମ୍ପାନୀର ଅଧୁନାତମ ପାର୍ବଣକାଳୀନ ବର୍ଗମାଳା ମଧ୍ୟରେ ରହିଛି:

-    ବାଉଁଶ- ବିହୀନ କଠିନ ଧୂପ- ଏହା ଦଶରା, ଯଜ୍ଞ ଓ ଉଡ୍‌ସ୍‌ ପ୍ରକରଣରେ ଉପଲବ୍ଧ ହେଉଛି, ପ୍ରତ୍ୟେକ ସୁଗନ୍ଧ ଭାରତୀୟ ସଂସ୍କୃତି ଓ ପ୍ରକୃତିରୁ ପ୍ରେରଣା ଲାଭ କରି ଏକ ଅନନ୍ୟ ଇନ୍ଦ୍ରିୟଗତ ଅନୁଭୂତି ପ୍ରଦାନ କରୁଛି । ଦଶରା ମନମୁଗ୍ଧକର ଚନ୍ଦନକାଠ ଓ ସମୃଦ୍ଧ ମସଲାର ବାସ୍ନା ଜରିଆରେ ମହୀଶୂର ଦଶରାର ଭବ୍ୟ ଭାବଧାରାକୁ ଧରି ରଖିଛି । ଯଜ୍ଞ ପ୍ରାଚୀନ ବୈଦିକ ରୀତିନୀତି ସହିତ ସଂଯୁକ୍ତ ପବିତ୍ର ସୁଗନ୍ଧ ପୁନଃସୃଷ୍ଟି କରୁଥିବାବେଳେ ଉଡ୍‌ସ୍‌ରେ ଚନ୍ଦନକାଠ, ଅମ୍ବର, ଏଲାନ୍ଥସ୍‌ ମାଲାବାରିକା ଏବଂ ପ୍ରାକୃତିକ ତୈଳର ସମ୍ମିଶ୍ରଣ ରହିଛି ଯାହା ଏକ ଜଙ୍ଗଲର ଶାନ୍ତ ଭାବକୁ ଉଦ୍ରେକ କରୁଛି ।

-    ମେଦିନୀ ଜୁଡୱା କପ୍‌ ସାମ୍ବ୍ରାନି- ଭୂଦେବୀଙ୍କ ଠାରୁ ପ୍ରେରଣା ଲାଭକରି ଟ୍ୱିନ୍‌-କପ୍‌ ପ୍ୟାକ୍‌ରେ ଗୋଲାପ ଓ ମଲ୍ଲୀର ମନମୁଗ୍ଧକର ସୁଗନ୍ଧର ସମ୍ମିଶ୍ରଣରେ ଉପଲବ୍ଧ ହେଉଛି, ଯାହା ପ୍ରାର୍ଥନା ଓ ଦୈନନ୍ଦିନ ରୀତି ନୀତିଗୁଡିକ ନିମନ୍ତେ ଏକ ଶାନ୍ତ ଓ ଆଧ୍ୟାତ୍ମିକ ଦୃଷ୍ଟିରୁ ଉତ୍‌ଥାନକାରୀ ପରିବେଶ ସୃଷ୍ଟି କରୁଛି ।

ଭାରତର ଆଧ୍ୟାତ୍ମିକ ଉତ୍ପାଦଗୁଡିକର ପରିବ୍ୟବସ୍ଥାରେ ନିଜର ସ୍ଥାନ ପୁନଃ ସୁଦୃଢ କରିବାକୁ ସାଇକଲ ପିୟୋର ଅଗରବତୀ ନିକଟରେ ଭାରତର ଅନ୍ୟତମ ସର୍ବାଧିକ ବିଶ୍ୱସନୀୟ ପୂଜା ସାମଗ୍ରୀ ଉତ୍ପାଦନକାରୀ ବ୍ରାଣ୍ଡ୍‌ ସାତ୍ୱିକକୁ ଅଧିଗ୍ରହଣ କରିବା ସମ୍ପର୍କରେ ଘୋଷଣା କରିଥିଲା । ଏହି ରଣନୈତିକ ଅଧିଗ୍ରହଣ କମ୍ପାନୀର ଆଧ୍ୟାତ୍ମିକ ଉତ୍ପାଦ ବର୍ଗମାଳାକୁ ସମ୍ପ୍ରସାରିତ କରୁଛି ଏବଂ ସମଗ୍ର ଦେଶରେ ଗ୍ରାହକମାନଙ୍କ ନିମନ୍ତେ ଆଧ୍ୟାତ୍ମିକ ଏବଂ ଭକ୍ତିସମ୍ବଳିତ ସମାଧାନଗୁଡିକର ପୂର୍ଣ୍ଣାଙ୍ଗ ଯୋଗାଣକାରୀ ହେବା ସକାଶେ ଏହାର ଲକ୍ଷ୍ୟକୁ ପୁନଃ ମଜଭୁତ କରୁଛି । 

ବ୍ୟବସାୟ ଊଦ୍ଧ୍ୱର୍ରେ ଏନ୍‌ଆର ଗ୍ରୁପ୍‌ , ଏନ୍‌ଆର ଫାଉଣ୍ଡେସନ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମାଞ୍ଚଳ ବିକାଶ, ପରିବେଶ ଦୀର୍ଘସ୍ଥାୟିତା ଏବଂ ଗୋଷ୍ଠୀ କଲ୍ୟଶଣ ନିମନ୍ତେ ୩୭ ବର୍ଷରୁ ଅଧିକ କାଳ ଧରି ଅର୍ଥପୂର୍ଣ୍ଣ ଓ ସାମାଜିକ ପ୍ରଭାବ ସୃଷ୍ଟି କରିବାକୁ ପ୍ରତିବଦ୍ଧ ରହିଆସିଛି ।

ମହିଳା ସଶକ୍ତିକରଣ କମ୍ପାନୀର ଉଦ୍ଦେଶ୍ୟଭିତ୍ତିକ ଯାତ୍ରାରେ ନିରନ୍ତର ଭାବରେ କେନ୍ଦ୍ର ସ୍ଥାନ ନେଇଆସିଛି । ଗଡଚିରୋଲି, ମହାରାଷ୍ଟ୍ରରେ ଏହାର ଅଗ୍ରଣୀ ପ୍ରୟାସ ଜରିଆରେ ସାଇକଲ ପିୟୋର ଅଗରବତୀ, ହଜାର ହଜାର ଆଦିବାସୀ ମହିଳାଙ୍କ ନିମନ୍ତେ ଅଗରବତୀ ବଳିବା ଜରିଆରେ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ସୃଷ୍ଟି କରିବା ସହିତ ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ହେବା ନିମନ୍ତେ ସମର୍ଥ କରାଉଛି ଏବଂ ସ୍ଥାନୀୟ ଗୋଷ୍ଠୀଗୁଡିକୁ ସୁଦୃଢ କରୁଛି ।

କମ୍ପାନୀର ବ୍ୟବସାୟ ପରିଚାଳନାରେ ଦୀର୍ଘସ୍ଥାୟିତା ଗଭୀର ଭାବରେ ଅନ୍ତର୍ନିବିଷ୍ଟ ହୋଇ ରହିଆସିଛି । ସାଇକଲ ପିୟୋର ଅଗରବତୀ ବିଗତ ୧୨ ବର୍ଷ ଧରି କାର୍ବନ ନ୍ୟୁଟ୍ରାଲ ରହିଆସିଛି ଏବଂ ସମ୍ପ୍ରତି ପ୍ଲାଷ୍ଟିକ ନ୍ୟୁଟ୍ରାଲିଟି ହାସଲ କରିଛି, ଯାହା ଦାୟିତ୍ୱସମ୍ପନ୍ନ ଉତ୍ପାଦନ, ଦୀର୍ଘସ୍ଥାୟୀ ସମ୍ବଳ ସଂଗ୍ରହ ଏବଂ ପରିବେଶଗତ ସଚେତନ ନବସୃଜନ ପ୍ରତି ଏହାର ପ୍ରତିବଦ୍ଧତାକୁ ପୁନଃସୁଦୃଢୀକରଣ କରୁଛି ।

Powered by Froala Editor

Tags Cycle Pure Agarbathi

Related articles Odisha News Lens 4.1

  • ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ
    ମନୋରଞ୍ଜନ

    ‘ଆର୍ସି-୧୭’ରେ ରାମ ଚରଣଙ୍କ ସହ ସ୍କ୍ରିନ୍ ଶେୟାର୍ କରିବେ ସାରା ଅର୍ଜୁନ

    15621
    Oct 17, 2026
  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା
    ବିଶେଷ

    ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14280
    Oct 18, 2026
  • ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର
    ଦେଶ-ଦେଶାନ୍ତର

    ୭୫ ବର୍ଷ ବୃଦ୍ଧଙ୍କ ସହ ନିର୍ବନ୍ଧ କଲେ ୩୦ ବର୍ଷୀୟ ବ୍ଲଗର

    13851
    Oct 17, 2026
  •  ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ
    ଦେଶ-ଦେଶାନ୍ତର

    ୨୩ରେ ଇଡି କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ପିନାରାଇ ବିଜୟନ୍‌ଙ୍କୁ ଇଡି ସମନ

    15032
    Oct 18, 2026
  • ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14030
    Oct 17, 2026
  • ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ
    ଦେଶ-ଦେଶାନ୍ତର

    ୫ ଦିନ ଭିତରେ ପ୍ରେସ୍ ସଚିବ କେଟି ଜାକାରିଆଙ୍କୁ ପଦରୁ ହଟାଇଲେ ଟ୍ରମ୍ପ

    13891
    Oct 18, 2026
  •  ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ
    ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13854
    Oct 18, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ
    ଦେଶ-ଦେଶାନ୍ତର

    ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14336
    Oct 17, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ
    ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15057
    Oct 17, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କ ମୃତ୍ୟୁ, ୭ ଗିରଫ

    13854
    Oct 18, 2026
  • ଦେଶ-ଦେଶାନ୍ତର

    ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15057
    Oct 17, 2026
  • ଦେଶ-ଦେଶାନ୍ତର

    ଇଣ୍ଟରନେଟ୍ ବ୍ୟବହାର ପ୍ରତ୍ୟେକ ବ୍ୟକ୍ତିଙ୍କର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟ

    14030
    Oct 17, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17193
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17888
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17833
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18257
    Sep 06, 2023

ବିଶେଷ

  • ଏହି ପାଣି ପିଅନ୍ତୁ ରହିବ ପେଟ ଥଣ୍ଡା

    14280
    Oct 18, 2026
  • କୌଣସି କାରଣ ନଥାଇ ଘରେ ହେଉଛି କି ଝଗଡ଼ା, କରନ୍ତୁ ଏହି ଉପାୟ....

    15315
    Oct 16, 2026
  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14694
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14793
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15795
    Sep 29, 2026

ବାଣିଜ୍ୟ

ପ୍ରକଳ୍ପ ସଙ୍ଗମ ଅଧୀନରେ ୩୩ଟି ଗ୍ରାମରେ କୃଷି ଯାନ୍ତ୍ରିକୀକରଣକୁ ପ୍ରୋତ୍ସାହିତ କରୁଛି ବେଦାନ୍ତ ଆଲୁମିନିୟମ୍

କଳାହାଣ୍ଡିରେ ୩୩୮ଟି ବିଦ୍ୟୁତ୍ ଚାଳିତ ସ୍ପ୍ରେୟର ବଣ୍ଟନ ମାଧ୍ୟମରେ କୃଷି ଯାନ୍ତ୍ରିକୀକରଣକୁ ଆଗକୁ ବଢ଼ାଉଛି ପ୍ରକଳ୍ପ ସଙ୍ଗମ

ଭୁବନେଶ୍ୱର;୧୬, ୨୦୨୬: ସ୍ଥାୟୀ ଗ୍ରାମୀଣ ବିକାଶ ପ୍ରତି ନିଜର ପ୍ରତିବଦ୍ଧ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

    14622
    Oct 15, 2026
  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13988
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15105
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15815
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସେନାକୁ ବଡ଼ ଧରଣର ସଫଳତା: ଦୁଇ ଆତଙ୍କବାଦୀ ନିହତ

    14945
    Oct 17, 2026
  • ଆମେରିକାରେ ୩୦ ହଜାର ଭାରତୀୟ ଶ୍ରମିକ ଛାଡିଲେଣି ଚାଷ କାମ

    14336
    Oct 17, 2026
  • ଟାରିଫ୍ ନିୟମ କୋହଳ: ଭାରତ ଉପରେ ଲାଗିବନି ୧୦୦ ପ୍ରତିଶତ ଶୁଳ୍କ

    15057
    Oct 17, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In