ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଶାହାଙ୍କ ଅଭ୍ୟାସ: ଖଡ୍ଗେ
ଗୋଆ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କଡା ଟିପ୍ପଣୀ ଦେଇଛନ୍ତି ରାଜ୍ୟସଭା ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ। କଂଗ୍ରେସ ମୁଖ୍ୟାଳୟରେ ବନ୍ଦେ ମାତରମ୍ ଗାନକୁ ଦଳର ନେତ୍ରୀ ସୋନିଆ ଗାନ୍ଧୀ ଅପମାନିତ କରିଥିବା ନେଇ ଶାହା ଅଭିଯୋଗ କରିଥିଲେ। ଗୋଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖଡ୍ଗେ କହିଥିଲେ ସୋନିଆଙ୍କ ସହ ଗାନ୍ଧୀ ପରିବାର ବିରୋଧରେ ମିଥ୍ୟା ଅଭିଯୋଗ ଆଣିବା ଶାହାଙ୍କ ଅଭ୍ୟାସ। ଶାହା ଯେତେବେଳେ ଛୋଟ ପିଲା ଥିଲେ ସେତେବେଳେ ମୁଁ ବିଧାୟକ ଥିଲି। କଂଗ୍ରେସରେ ଅନେକ ଏପରି ନେତା ଅଛନ୍ତି ଯେଉଁମାନଙ୍କ ରାଜନୈତିକ ଜୀବନ ବହୁଦୀର୍ଘ। ତେଣୁ ଶାହା ଆମକୁ ଦେଶଭକ୍ତି ଶିଖାନ୍ତୁ ନାହିଁ। ଦେଶକୁ ସ୍ବାଧୀନ କରିବାକୁ କଂଗ୍ରେସ ଦଳର ନେତାମାନେ ଇଂରେଜଙ୍କ ବିରୋଧରେ ଲଢ଼େଇ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ବିଜେପିର କେଉଁ ନେତା ସାମିଲ ଥିଲେ ତାହା ଶାହା ଜବାବ ଦିଅନ୍ତୁ। ଦେଶକୁ ସ୍ବାଧୀନ କରିବାରେ କୌଣସି ଭୂମିକା ନ ଥିବା ଦଳର ନେତା କଂଗ୍ରେସ ନେତାଙ୍କ ଦେଶଭକ୍ତି ଉପରେ ପ୍ରଶ୍ନ କରିବା ଉଚିତ୍ ନୁହେଁ ବୋଲି ଖଡ୍ଗେ କହିଥିଲେ।
Powered by Froala Editor