ଭାରସାମ୍ୟ ହରାଇ ଓଲଟିଲା ଟ୍ୟାଙ୍କର
ଅନୁଗୁଳ: ଭାରସାମ୍ୟ ହରାଇ ଓଲଟିଲା ଟ୍ୟାଙ୍କର । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଜରପଡା ରାସ୍ତାରେ ଟେଣ୍ଟୁଲେଇ ଗ୍ରାମରେ ଭାରସାମ୍ୟ ହରାଇ ଓଲଟିଲା ଡିଜେଲ ଟ୍ୟାଙ୍କର ।
ସୂଚନା ଯେ, ଟ୍ୟାଙ୍କର ଟି ଖାଲି ଥିବାବେଳେ ରାତ୍ରୀ ସମୟରେ ପଦ୍ମପୁରରୁ ପାରାଦୀପ ଅଭିମୁଖେ ଯାତ୍ରା କରୁଥିଲା । ଏତିକି ବେଳେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଯାଇଥିବା ବେଳେ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଥିବା ଜଣାପଡିଛି । ଘଟଣାସ୍ଥଳରେ ଛେଣ୍ତିପଦା ପୋଲିସ ପହଞ୍ଚି ଟ୍ୟାଙ୍କର ଜବତ କରିବା ସହ ଘଟଣାର ଛାନଭିନ୍ କରୁଛି ।
Powered by Froala Editor