ଖବରକାଗଜ ଅଫିସରେ ଇଡି ଚଢ଼ାଉ
ଭୁବନେଶ୍ୱର: ପୁଣି ଆକ୍ସନ ମୁଡକୁ ପଳାଇ ଆସିଛି ଇଡି। ଆଜି ଭୁବନେଶ୍ୱରର ୩ଟି ଜାଗା ସମେତ ଛତ୍ରପୁରର ଏକ ଜାଗାକୁ ମିଶାଇ ୫ଟି ସ୍ଥାନରେ ଚଢ଼ାଉ ହେଉଛି। ଭୁବନେଶ୍ୱରର ଏକ ଖବରକାଗଜ ଅଫିସ୍ ସମେତ ବିଲଡର ସଂସ୍ଥା ଉପରେ ଚଢ଼ାଉ ହେଉଛି।
ପ୍ରାୟ ୧୦ ବର୍ଷ ଧରି ଚିଟଫଣ୍ଡ ମାମଲାରେ ଶିଥିଳତା ପଡ଼ିଥିବା ବେଳେ ଏବେ ପୁଣି ଏହି ମାମଲାକୁ ନେଇ ଆରମ୍ଭ ହୋଇ ଯାଇଛି ଚଳଚଞ୍ଚଳ। AT ଚିଟଫଣ୍ଡ ମାମଲାରେ ଇଡି ପକ୍ଷରୁ ଆଜି ରାଜ୍ୟର ୫ଟି ସ୍ଥାନରେ ରେଡ କରାଯାଉଛି।
ଭୁବନେଶ୍ୱରର ଶ୍ରୀୟା ଛକରେ ଥିବା ଏକ ଖବରକାଗଜ ସଂସ୍ଥା କାର୍ୟ୍ୟାଳୟ ଉପରେ ଚଢ଼ାଉ ଚାଲିଛି। ଉକ୍ତ ସଂସ୍ଥାର ମାଲିକ AT ଚିଟଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଥିଲେ। ପରେ ଜାମିନରେ ମୁକୁଳିଥିଲେ।
ତୃଷ୍ଣା ବିଲଡର ମାଲିକଙ୍କ ଘରେ ବି ପଶିଛି ଇଡି। ପୂର୍ବରୁ ସିବିଆଇ ରେଡ ବେଳେ ତାଙ୍କୁ ଗିରଫ କରାଯାଇଥିବା ବେଳେ ପରେ ସେ ଜାମିନରେ ଆସିଥିଲେ। ଭୁବନେଶ୍ୱରର ୩ଟି ସ୍ଥାନରେ ସମେତ ଛତ୍ରପୁରରେ ବି ରେଡ କରାଯାଇଛି।
ସୂଚନାଯୋଗ୍ୟ, ପ୍ରାୟ ୧୦ ବର୍ଷ ପୂର୍ବେ ୫୦୦ କୋଟିରୁ ଅଧିକ ଟଙ୍କାର କାରବାର କରିଥିଲା ଇଞ ଚିଟଫଣ୍ଡ। ସେତେବେଳେ ଏହାର ମାଲିକ ପ୍ରଦୀପ ସେଠୀ ଗିରଫ ହୋଇ ଝାରପଡ଼ା ଓ ବ୍ରହ୍ମପୁର ଜେଲ୍ରେ ରହି ଜାମିନ ପାଇଥିଲେ। ଏଥିରେ ବହୁ ପ୍ରଭାବଶାଳୀ ଲୋକ ବି ସାମିଲ ଥିଲେ।
Powered by Froala Editor