ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ହତ୍ୟା ଘଟଣା: ୫ଜଣଙ୍କୁ ମୃତ୍ୟୁଦଣ୍ଡାଦେଶ
ଘସିପୁରା : ଘସିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ହତ୍ୟା ଘଟଣାରେ ୫ ଜଣ ହତ୍ୟାକାରୀକୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଜିଲା ଓ ଦୌରାଜଜ୍ କୋର୍ଟ।
ସୂଚନାରୁ ପ୍ରକାଶ ଘସିପୁରା ଥାନା ଅନ୍ତର୍ଗତ ଧକୋଠା ଗ୍ରାମ ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାକୁ ଘରୁ ଡାକିଆଣି ଘର ନିକଟରେ ପରିବାର ଲୋକଙ୍କ ସମ୍ମୁଖରେ ଅତି ନୃଶଂସ ଭାବରେ ସଂଘବଦ୍ଧ ହୋଇ ବଡ଼ ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି, ଦୋଳ ବୋଇତେଇ ଓ ଜଣେ ନାବାଳକ ମିଳିତ ଭାବେ ହାଣି ହତ୍ୟା କରିଥିଲେ। ଏହି କଟା ହାତ ପାପୁଲି କୁ ଧରୀ ଗାଁରେ ବୁଲାଇ ଥିଲେ।
ଏହି ଘଟଣାରେ ରାମ ବେହେରାଙ୍କ ଝିଅ ମିନତୀ ବେହେରା ଘଷିପୁରା ଥାନାରେ ଏତଲା ଦେଇଥିଲେ ଏହାକୁ ଆଧାର କରି ତତ୍କାଳୀନ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ଜୟନାରାୟଣ ପଙ୍କଜଙ୍କ ନିର୍ଦେଶ କ୍ରମେ ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିସି ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି, ଦୋଳ ବୋଇତେଇ ଓ ଜଣେ ନାବାଳକକୁ ଘସିପୁରା ଥାନା ପୋଲିସ କେଶ ନଂ ୫୧ /୨୦୧୯ରେ ଗୀରଫ କରି କୋର୍ଟ ଚାଲାଣ କରିଥିଲା।
ଉକ୍ତ ଘଟଣାରେ ୫୩ ଜଣ ସାକ୍ଷ୍ୟ ପ୍ରମାଣ ଓ ବିଭିନ୍ନ ତଥ୍ୟ କୁ ଆଧାରକରି ଏହି ହତ୍ୟା ମାମଲାରେ ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି,, ଅଲେଖ ପୃଷ୍ଟି, ଅରୁଣ ଦୃଷ୍ଟି, ଦୋଳ ବୋଇତେଇ ୫ ଜଣ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି ଆନନ୍ଦପୁର ଅତିରିକ୍ତ ଦୌରାଜଜ କୋର୍ଟ ।
Powered by Froala Editor