ନାବାଳିକା ନିଖୋଜ
ନୟାଗଡ: ପୁଣି ନୟାଗଡ଼ରେ ନାବାଳିକା ନିଖୋଜ । ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନାବାଳିକା ଗାୟବ । ନୟାଗଡ ନୂଆଗାଁ ପଞ୍ଚାୟତର ଧୁନ୍ଧୁଗାଡିଆ ଗାଁର ୬ ବର୍ଷର ନାବାଳିକା ନିଖୋଜ। ନାବାଳିକା ବେବି ନାୟକ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି।
୪ ଦିନ ଧରି ନାବାଳିକା ନିଖୋଜ ଥିବା ପରିବାର ଓ ଗ୍ରାମବାସୀ କହିଛନ୍ତି । ଖୋଜାଖୋଜି କରି ନପାଇବାରୁ ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବାଣିଗୋଛା ପୋଲିସ ଗାଁରେ ପହଞ୍ଚି ସନ୍ଧାନୀ କୁକୁର ସତାୟତାରେ ଘଟଣାର ତଦନ୍ତ କରୁଛି । ତେବେ ଏ ଯାଏ କୌଣସି ଖବର ମିଳିପାରିନି।
Powered by Froala Editor