ନ୍ୟୁ ମାର୍କେଟ୍ ରେ ଜଳିଲା ହୋଟେଲ, ଶିଶୁଙ୍କ ସମେତ ୯ ଜୀବନ୍ତ ଦଗ୍ଧ
କୋଲକାତାର ନ୍ୟୁ ମାର୍କେଟ୍ ଅଞ୍ଚଳରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଫ୍ରି ସ୍କୁଲ ଷ୍ଟ୍ରିଟରେ ଥିବା ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଏଥିରେ ଜଣେ ଶିଶୁଙ୍କ ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ଜଣାପଡିଛି । ଏକାଧିକ ଆହତ ହୋଇଛନ୍ତି । ସମସ୍ତ ମୃତକ ବାଂଲାଦେଶୀ ହୋଇଥିବା ସୂଚନା ମିଳିଛି ।
ବୁଧବାର ଭୋର ପ୍ରାୟ ୨ଟା ସମୟରେ ହୋଟେଲରେ ହଠାତ୍ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ଓ ଜରୁରୀକାଳୀନ ସେବା ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ। ହୋଟେଲ ଭିତରେ ଥିବା ପ୍ରାୟ ୮୦ ଜଣଙ୍କୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା।
ଅଗ୍ନିକାଣ୍ଡ ପରେ ହୋଟେଲ ଭିତରେ ଘନ ଧୂଆଁ ଭରିଯାଇଥିଲା। ଧୂଆଁ ଯୋଗୁଁ ଅନେକ ଲୋକ ଅସୁସ୍ଥ ହୋଇପଡ଼ିଥିଲେ। ଉଦ୍ଧାର କରାଯାଇଥିବା ୬ ଜଣ ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଛି। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ମିଳିନାହିଁ।
ଅଗ୍ନିକାଣ୍ଡ ସମୟରେ ହୋଟେଲର ଅଧିକାଂଶ ଲୋକ ଗଭୀର ନିଦରେ ଶୋଇଥିଲେ । ଧୂଆଁ-ନିଆଁ ଏତେ ଶୀଘ୍ର ବ୍ୟାପିଗଲା ଯେ ଲୋକମାନେ ଆତଙ୍କିତ ହୋଇଥିଲେ । ମଧ୍ୟରାତ୍ରି ହୋଇଥିବାରୁ, ଲୋକମାନେ ଅଘଟଣ ବିଷୟରେ ଜାଣିପାରିନଥିଲେ ।
Powered by Froala Editor