Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, December 27, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ...

  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ...

  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ...

  • ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

  • ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ...

  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

  • ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ...

  • ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ...

  • ବାଂଲାଦେଶରେ ବୋମା ବିସ୍ଫୋରଣ, ଜଣେ ମୃତ

  • ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ...

Home ›› ››୧୫ଟି ଜିଲ୍ଲାରେ ୭୩ଟି ଆମ ହସ୍ପିଟାଲ,ପାଞ୍ଚଟି ଉପଖଣ୍ଡ ଡାଏଲେସିସ୍‌ ସେଣ୍ଟର ଉଦ୍‌ଘାଟିତ

୧୫ଟି ଜିଲ୍ଲାରେ ୭୩ଟି ଆମ ହସ୍ପିଟାଲ,ପାଞ୍ଚଟି ଉପଖଣ୍ଡ ଡାଏଲେସିସ୍‌ ସେଣ୍ଟର ଉଦ୍‌ଘାଟିତ

2024-02-17 17:01:51
13792
Share:
Facebook
Twitter
E-Mail
WhatsApp
Telegram
୧୫ଟି ଜିଲ୍ଲାରେ ୭୩ଟି ଆମ ହସ୍ପିଟାଲ,ପାଞ୍ଚଟି ଉପଖଣ୍ଡ ଡାଏଲେସିସ୍‌ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ବର - ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି  ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ IVRS ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।


ସୂଚନାଯୋଗ୍ୟ ଯେ ବରଗଡ ଜିଲ୍ଲାରେ ୫ଟି, ସୁନ୍ଦରଗଡ ଜିଲ୍ଲାରେ ୭ଟି, ସମ୍ବଲପୁର ଜିଲ୍ଲାରେ ୪ଟି, ଢେଙ୍କାନାଳ ଜିଲ୍ଲାରେ ୪ଟି, କେନ୍ଦୁଝର ଜିଲ୍ଲାରେ ୬ଟି, ଝାରସୁଗୁଡା ଜିଲ୍ଲାରେ ୨ଟି, ଜଗତସିଂହପୁର ଜିଲ୍ଲାରେ ୪ଟି, କେନ୍ଦ୍ରାପଡା ଜିଲ୍ଲାରେ ୫ଟି, ମୟୁରଭଞ୍ଜ ଜିଲ୍ଲାରେ ୯ଟି, ଗଂଜାମ ଜିଲ୍ଲାରେ ୧୩ଟି, କଳାହାଣ୍ଡି ଜିଲ୍ଲାରେ ୪ଟି ରାୟଗଡା ଜିଲ୍ଲାରେ ୪ଟି, ନୂଆପଡା ଜିଲ୍ଲାରେ ୨ଟି, ମାଲକାନଗିରି ଜିଲ୍ଲାରେ ୨ଟି ଓ କନ୍ଧମାଳ ଜିଲ୍ଲାରେ ୩ଟି, ଏହି ପରି ସମୁଦାୟ ୭୩ଟି ରୂପାନ୍ତରିତ ‘ଆମ ହସ୍ପିଟାଲ’ ଆଜି ଲୋକାର୍ପିତ ହୋଇଛି।


ଏଥି ସହିତ ମୟୁରଭଞ୍ଜ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା, ସମ୍ବଲପୁର କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା, ଗଂଜାମ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନା, ନୂଆପଡା ଖରିଆର ଉପଖଣ୍ଡ ଡାକ୍ତରଖାନା ଓ ବରଗଡର ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ୫ଟି ନୂତନ ଉପଖଣ୍ଡସ୍ତରୀୟ ଡାଏଲେସିସ୍‌ କେନ୍ଦ୍ର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହୋଇଛି। 

ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଲେ ଯେ ‘ଆମ ହସ୍ପିଟାଲ’ରେ ସବୁ ବ୍ୟବସ୍ଥା ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରାଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ରୋଗୀଙ୍କୁ ସୁବିଧାରେ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇ ଦେବା। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ଆମ ହସ୍ପିଟାଲ’ ଗୁଡିକ ଏକ ନୂଆ ଯୁଗ ରାଜ୍ୟରେ ଆରମ୍ଭ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।


ସେ ଆହୁରି ମଧ୍ୟ କହିଥିଲେ ଯେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତରର ଚିତ୍ରକୁ ‘ଆମ ହସ୍ପିଟାଲ’ ଆହୁରି ଉଜ୍ଜ୍ୱଳ କରିବ। 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତରୁ ମିଳିଥିବା ପ୍ରସ୍ତାବ ଓ ‘ମୋ ସରକାର’ ଜନମତ ସଂଗ୍ରହ ଭିତ୍ତିରେ ‘ଆମ ହସ୍ପିଟାଲ’ ଆରମ୍ଭ କରାଯାଇଛି ବୋଲି ସେ କହିଥିଲେ। ଏହା ସରକାରୀ ସ୍ତରରେ ଆମର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବିରାଟ ପରିବର୍ତ୍ତନ ବୋଲି କହି ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହସ୍ପିଟାଲ ଗୁଡିକର ଭିତ୍ତିଭୂମି ବ୍ୟବସ୍ଥା, ରେଗୀମାନଙ୍କ ପାଇଁ ମୌଳିକ ସୁବିଧା ସୁଯୋଗ ଏବଂ ସେବା ଯୋଗାଇବା ପଦ୍ଧତିରେ ଉନ୍ନତି ଆଣାଯାଇଛି। ଗୁଣବତ୍ତାକୁ ମଧ୍ୟ ଏଠାରେ ସୁନିଶ୍ଚିତ କରାଯାଇଛି। ଆଗାମୀ ୫ ବର୍ଷ ମଧ୍ୟରେ ୧୮୫୮ଟି ଡାକ୍ତରଖାନାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି ଏବଂ ଏଥି ପାଇଁ ୨୦୨୩-୨୮ ମଧ୍ୟରେ ୩୩ ଶହ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ସଂପ୍ରତି ୧୪୯ଟି ଡାକ୍ତରଖାନାର ରୂପାନ୍ତରଣ କାର୍ଯ୍ୟ ଜାରି ରହିଛି ବୋଲି ସେ ସୂଚନା ଦେଇଥିଲେ।


ରାଜ୍ୟର ସ୍ୱାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ଗତ ୧ ବର୍ଷ ମଧ୍ୟରେ ୪,୦୦୦ ଡାକ୍ତର ଓ ୩,୭୦୦ ରୁ ଅଧିକ ନର୍ସଙ୍କୁ ନିଯୁକ୍ତି ଦିଆଯାଇଛି। ଧନୀ, ଗରୀବ ସମସ୍ତଙ୍କ ପାଇଁ ସରକାରୀ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା ସୁବିଧା କରାଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ସାରା ଓଡିଶାରେ ମଡେଲ ହୋଇଛି। ଓଡିଶାବାସୀଙ୍କ ଚିକିତ୍ସା ଚିନ୍ତା ଦୂର କରିଛି। ‘ମୋ ପାଇଁ ସବୁ ଜୀବନ ମୂଲ୍ୟବାନ’ ଏହି ମନ୍ତ୍ରକୁ କାର୍ଯ୍ୟକାରୀ କରି ଆମେ ସମସ୍ତଙ୍କ ସହଯୋଗରେ ‘ସୁସ୍ଥ ଓଡିଶା, ସୁଖୀ ଓଡିଶା’ର ସ୍ୱପ୍ନ ନିଶ୍ଚୟ ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ।


କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଜି ଆମ ସରକାରୀ ଡାକ୍ତରଖାନାକୁ ପ୍ରାଇଭେଟ ଡାକ୍ତରଖାନା ସହିତ ସମତୁଲ କରିବା ପାଇଁ ‘ଆମ ହସ୍ପିଟାଲ’ ଯୋଜନା ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଦୃଷ୍ଟିରେ ଗୋଟିଏ ଧନୀ ଲୋକର ଜୀବନ ଯେପରି ଗୁରୁତ୍ୱପୂର୍ଣ୍ଣ, ସେପରି ଗରୀବ ଲୋକର ଜୀବନ ମଧ୍ୟ ମୂଲ୍ୟବାନ ବୋଲି ସେ କହିଥିଲେ।


କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁରେ ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ଗଂଜାମ କେଳୁଆପଲ୍ଲୀରେ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା, ପଦ୍ମପୁରରେ ବିଧାୟିକା ବର୍ଷା ସିଂହ ବରିହା, କୁଚିଣ୍ଡାରେ ବିଧାୟକ ଶ୍ରୀ କିଶୋର ଚନ୍ଦ୍ର ନାୟକ, ଗୁଣୁପୁରରେ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗୋ, ପରଜଙ୍ଗରେ ବିଧାୟକ ଡ. ନୃସିଂହ ଚରଣ ସାହୁ, କଳାହାଣ୍ଡିରେ ସାଂସଦ ଶ୍ରୀ ସୁଜିତ କୁମାର, ଜଗତସିଂହପୁରରେ ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ଖରିଆରରେ ମନ୍ତ୍ରୀ ଶ୍ରୀ ରାଜେନ୍ଦ୍ର ଢୋଲକିଆ, ବଡଗାଁରେ ମନ୍ତ୍ରୀ ଶ୍ରୀ ସାରଦା ପ୍ରସାଦ ନାୟକ, ମୟୁରଭଞ୍ଜର ଶୀର୍ଷାଠାରେ ମନ୍ତ୍ରୀ ଶ୍ରୀ ସୁଦାମ  ମାର୍ଣ୍ଡି ଯୋଗ ଦେଇ ଆମର ମେଡିକାଲମାନଙ୍କରେ ବହୁ ଉନ୍ନତମାନର ସେବା ମିଳୁଛି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବୈପ୍ଳବିକ ରୂପାନ୍ତର ଘଟିଛି ବୋଲି ମତ ଦେଇଥିଲେ।


କାର୍ଯ୍ୟକ୍ରମକୁ 5T ତଥା  ନବୀନ ଓଡିଶା ଅଧ୍ୟକ୍ଷ ସଂଯୋଜନା କରିଥିଲେ। ଜଗତସିଂହପୁର ଜିଲ୍ଲାବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ ଯେ ଗତ ଜୁନ୍‌ ୩୦ ତାରିଖରେ ଜଗତସିଂହପୁର ଜିଲ୍ଲା ଗସ୍ତ ସମୟରେ ଆପଣମାନେ ଡାକ୍ତରଖାନା  ଜମି ସମସ୍ୟା ବିଷୟରେ ଜଣାଇଥିଲେ । ସରକାର ତାହା ଗ୍ରହଣ କରିଛନ୍ତି। ୫ ଏକର ୮୦ ଡିସମିଲ ଜମି ହସ୍ପିଟାଲକୁ ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଏଥି ସହିତ ହିଞ୍ଜିଳିରୁ ଏହି ଯୋଜନା ଆରମ୍ଭ ହୋଇ ଏକ ବର୍ଷ ମଧ୍ୟରେ ଆମେ ସଫଳତାର ସହ ରାଜ୍ୟରେ ‘ଆମ ହସ୍ପିଟାଲ’ ଯୋଜନା କାର୍ଯ୍ୟକାରୀ କରିଛୁ । ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


କାର୍ଯ୍ୟକ୍ରମରେ ସୁନ୍ଦରଗଡ ଜିଲ୍ଲାର ବିସ୍ରା, ସମ୍ବଲପୁର ଜିଲ୍ଲାର ଥେମ୍ରା ଓ ମାଲକାନଗିରି ଜିଲ୍ଲାର ମାଥିଲିରୁ ଶ୍ରୀ ଏକା, ନିକିତା ନାୟକ ଏବଂ ବୁଧାଇ ଧାଙ୍ଗଡାମାଝି ସେମାନଙ୍କର ଅଭିଜ୍ଞତା ବର୍ଣ୍ଣନା କରି କହିଥିଲେ ଯେ ‘ଆମ ହସ୍ପିଟାଲ’କୁ ଯେ କୌଣସି ରୋଗୀ ଆସି ସୁବିଧାରେ ଚିକିତ୍ସା ହୋଇପାରୁଛନ୍ତି। ଏଠାରେ ଭଲ ଚିକିତ୍ସା ମିଳୁଛି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ। ମାଥିଲିରେ ବଣ୍ଡାଘାଟି ବାସିନ୍ଦା  ବୁଧାଇ କହିଲେ ଯେ ଆମ ମାଥିଲି ହସ୍‌ପିଟାଲ ଏବେ ମୋତେ ସ୍ବାସ୍ଥ୍ୟ ମନ୍ଦିର ଭଳି ଲାଗୁଛି ।


କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଥିଲେ ଓ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କଲେ ମୋଦୀ
    ଦେଶ-ଦେଶାନ୍ତର

    ବାଜପେୟୀଙ୍କ ୯୪ତମ ଜନ୍ମବାର୍ଷିକୀ, ‘ସଦୈବ ଅଟଳ’କୁ ଯାଇ ପୁଷ୍ପମାଲ୍ୟ ଅର୍ପଣ କଲେ ମୋଦୀ

    15315
    Dec 25, 2025
  • ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

    13766
    Dec 26, 2025
  • ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ
    ରାଜନୀତି

    ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ପରଲୋକ

    13476
    Dec 26, 2025
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌
    ବିଶେଷ

    ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    13948
    Dec 27, 2025
  • ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା
    ଦେଶ-ଦେଶାନ୍ତର

    ପୂର୍ବ ଅପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡିବ ଟ୍ରେନ ଯାତ୍ରା

    14425
    Dec 26, 2025
  • ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ
    ଦେଶ-ଦେଶାନ୍ତର

    ବିଶ୍ୱରେ ଭାରତୀୟ ପାସପୋର୍ଟର ସ୍ଥିତି ଦୁର୍ବଳ

    15200
    Dec 26, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ
    ବିଶେଷ

    ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14455
    Dec 26, 2025
  • ବାଂଲାଦେଶରେ ବୋମା ବିସ୍ଫୋରଣ, ଜଣେ ମୃତ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ବୋମା ବିସ୍ଫୋରଣ, ଜଣେ ମୃତ

    14909
    Dec 25, 2025
  •  ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ

    14976
    Dec 25, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ପାକିସ୍ତାନ ଏୟାରଲାଇନ୍ସ

    15534
    Dec 24, 2025
  • ବିଶେଷ

    ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    13948
    Dec 27, 2025
  • ଦେଶ-ଦେଶାନ୍ତର

    ଜାତୀୟ ବୀର ବାଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

    13766
    Dec 26, 2025

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17271
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17352
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17699
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16169
    Apr 03, 2021

ବିଶେଷ

  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    13948
    Dec 27, 2025
  • ଏହି ସମସ୍ୟା ଥିଲେ ଖାଆନ୍ତୁନି କଦଳୀ

    14455
    Dec 26, 2025
  • ଉଚ୍ଚ ରକ୍ତଚାପର ସଙ୍କେତ ଜାଣିବେ କିପରି?

    14877
    Dec 24, 2025
  • କାହିଁକି ଚିନି ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଜାଣନ୍ତୁ?

    14458
    Dec 23, 2025
  • ଏକ ଘଣ୍ଟା ଚାଲିଲେ ମିଳିଥାଏ ଏହିସବୁ ଫାଇଦା

    14793
    Dec 22, 2025

ବାଣିଜ୍ୟ

୨୪ ଶହ ଟଙ୍କା ବଢ଼ିଲା ସୁନା

ବିଶ୍ୱ ସୁନା ମୂଲ୍ୟ ପ୍ରଥମ ଥର ପାଇଁ ପ୍ରତି ଆଉନ୍ସ ୪,୪୦୦ ଅତିକ୍ରମ କରି ନୂତନ ରେକର୍ଡ ସ୍ଥାପନ କରିଥିଲା। ଭାରତରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ପ୍ରତି ଦଶ ଗ୍ରାମ ୧୩୩,୯୭୦ ଟଙ୍କା ଥିଲା। ସୁନା ମୂଲ୍ୟ ୩ ପ୍ରତିଶତ ବୃଦ୍ଧି ପାଇ ଆଉନ୍ସ ୪,୪୮୮.୬୧ ରେ ପହଞ୍ଚିଛି । ୧୦ ଗ୍ରାମ୍‌କୁ ଲକ୍ଷେ ୩୮ ହଜାର ୫ ଶହ ୫୦ ଟଙ୍କା ହ ...

  • ସିମେଣ୍ଟ ମାନୁଫାକ୍‌ଚରର୍ସ ଆସୋସିଏସନ (ସିଏମ୍‌ଏ) ପ୍ରେସିଡେଣ୍ଟ ଭାବରେ ଶ୍ରୀ ପାର୍ଥ ଜିନ୍ଦଲଙ୍କ ନାମ ଘୋଷଣା କଲା; ଡ. ରାଘବପତ୍‌ ସିଂଘାଣିଆ ଭାଇସ୍‌ ପ୍ରେସିଡେଣ୍ଟ ଘୋଷିତ

    14198
    Dec 18, 2025
  • ରୂପା ମୂଲ୍ୟରେ ବଡ଼ ବୃଦ୍ଧି

    15232
    Dec 15, 2025
  • ଲଞ୍ଚ ହେଲା ଟାଟା ସିଏରାର ଲାଟେଷ୍ଟ ମଡେଲ

    16006
    Dec 08, 2025
  • ୟୁଡବ୍ଲୁ୍ଏ ଭୁବନେଶ୍ୱରରେ ପ୍ରମୁଖ ନୂଆ ସହଭାଗିତା ସହିତ ବୈଶ୍ୱିକ ଗତିଶୀଳତା ଜରିଆରେ ଆନ୍ତଃପିଢିଗତ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ଆଗକୁ ବଢାଉଛି

    15171
    Dec 08, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଏହି ୩ ଏୟାରଲାଇନ୍ସକୁ ସରକାରଙ୍କ ଅନୁମତି ପ୍ରଦାନ

    14976
    Dec 25, 2025
  • ୪୩୦୦ କୋଟି ଟଙ୍କାରେ ବିକ୍ରି ହେଲା ପାକିସ୍ତାନ ଏୟାରଲାଇନ୍ସ

    15534
    Dec 24, 2025
  • ସାଥୀଙ୍କ ସହ ସୁମଧୁର ସମ୍ପର୍କ ପାଇଁ ଆପଣାନ୍ତୁ ଏହି ଟିପ୍ସ୍‌

    13948
    Dec 27, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In