ସାରା ଓଡ଼ିଶାକୁ ଛୁୁଇଁଲା ମୌସୁମୀ
ଭୁବନେଶ୍ୱର : ଆଜି ସାରା ଓଡ଼ିଶାକୁ ଛଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଲଘୁଚାପ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। କେଉଁଝର,ମୟୂରଭଞ୍ଜ,ସୁନ୍ଦରଗଡ,ଅନୁଗୁଳ,ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣି ଜାରି ଜାରି କରାଯାଇଛି।
ଏହା ସହିତ ଜଗତସିଂହପୁର, ପୁରୀ, ଖୋର୍ଧା, କୋରାପୁଟ,ମାଲକାନଗିରି,କଳାହାଣ୍ଡି, କଟକ ଏବଂ ନବରଙ୍ଗପୁର, ଢେଙ୍କାନାଳ,ଯାଜପୁର,ଭଦ୍ରକ,କେନ୍ଦ୍ରାପଡା, ବାଲେଶ୍ବର ଆଦି ଜିଲ୍ଲା ଗୁଡିକରେ ସାମାନ୍ୟରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ଚେତାବନୀ ଜାରୀ କରାଯାଇଛି।
Powered by Froala Editor